ଅନୁଗୋଳ ମେଡିକାଲ ପରିଦର୍ଶନ କଲେ କାୟାକଳ୍ପ ଟିମ୍‌

ଅନୁଗୋଳ ଅଫିସ, ୨୧।୯ – ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଶୁକ୍ରବାର କାୟାକଳ୍ପ ଟିମ୍‌ର ୩ ଜଣିଆ ସଦସ୍ୟ ପରିଦର୍ଶନ କରିଛନ୍ତି। ସେମାନେ ମେଡିକାଲର ବିଭିନ୍ନ ଓ୍ବାର୍ଡ ବୁଲିବା ପରେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ତେବେ ରୋଗୀସେବା ଓ ପରିଚାଳନା ନେଇ ଉକ୍ତ ଟିମ୍‌ ସଦସ୍ୟମାନେ ସନ୍ତୋଷ ବ୍ୟକ୍ତ କରିଥିବା ବେଳେ ଡ୍ରେନେଜ ବ୍ୟବସ୍ଥା ଓ ପାଚେରି ଚତୁଃପାର୍ଶ୍ୱ ଜବରଦଖଲ ଦେଖି ଖପ୍ପା ହୋଇଥିଲେ।
କେନ୍ଦୁଝର ଏଡିଏମ୍‌ଓ ମେଡିକାଲ ଡାକ୍ତର ଗୌରପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ମେଡିକାଲ ମ୍ୟାନେଜର ସଙ୍ଗୀତା ସ୍ବାଇଁ, ଜିକେଏସ୍‌ ଆଶିଷ୍ଟାଣ୍ଟ ମ୍ୟାନେଜର ଅଭିଶେଷ ପ୍ରମୁଖ ଅନୁଗୋଳ ମେଡିକାଲ ପରିଦର୍ଶନରେ ଆସିଥିଲେ। ଏହି ଟିମ୍‌ ପୂର୍ବାହ୍ନ ୧୦.୩୦ରେ ପହଞ୍ଚତ୍ବା ପରେ ଅନୁଗୋଳ ଏଡିଏମ୍‌ଓ ମେଡିକାଲ ଲକ୍ଷ୍ମୀନାରାୟଣ ବିଶୋଇଙ୍କ ସହ ଆଲୋଚନା କରିଥିଲେ। ପରେ ମେଡିକାଲ ପରିସରରେ ୫ମ ମହଲାରେ ଥିବା ସ୍ତ୍ରୀ ଓ ପ୍ରସୂତି ବିଭାଗ ପରିଦର୍ଶନରେ ଯାଇଥିଲେ। ୩ୟ ମହଲାରେ ରୋଗୀଙ୍କୁ ଭେଟି ଆଲୋଚନା କରିଥିଲେ। କେତେକ ପୁରୁଣା ୱାର୍ଡ ସହ ମେଡିକାଲର ଆନୁଷଙ୍ଗିକ ବ୍ୟବସ୍ଥା କିପରି ଚାଲିଛି ତାହା ପରିଦର୍ଶନ କରିଥିଲେ। ପରେ ସ୍ବଚ୍ଛତା, ସଫେଇ, ବର୍ଯ୍ୟବସ୍ତୁ ପରିଚାଳନା ଓ ଭିତ୍ତିଭୂମି, ରୋଗୀ ସେବା, କର୍ମଚାରୀଙ୍କ ବ୍ୟବହାର ଅନୁଧ୍ୟାନ କରିଥିଲେ। ଏଥିସହ ତୁରନ୍ତ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ସହ ଚତୁଃପାର୍ଶ୍ୱରେ ଥିବା ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବା ପାଇଁ ପରାମର୍ଶ ଦେଇଥିବା ମେଡିକାଲ ମ୍ୟାନେଜର ଦେବାଶିଷ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଲ୍‌ଓ୍ବେ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ପ୍ଲାଣ୍ଟକୁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ବଅଁରପାଳ,୧ା୬(ଡି.ଏନ୍‌.ଏ.): ସୋମବାର ନାଲ୍‌କୋ ସ୍ମେଲଟର ଓ ସିପିପି ପ୍ଲାଣ୍ଟରେ ରେଲଓ୍ବେ ଅପରେଶନରେ କାର୍ଯ୍ୟ କରୁଥିବା ୧୫୦ରୁ ଊର୍ଦ୍ଧ୍ୱ ଶ୍ରମିକ ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ...

ବଅଁରପାଳରେ ଭଲ ପ୍ରଦର୍ଶନ ଆଶା

ବଅଁରପାଳ, ୫ ।୨(ଡି.ଏନ୍‌.ଏ.) ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ ମତଦାନ ତାରିଖ। ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣକୁ ଆଉ ଦିନ କେଇଟା ବାକି ଥିବାବେଳେ ସରଗରମ ହୋଇଉଠିଛି...

ଜମିକୁ ନିଅଣ୍ଟ ଜଳ

ବଇଣ୍ଡା, ୧୪।୭(ପରିକ୍ଷିତ ସାହୁ) – ଜ୍ୟେଷ୍ଠ ସରିଲା। ଆରମ୍ଭ ହେଲାଣି ଆଷାଢ଼। ବିହନ ବୁଣି ଆକାଶକୁ ଅନାଇଛି ଚାଷୀ। ହେଲେ ନା ହେଉଛି ବର୍ଷା, ନା...

ହେଉନି ବଡ଼ବାବୁଙ୍କ ବଦଳି

ଅନୁଗୋଳ ଅଫିସ, ୨୦।୧୨: ଅନୁଗୋଳ ଜିଲା କାର୍ଯ୍ୟାଳୟରେ ପାଳନ ହେଉଛି ସରକାରୀ ନିର୍ଦ୍ଦେଶନାମା। ବଦଳି ହେଉଛି ବଡ଼ବାବୁମାନଙ୍କର। ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟରେ ସରକାରୀ ନିର୍ଦ୍ଦେଶନାମାକୁ ବେଖାତିର...

ଜବରଦଖଲକାରୀ ମାଡ଼ି ବସିଛନ୍ତି ଜମି: ୬୦ ବର୍ଷର ହାଟର ମିଳୁନି ଚିହ୍ନବର୍ଣ୍ଣ

ବଅଁରପାଳ, ୨୮।୧୨ (ଡି.ଏନ୍‌.ଏ.) ବଅଁରପାଳ ବ୍ଲକ ବଳରାମପ୍ରସାଦ ଠାରେ ଥିବା ପ୍ରାୟ ୬୦ ବର୍ଷର ଏକ ପୁରାତନ ହାଟର ଆଉ ଚିହ୍ନବର୍ଣ୍ଣ ନାହିଁ। ଏହାର ଜମି...

ବିଶୋଧନ ହେଲା ଅନୁଗୋଳର ୩ ସ୍ଥାନ

ଅନୁଗୋଳ ଅଫିସ୍‌, ୪ା୪- ଅନୁଗୋଳ ସହରବାସୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷାଦେବା ପାଇଁ ସହରର ୩ଟି ସ୍ଥାନକୁ ବିଶୋଧନ କରାଯାଇଛି । ପୌରପାଳିକା ଓ ଅଗ୍ନିଶମ ବିଭାଗ...

କଟକଣା ମାନୁନାହାନ୍ତି ଲୋକେ, ବ୍ୟାଙ୍କରେ ଭିଡ଼

ଆଠମଲ୍ଲିକ/ବନ୍ତଳା, ୩୦ା୩(ଡି.ଏନ.ଏ.)- କରୋନା ସଂକ୍ରମଣ ରୋକିବାକୁ ଜାରି ହୋଇଥିବା କଟକଣା ନ ମାନି ସୋମବାର ଅନୁଗୋଳ ଜିଲାର ବିଭିନ୍ନ ବ୍ୟାଙ୍କର ଲୋକେ ଗହଳି ଜମାଇଥିବା ଦେଖତ୍ବାକୁ...

ଦୋକାନରେ ତାଲା, ଘରେ ବେପାର

ଅନୁଗୋଳ ଅଫିସ୍‌, ୨୮।୭ ଅନୁଗୋଳରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ପ୍ରହସନ ପାଲଟିଛି ଲକ୍‌ଡାଉନ୍‌ କଟକଣା। ସକାଳୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ...

Advertisement
Archives

Model This Week