ଅନୁଗୋଳ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ଅନୁଗୋଳ ଅଫିସ, ୨୭।୭: ଅନୁଗୋଳ ସହର ଉପକଣ୍ଠରେ ଗତ ଜାନୁୟାରୀ ୨୦ରେ ଘଟିଥିବା ନାବାଳିକା ଛାତ୍ରୀ ବଳାତ୍କାର ଓ ହତ୍ୟା ଘଟଣାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ଅନୁଗୋଳର ଅତିରିକ୍ତ ଦୌରାଜଜ୍‌ କମ୍‌ ସ୍ପେଶାଲ ପୋକ୍ସୋ ଜଜ୍‌ ସୁରେଶ ଚନ୍ଦ୍ର ପ୍ରଧାନ ଅଭିଯୁକ୍ତ ଅନାମ ଓରଫ ଶ୍ରୀନିବାସ ଦେହୁରୀ(୨୨)ଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇ ଥିବା ସ୍ପେଶାଲ ପି.ପି. ସରୋଜ କୁମାର ପଟ୍ଟନାୟକ କହିଛନ୍ତି।
ମାମଲାର ବିବରଣୀ ଅନୁଯାୟୀ, ଜାନୁୟାରୀ ୨୦ରେ ନାବାଳିକା ବାପାଙ୍କ ଦୋକାନକୁ ଖାଇବା ନେଇ ଯାଉଥିବା ବେଳେ ଅଭିଯୁକ୍ତ ତାଙ୍କୁ ପଥରରେ ଆକ୍ରମଣ କରି ହତ୍ୟା ପରେ ବଳାତ୍କାର କରିଥିଲେ। ଏହାପରେ ଅନାମ କଲିକତା ପଳାଇ ଯାଇଥିଲେ। ନାବାଳିକାଙ୍କ ବାପାଙ୍କ ଲିଖିତ ଅଭିଯୋଗ ପରେ ପୋଲିସ ଜାନୁୟାରୀ ୨୩ରେ କଲିକତାରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଫେବୃୟାରୀ ୧୯ରେ ପୋଲିସ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଅନୁଗୋଳ ଓକିଲ ସଂଘ ପକ୍ଷରୁ କୌଣସି ଓକିଲ ଅଭିଯୁକ୍ତଙ୍କ ମାମଲା ପରିଚାଳନା କରି ନ ଥିଲେ। ଫଳରେ ସରକାରୀ ଓକିଲ ଭାବେ ରଜତ ରଞ୍ଜନ ଦାସ ଅନାମଙ୍କ ପାଇଁ ଲଢ଼ୁଥିଲେ। ମାର୍ଚ୍ଚ ୧୯ରେ କୋର୍ଟରେ ଟ୍ରାଏଲ ଆରମ୍ଭ ହୋଇଥିଲା ବେଳେ ୪ମାସ ପରେ କୋର୍ଟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ପୋକ୍ସୋ ଆଇନରେ ଏହି ଦଣ୍ଡାଦେଶ ଅନୁଗୋଳ ଜିଲାରେ ପ୍ରଥମ ବୋଲି କୁହାଯାଉଛି। ରାୟ ପ୍ରକାଶ ପରେ ତୁରନ୍ତ ସ୍ପେଶାଲ ମେସେଞ୍ଜରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟକୁ ଏହାର ନକଲ ସହ ଅନ୍ୟ ଦସ୍ତାବିଜ ପଠାଯାଇଛି। ଏହି ଫାଶୀ ଦଣ୍ଡାଦେଶ ଠିକ୍‌ ଅଛି କି ନାହିଁ ତାହା ହାଇକୋର୍ଟ ତର୍ଜମା ପରେ ଫାଶୀ ତାରିଖ ଧାର୍ଯ୍ୟ କରିବେ ବୋଲି ପଟ୍ଟନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୌ ପର୍ଯ୍ୟଟନ ପାଇଁ ନୂଆ ସୁଯୋଗ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): କେରଳ ଭଳି ଓଡ଼ିଶାକୁ ଦେଶର ପ୍ରମୁଖ ନୌ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ। ଜଳକ୍ରୀଡ଼ା ସହ ଆମୋଦପୂର୍ଣ୍ଣ ଜଳ ପର୍ଯ୍ୟଟନର ବିକାଶ ହେବ। ଏସିଆର ସର୍ବବୃହତ୍‌...

ଗ୍ରାମବାସୀଙ୍କୁ ଦେଖି ହରିଣକୁ ଛାଡ଼ି ପଳାଇଲେ ଶିକାରୀ

ବାରିପଦା ଅଫିସ,୧୦।୧- ମୟୂରଭଞ୍ଜ ଜିଲା ଶ୍ୟାମାଖୁଣ୍ଟା ବ୍ଲକ ଚନ୍ଦନପୁର ଗ୍ରାମରୁ ସୋମବାର ଏକ ହରିଣ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ପୂର୍ବାହ୍ନରେ ଶିକାରୀମାନେ ଶିମିଳିପାଳ ଅଭୟାରଣ୍ୟରୁ...

ଚୋରା ଚାଲାଣ ବେଳେ ୮୭ କଇଁଛ ଉଦ୍ଧାର, ଜଣେ ଗିରଫ

ବାଲେଶ୍ୱର ଅଫିସ,୭ା୯: ବାଲେଶ୍ୱର ଜିଲା ଜଳେଶ୍ୱର ବନ ବିଭାଗ ପକ୍ଷରୁ ୮୭ଟି କଇଁଛ ଉଦ୍ଧାର ହୋଇଛି। ସୂଚନାନୁଯାୟୀ, ୬୦ ନମ୍ବର ଜାତୀୟ ରାଜପଥ ଦେଇ ପଶ୍ଚିମବଙ୍ଗକୁ...

ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୫୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ୧୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ...

ବାଲ୍ୟବିବାହ ରୋକିଲା ପୋଲିସ

ଖୋର୍ଦ୍ଧା ଅଫିସ,୨୯। ୧୦: ଖୋର୍ଦ୍ଧା ସହର ଉପକଣ୍ଠ ଲୋକେଶ୍ୱର ମନ୍ଦିରରେ ପୋଲିସ ଏବଂ ଚାଇଲ୍ଡ ଲାଇନ ମିଳିତ ଭାବେ ଏକ ବାଲ୍ୟବିବାହକୁ ବୁଧବାର ବନ୍ଦ କରିଛନ୍ତି।...

ଟିକା ନେବା ସତ୍ତ୍ୱେ ୨୭୪ ଆକ୍ରାନ୍ତ

ଭୁବନେଶ୍ୱର, ୨୬।୬(ବ୍ୟୁରୋ): ଟିକା ନେବା ପରେ କରୋନାରେ ଆକ୍ରାନ୍ତଙ୍କ ସମ୍ପର୍କରେ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି) ଏକ ଗବେଷଣା କରିଥିଲା। ରାଜ୍ୟର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରୁ...

ଋଷିକୁଲ୍ୟାରୁ ଜଳ ଯୋଗାଣ ବନ୍ଦ:  ୫ ଦିନ ହେଲା ମିଳୁନି ପିଇବା ପାଣି

ବ୍ରହ୍ମପୁର ଅଫିସ,୨୪ା୭: ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଅଦୂରଦର୍ଶିତା ଯୋଗୁ ବ୍ରହ୍ମପୁର ସହରରେ ଶ୍ରାବଣ ମାସରେ ମଧ୍ୟ ଉତ୍କଟ ପାନୀୟ ଜଳ ସମସ୍ୟା ସୃଷ୍ଟି ହୋଇଛି। ଗୋଟିଏ...

କଳା ସାର୍‌ ଚତୁର୍ଥ ବିବାହ କରିବା ପରେ…

କଟକ ଅଫିସ,୧୯।୨: ରସିକିଆ ସାରଙ୍କ କାଳ କାରନାମା ପଦାକୁ ଆସିଛି। ଗୋଟିଏ କି ୨ଟି ନୁହେଁ ୪ ଯୁବତୀଙ୍କୁ ବିବାହ କରି ବିନ୍ଦାସ ଜୀବନ ବିତାଉଥିଲେ...

Advertisement
Archives

Model This Week