ଅନୁଗୋଳରେ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ସଚିବ: ମୋ ସରକାର ନିୟମାବଳୀ ଶୁଭାରମ୍ଭ

ଅନୁଗୋଳ ଅଫିସ, ୧୦।୧ – ରାଜ୍ୟ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ କମିଶନର ତଥା ସଚିବ ଭାସ୍କର ଜ୍ୟୋତି ଶର୍ମା ଗୁରୁବାରଠାରୁ ଦୁଇଦିନିଆ ଅନୁଗୋଳ ଗସ୍ତରେ ଆସିଛନ୍ତି। ଏହି ଅବସରରେ ସଚିବ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିବା ସହ ଜିଲାରେ ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ଅନ୍‌ଲାଇନ୍‌ରେ ଭିନ୍ନକ୍ଷମ ପରିଚୟ ପତ୍ର ପ୍ରଦାନ ଓ ଡିବିଟି ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଅନୁଗୋଳ ଜିଲାରେ ଏହି ବ୍ୟବସ୍ଥାକୁ ପାଇଲଟ୍‌ ପ୍ରକଳ୍ପ ଭାବେ କରାଯାଉଛି ବୋଲି ସଚିବ ପ୍ରକାଶ କରିଛନ୍ତି।
ଜିଲା କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ସଚିବ ଯୋଗଦେଇ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ପ୍ରଦାନ ସମ୍ପର୍କରେ ସମୀକ୍ଷା କରିଥିଲେ। ଏଣିକି ହିତାଧିକାରୀମାନଙ୍କ ସହାୟତା ରାଶି (ଡିବିଟି) ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ମୋବାଇଲ ଆପ୍‌ ମାଧ୍ୟମରେ ଭିନ୍ନକ୍ଷମମାନଙ୍କୁ ସେମାନଙ୍କ ପରିଚୟ ପତ୍ର ମଧ୍ୟ ପ୍ରଦାନ କରାଯିବ। ଜାତୀୟ ପରିବାର ମଙ୍ଗଳ ଯୋଜନାରେ ହିତାଧିକାରୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥରାଶି ପ୍ରଦାନ କରାଯିବ ବୋଲି ସଚିବ କହିଥିଲେ। ଏହି କାର୍ଯ୍ୟକୁ ନିଷ୍ଠା ଓ ଦାୟିତ୍ୱର ସହ କରିବାକୁ ସଚିବ ବିଭାଗୀୟ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଜିଲାପାଳ ମନୋଜ କୁମାର ମହାନ୍ତି ବିଭାଗୀୟ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସଚିବଙ୍କୁ ଅବଗତ କରିଥିଲେ। ବୈଠକରେ ଉପସ୍ଥିତ ବିଭାଗୀୟ ନିର୍ଦ୍ଦେଶିକା ବ୍ରତତ୍ରୀ ହରିଚନ୍ଦନ ମୋ ସରକାରରେ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ଯୋଗାଇ ଦିଆଯାଉଥିବା ସେବା ପାଇଁ ଶୁଭାରମ୍ଭ ହୋଇଥିବା ମୋବାଇଲ ଆପ୍‌ର କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ହିତାଧିକାରୀଙ୍କ ଅଭିଯୋଗ ପଞ୍ଜୀକରଣ ହେଲେ ତାଙ୍କ ମୋବାଇଲରେ ଏହା ପ୍ରଦର୍ଶିତ ହେବ ଓ ଉପରିସ୍ଥ ଅଧିକାରୀ ସମ୍ପୃକ୍ତ ବ୍ୟକ୍ତି କ’ଣ ଚାହଁୁଛନ୍ତି, କିପରି ସେବା ଓ ବ୍ୟବହାର ପାଉଛନ୍ତି ତାହା ଜାଣିପାରିବେ। ଭତ୍ତା ପାଉଥିବା ହିତାଧିକାରୀମାନଙ୍କ ଆଧାର କାର୍ଡକୁ ସଂଯୋଗ କରାଯାଇ ଏହାକୁ କଡ଼ାକଡ଼ି ଭାବେ ସମୀକ୍ଷା କରି ପ୍ରକୃତ ହିତାଧିକାରୀ ଚିହ୍ନଟ କରିବାକୁ କମିଶନର ପରାମର୍ଶ ଦେଇଥିଲେ। ଆସନ୍ତା ୧୫ ତାରିଖ ସୁଦ୍ଧା ଏହି କାର୍ଯ୍ୟ ସାରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ପୁରୀ ଓ ଭୁବନେଶ୍ୱର ପରେ ଅନୁଗୋଳ ଜିଲାରେ କାର୍ଯ୍ୟକାରୀ ହେବ ଭିକାରୀ ଆଶ୍ରୟ ଗୃହ। ଏହି ଗୃହରେ ଜିଲାର ଭିକାରୀମାନଙ୍କୁ ଚିହ୍ନଟ କରାଯାଇ ମାଗଣାରେ ରହିବା ଓ ଖାଇବାର ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଲଟପୁର ଆଇଆଇସି, କଣ୍ଟାପଡ଼ା ଯୋଗାଣ ନିରୀକ୍ଷକଙ୍କୁ କରୋନା: ୫ ଦିନ ଶଟଡାଉନ ଘୋଷଣା

କଣ୍ଟାପଡା,୩୦।୭(ଡି.ଏନ୍‌.ଏ.): କଟକ ଜିଲା କଣ୍ଟାପଡା ବ୍ଲକ ଏବଂ ଓଲଟପୁର ଥାନାର ୨ ମହିଳା ଅଧିକାରୀ ଓ ଇଛାପୁର ଗ୍ରାମର ୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି।...

ବୃଦ୍ଧ ଦମ୍ପତି ହତ୍ୟା ଘଟଣାର ପର୍ଦ୍ଦାଫାଶ: ଝିଅର ପରକୀୟା ପ୍ରୀତି ମା’ବାପାଙ୍କ ଜୀବନ ନେଲା

ପାଟଣା,୧୩।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣିଘାଟି ପଞ୍ଚାୟତ ଗୁଧିରାମ ପଡା ଗ୍ରାମରେ ଗତ ଶନିବାର ବିଳମ୍ବିତ ରାତିରେ ବୃଦ୍ଧ ଦମ୍ପତି ରାମାଇ ମୁଣ୍ଡା ଓ ତାଙ୍କ...

ହାତୀ ଆକ୍ରମଣ: ଦୁଇ ଚାଷୀ ଗୁରୁତର

ପରଜଙ୍ଗ,୧୨।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନରେ କୁନ୍ଦନଦେଇପୁର ଗ୍ରାମ ନିକଟ ବେରେଣାରେ ଗୁରୁବାର ସକାଳେ କ୍ଷେତରୁ ଧାନ କାଟୁଥିବା ବେଳେ...

ଲକ୍‌ଡାଉନ୍‌ ସ୍ଥିତି: ତେଲେଙ୍ଗାନାରେ ଫସିଛନ୍ତି ୫୦ ଓଡ଼ିଆ ଶ୍ରମିକ

ବିନିକା,୨୬।୩(ଡି.ଏନ୍‌.ଏ.): କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବାରୁ ଦେଶରେ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ହାଇଦ୍ରାବାଦ ତେଲେଙ୍ଗାନାରେ ସୁବର୍ଣ୍ଣପୁର ଜିଲା ବିନିକା...

ରାସ୍ତାପାର୍ଶ୍ୱରେ ପଡ଼ିରହିଛି ଶିଶୁର ମୃତଦେହ

ଜୟପୁର,୪।୯(ଡି.ଏନ୍‌.ଏ.): ଜୟପୁରରୁ ବିଶାଖାପାଟଣା ଯିବା ମୁଖ୍ୟ ରାସ୍ତା ଲମତାପୁଟ ତୁସୁବା ଛକ ନିକଟରେ ଏକ ଶିଶୁର ମୃତଦେହ ପଡ଼ି ରହିଥିବା ଦେଖିବାକୁ ମିଳିଛି। ଶିଶୁଟିକୁ କିଏ...

ଦୁଇ ମାସ ଧରି ହଷ୍ଟେଲରେ ନାହିଁ ବିଦ୍ୟୁତ୍‌: ଲଣ୍ଠନକୁ ଭରସା କରି ପାଠ ପଢ଼ୁଛନ୍ତି ଛାତ୍ର

ମୁନିଗୁଡା,୨୩।୧୦(ଡି.ଏନ୍‌.ଏ.): ସରକାର ଆଦିବାସୀ ଛାତ୍ରୀଛାତ୍ର ମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ଅନେକ ଯୋଜନା କରୁଛନ୍ତି। ଛାତ୍ରୀଛାତ୍ର ମାନଙ୍କୁ ରହିବା ଓ ଖାଇବା ସହ...

୫ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ: ୩ ଗିରଫ

ଜଳେଶ୍ୱର,୨୭।୧((ଡି.ଏନ.ଏ./ସ୍ବ.ପ୍ର)-ଆନ୍ତଃରାଜ୍ୟ ବ୍ରାଉନ୍‌ସୁଗାର କାରବାରର ପେଣ୍ଠସ୍ଥଳି ପାଲଟିଛି ଜଳେଶ୍ୱର। ଏହି ଅଞ୍ଚଳରେ ବିଭିନ୍ନ ସମୟରେ ଏସ୍‌ଟିଏଫ, ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଲକ୍ଷ...

ଖୁଣ୍ଟସମଲାଇ ସଙ୍ଗରୋଧ କେନ୍ଦ୍ରରେ ବୃଦ୍ଧଙ୍କ ମୃତ୍ୟୁ: ପ୍ରଶାସନ ପକ୍ଷରୁ ପରିବାରକୁ ସୂଚନା ଦିଆଯାଇ ନ ଥିବାରୁ ଗ୍ରାମରେ ଉତ୍ତେଜନା

ପାଟଣାଗଡ଼,୨୩।୫ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଖୁଣ୍ଟସମଲାଇ ସଂଗୋରଧ କେନ୍ଦ୍ରରେ ଶନିବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଖୁଣ୍ଟସମଲାଇ ଗ୍ରାମର ଟିକେମଣି...

Advertisement


Archives

Model This Week