ଅନୁଙ୍କୁ ସୋନାଙ୍କ ଟାର୍ଗେଟ

ମୁମ୍ବାଇ: ପ୍ରସିଦ୍ଧ ଓଡିଆ କଣ୍ଠଶିଳ୍ପୀ ସୋନା ମହାପାତ୍ର ସଂଗୀତ ନିର୍ଦ୍ଦେଶକ ଅନୁ ମଲିକ ଏବଂ ସୋନି ଟିଭିକୁ ଭର୍ତ୍ସନା କରିଛନ୍ତି। ପିଲାଙ୍କ ନିମିତ୍ତ ଏକ ରିୟଲିଟି ଶୋ ପ୍ରସ୍ତୁତ ହେବାକୁ ଯାଉଥିବାବେଳେ ଏଥିପାଇଁ ସୋନି ଟିଭି ଅନୁଙ୍କୁ ସୁଯୋଗ ଦେଇଥିବାରୁ ସୋନା ତାଙ୍କ ବିରୋଧରେ ‘ମିଟୂ’ ଅଭିଯୋଗ ପୁଣି ଶେୟାର କରିଛନ୍ତି। ଅନୁ ପୁଣିଥରେ ପ୍ୟାରି ଜି.ଙ୍କ ମିଳିତ ସହଯୋଗରେ ଏକ କିଡ୍‌ସ ଶୋ’ ପ୍ରସ୍ତୁତ କରିବାକୁ ଯାଉଥିବାବେଳେ ସୋନା ଏହାକୁ ନାପସନ୍ଦ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତବର୍ଷ ଭାରତରେ ‘ମିଟୂ’ ଆନ୍ଦୋଳନ ବ୍ୟାପକ ରୂପ ଧାରଣ କରିଥିବାବେଳେ ଅନୁଙ୍କୁ ଯୌନ ଉତ୍ପୀଡନ ଅଭିଯୋଗରେ ରିୟଲିଟି ଶୋ ‘ଇଣ୍ଡିଆନ୍‌ ଆଇଡଲ’ରୁ ବହିଷ୍କାର କରାଯାଇଥିଲା। ଅନୁ ମଲିକଙ୍କ ବିରୋଧରେ ଯେତେଜଣ ଅଭିଯୋଗ କରିଥିଲେ ସେମାନଙ୍କ ମଧ୍ୟରେ ସୋନା ମହାପାତ୍ର ଥିଲେ ଅନ୍ୟତମ। କୌଣସି କାରଣ ନ ଥାଇ ତାଙ୍କୁ ଅଚାନକ କାର୍ଯ୍ୟରୁ ବିଦାକରାଗଲା ବୋଲି ଅନୁ ଟୁଇଟ୍‌ କରିଥିବାବେଳେ ଏହାର ଜବାବ ଦେବାକୁ ଯାଇ ସୋନା କହିଛନ୍ତି, ‘ଚଳିତବର୍ଷ ପ୍ରାରମ୍ଭରେ ଶ୍ୱେତା ପଣ୍ଡିତ ଓ ଅନ୍ୟମାନେ ଆପଣଙ୍କ ବିରୋଧରେ ଯେଉଁ ଯୌନ ଅସଦାଚରଣ ଅଭିଯୋଗ ଆଣିଥିଲେ ତାହା ମନେ ପକାନ୍ତୁ।’ ଗତବର୍ଷ ବହୁ ବଡ ବଡ ସେଲିବ୍ରିଟି ନିଜ କ୍ଷମତାର ଅପବ୍ୟବହାର କରି ଯୌନ ନିର୍ଯାତନା ଭଳି ଘଟଣାରେ ଅଭିଯୁକ୍ତ ହୋଇଥିଲେ। ଗାୟିକା ଶ୍ୱେତା ପଣ୍ଡିତ ମଧ୍ୟ ଅନୁଙ୍କୁ ଜଣେ ଯୌନ ନିର୍ଯାତନାକାରୀ ବୋଲି ଭର୍ତ୍ସନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅତୀତର ସ୍ମୃତିକୁ ସାଉଁଟିଲେ ଅନୁପମ

ମୁମ୍ବାଇ: ବଲିଉଡ୍‌ର ଲିଜେଣ୍ଡ ଅଭିନେତା ଅନୁପମ ଖେର ସୋମବାର ନିଜର ୩୪ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହୁଥିବା ଅନୁପମ...

ପ୍ରେମକୁ ନେଇ ଚର୍ଚ୍ଚାରେ ଥିଲେ ଏହି ଅଭିନେତ୍ରୀ: ବିବାହ ପରେ ମା’ ନ ହେବାକୁ କରିଥିଲେ ସ୍ଥିର

ଅଭିନେତ୍ରୀ ଅରୁଣା ଇରାନୀ ୫୦୦ରୁ ଅଧିକ ବଲିଉଡ ଫିଲ୍ମରେ କାମ କରିଛନ୍ତି। ଅରୁଣା କେବଳ ପରଦାରେ ହିରୋଇନ ଭୂମିକାରେ ଅଭିନୟ କରି ନ ଥିଲେ ବରଂ...

କେଟି ପେରୀଙ୍କୁ ଗୁପ୍‌ଚୁପ୍‌ ଖାଇବାକୁ ଦେବାକୁ ଚାହୁଁଛନ୍ତି ଜ୍ୟାକ୍‌ଲିନ

ମୁମ୍ବାଇ: ଇଣ୍ଟରନ୍ୟାଶନାଲ ପପ୍‌ ଷ୍ଟାର କେଟି ପେରୀ ଏବେ ଭାରତ ଆସିଛନ୍ତି। ଆସନ୍ତା ୧୬ରେ ଭାରତରେ ତାଙ୍କର ଶୋ’ ରହିଛି। ଏତିକି ବେଳେ ବଲିଉଡ୍‌ ନାୟିକା...

‘ଗଦ୍ଦର-୨’ର ଫାଷ୍ଟ ଲୁକ୍‌: ଏଥର ହ୍ୟାଣ୍ଡପମ୍ପ ନୁହେଁ ଶଗଡ଼ ଚକ ଉଠାଇଲେ ତାରା ସିଂ

ବମ୍ବେ: ୨୦୦୧ରେ ରିଲିଜ ହୋଇଥିଲା ଫିଲ୍ମ ‘ଗଦ୍ଦର’। ଦର୍ଶକ ଏହାକୁ ବେଶ ପସନ୍ଦ କରିବା ଯୋଗୁ ଫିଲ୍ମଟି ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଏବେ ଏହାର ସିକୁଏଲ୍‌...

ଖୁସି ଅଛନ୍ତି ତାପସି

ମୁମ୍ବାଇ: ବଲିଉଡ କିଙ୍ଗ ଖାଁ ଶାହାରୁଖ ବେଶ କିଛି ବର୍ଷର ବ୍ୟବଧାନ ପରେ ପୁଣିଥରେ ଫେରୁଛନ୍ତି ବଡ ପରଦାକୁ । ଆଉ ଦର୍ଶକଙ୍କୁ ବ୍ୟାକ ଟୁ...

ପୋଲିସ୍‌ ଅବତାର

ଭୂମିକାଟି ଆକ୍ସନ ହେଉ କି କମେଡି, ସେଗୁଡ଼ିକୁ ବେଶ୍‌ ସୂଚାରୁ ରୂପରେ ତୁଲାଇବା ସହ ବଲିଉଡ୍‌ରେ ନିଜକୁ ଜଣେ ନାମୀ ଅଭିନେତାର ପରିଚୟ ଦେଇସାରିଛନ୍ତି ଅକ୍ଷୟ...

‘ଭାରତ’ରେ ଅଭିନୟ କରିବା ପୂର୍ବରୁ ଡାଇରେକ୍ଟରଙ୍କ ନିକଟରେ ଏହି ସର୍ତ୍ତ ରଖିଥିଲେ କ୍ୟାଟ୍ରିନା

ଫିଲ୍ମ‘ଭାରତ’ରେ ସାଇନ୍‌ କରିବା ପୂର୍ବରୁ ପ୍ରଥମେ ଡାଇରେକ୍ଟର ଅବାସ ଅଲ୍ଲୀ ଖାନ୍‌ଙ୍କ ନିକଟରେ ଏକ ସର୍ତ୍ତ ରଖିଥିଲେ କ୍ୟାଟ୍ରିନା। ସର୍ତ୍ତଟି ହେଲା, ସେ ଅଲ୍ଲୀଙ୍କୁ କହିଥିଲେ,...

ପୁଷ୍ପା-୨ ପାଇଁ ଫି’ ବଢାଇଲେ ନିର୍ଦ୍ଦେଶକ

ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଫିଲ୍ମ ‘ପୁଷ୍ପା: ଦ ରାଇଜ’ ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। ଏହି...

Advertisement
Archives

Model This Week