ଅନୁଗୋଳ ପୌରପାଳିକାର ପଦକ୍ଷେପ: ଡେଲି ମାର୍କେଟରେ ଫଳ, ପରିବା ବ୍ୟବସାୟ

ଅନୁଗୋଳ ଅଫିସ,୮।୮ – ଅନୁଗୋଳ ପୌରପାଳିକା ପକ୍ଷରୁ ବୁଧବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ସହରରେ ବୁଲି ଠେଲାରେ ଫଳ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଡେଲି ମାର୍କେଟରେ ବ୍ୟବସାୟ ପାଇଁ କୁହାଯାଇଛି। ଏପରି କି ସହରର ବିଭିନ୍ନ ସ୍ଥାନରେ ବସୁଥିବା ପରିବା ବ୍ୟବସାୟୀଙ୍କୁ ମଧ୍ୟ ଡେଲି ମାର୍କେଟ ପଠାଯାଇଛି। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ସ୍ଥାନରୁ ୨୦ ଜଣ ବ୍ୟବସାୟୀ ଡେଲି ମାର୍କେଟରେ ବ୍ୟବସାୟ କରିଥିବା ପୌର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା ସୂଚନା ଦେଇଛନ୍ତି।
ଅନୁଗୋଳ ସହରର ଏପରି କି ବସ୍‌ଷ୍ଟାଣ୍ଡ, ଷ୍ଟେଟବ୍ୟାଙ୍କ ଛକ ଓ ବ୍ଲକ ଛକରେ ପସରା ମେଲାଉଥିବା ପରିବା ଓ ଠେଲା ବ୍ୟବସାୟୀ ଏବେ ପୌରପାଳିକାର ଡେଲି ମାର୍କେଟରେ ବ୍ୟବସାୟ କରିବେ। ଏ ନେଇ ଠେଲା ଦୋକାନୀ ଓ ପରିବା ବ୍ୟବସାୟ କରୁଥିବା ଚାଷୀଙ୍କ ସହ ବ୍ୟବସାୟୀଙ୍କୁ ଡାକି ପୌର ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ସହରର ଗୋଟିଏ ସ୍ଥାନରେ ସବୁ ଫଳ ଓ ପରିବା ଲୋକଙ୍କ ପାଇଁ ଉପଲବ୍ଧ ହେବ। ପ୍ରଥମ ଦିନରେ ୨୦ ଜଣ ବ୍ୟବସାୟୀ ଯାଇଥିବାବେଳେ ଅନ୍ୟମାନେ ଖୁବ୍‌ ଶୀଘ୍ର ଡେଲି ମାର୍କେଟରେ ପହଞ୍ଚିବେ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି। ସହରର ବିଭିନ୍ନ ସ୍ଥାନରେ ପରିବା ବ୍ୟବସାୟୀ ବସି ବେପାର କରୁଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଥିଲା। ଏପରି କି ଫଳ ବ୍ୟବସାୟୀମାନେ ନିଜର ଠେଲା ବସ୍‌ଷ୍ଟାଣ୍ଡ ଓ ବ୍ଲକ ଛକରେ ପକାଉଥିବାରୁ ଯାତ୍ରୀଙ୍କ ଯିବା ଆସିବାରେ ବାଧା ଉପୁଜୁଥିଲା। ଏହାକୁ ଦୃଷ୍ଟିରେ ରଖି ପୌରପାଳିକା ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଡେଲି ମାର୍କେଟକୁ ଯାଇଥିବା ଫଳ ବ୍ୟବସାୟୀ ଓ ପରିବା ବ୍ୟବସାୟୀଙ୍କ ପାଇଁ ଭବିଷ୍ୟତରେ ଭେଣ୍ଡିଂ ଜୋନ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି। ଏ ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି। ଏହା ହେବା ପରେ ସମ୍ପୃକ୍ତ ବ୍ୟବସାୟୀମାନେ ଭେଣ୍ଡିଂ ଜୋନ୍‌ରେ ବ୍ୟବସାୟ କରିବେ। ସେହିପରି ଲୋକଙ୍କୁ ବିଭିନ୍ନ ସ୍ଥାନକୁ ଯାଇ ପରିବା ଓ ଫଳ କିଣିବାକୁ ପଡ଼ିବ ନାହିଁ। ଫଳରେ ସହର ସୁନ୍ଦର ଦେଖାଯିବା ସହ ଗୋଟିଏ ସ୍ଥାନରେ ଲୋକମାନେ ଫଳ ଓ ପରିବା ପାଇପାରିବେ ବୋଲି ପୌରନିର୍ବାହୀ ଅଧିକାରୀ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଦୂଷଣ ବଢ଼ାଇଲା ଦୀପାବଳି:ଅଢ଼େଇଗୁଣ ବୃଦ୍ଧି ଆଶଙ୍କା

ଅନୁଗୋଳ ଅଫିସ, ୨୯ା୧୦ ଦେଶର ପ୍ରଦୂଷିତ ଜିଲା ଓ ସହର ତାଲିକାରେ ଅନେକ ସମୟରେ ନିଜ ଉପସ୍ଥିତି ଜାହିର କରୁଥିବା ଅନୁଗୋଳର ପ୍ରଦୂଷଣ ଦୀପାବଳିରେ ବେଶ୍‌...

ପଟୁରେ ପୋତିହେଲାଣି ଆଉଁଳି

ଛେଣ୍ଡିପଦା, ୪ା୩(ସ୍ବ.ପ୍ର.) – ଅଣଜଳସେଚିତ ଜମିକୁ ଜଳସେଚିତ କରି ଚାଷୀଙ୍କ ମୁହଁରେ ହସ ଫୁଟାଇବାକୁ ଦୀର୍ଘ ୫୦ ବର୍ଷ ତଳେ ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକରେ...

ନାଲକୋ ଦୁର୍ଘଟଣାରେ ଆଉ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଆନ୍ଦୋଳନ

ଅନୁଗୋଳ ଅଫିସ, ୮।୮: ନାଲକୋ ସ୍ମେଲଟର ପ୍ଲାଣ୍ଟ କାଷ୍ଟ ହାଉସ ପରିସରରେ ଗତ ୨୩ରେ ବିଦ୍ୟୁତ ଆଘାତରେ ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ।...

ଠକାମିର ଶିକାର ହେଲେ ଅଭିଜିତ୍‌

ଅନୁଗୋଳ ଅଫିସ, ୧୦।୭: ଅନୁଗୋଳ ହେମସୁରପଡ଼ାରେ ରହି ଏକ ଘରୋଇ ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରୁଥିବା ଝାଡ଼ଖଣ୍ଡ ରାଜ୍ୟର ଅଭିଜିତ ପାଣ୍ଡେ ଅନ୍‌ଲାଇନ ଠକେଇର ଶିକାର ହୋଇଛନ୍ତି।...

ଛେଣ୍ତିପଦା ସାଲୁଇଖମଣରେ ବାର୍‌ହା ଆତଙ୍କ: ଜୀବନ ରକ୍ଷା ଲାଗି ପୋଖରୀକୁ ଡେଇଁଲେ ବ୍ୟକ୍ତି

ଛେଣ୍ଡିପଦା,୫।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ବ୍ଲକ ସାଲୁଇଖମଣ ଗ୍ରାମରେ ଏକ ବାର୍‌ହା ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ତ୍ରିଲୋଚନ ମାଝି, ଝୁନାରାଣୀ...

ଜୁନ ୧ରୁ ଅର୍ଥନୈତିକ ଅବରୋଧ ଆନ୍ଦୋଳନ

ତାଳଚେର,୩୦ା୫(ନି.ପ୍ର.): ତାଳଚେର ସରକାରୀ ମେଡିକାଲ କଲେଜ ପରିଚାଳନା ନେଇ ରାଜ୍ୟ ସରକାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରୁ ନ ଥିବାରୁ ପୂର୍ବ ଘୋଷଣା ଅନୁଯାୟୀ ତାଳଚେର...

ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ ଘଟଣା ଅର୍ଥ ଫେରାଇଲା ବ୍ୟାଙ୍କ

ଅନୁଗୋଳ ଅଫିସ୍‌, ୧୬ା୯: ଅନୁଗୋଳ ଜିଲାପାଳଙ୍କ ଆକାଉଣ୍ଟରୁ ୫୯ ଲକ୍ଷ ଗାଏବ ଘଟଣାରେ ସମ୍ପୃକ୍ତ ବ୍ୟାଙ୍କ ଟଙ୍କା ଫେରାଇଛି। ବ୍ୟାଙ୍କ ପକ୍ଷରୁ ୫୯ ଲକ୍ଷ ୪୧ହଜାର ୪୮୧ଟଙ୍କା...

ଭାଜପାର ସମ୍ପୂର୍ଣ୍ଣ, ବିଜେଡିର ଗୋଟିଏ ବାକି

ଅନୁଗୋଳ ଅଫିସ, ୨୧।୧ ଅନୁଗୋଳ ଜିଲାର ୨୮ଟି ଜିଲା ପରିଷଦ ଜୋନ୍‌ ପାଇଁ ଗୁରୁବାର ଭାଜପା ପକ୍ଷରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏ କ୍ଷେତ୍ରରେ...

Advertisement
Archives

Model This Week