ଅନୁକୂଳ ପାଣିପାଗ: ଖରିଫ ଚାଷ ପାଇଁ ଚାଷୀ ତତ୍ପର

ଉଲୁଣ୍ଡା, ୧ା୭(ଡି.ଏନ.ଏ.)  ରୋହିଣୀ ତାତେ, ମୃଗଶିରା ମାତେ, ଆରଦ୍ରା କରେ ଛନ୍‌ ଛନ୍‌, ଚାଷୀ ବଇଲା ଚଷାନୀଲୋ ଇ ବଛର କେନନ ରଖମା ଧାନ। ବିଶ୍ୱାସ ଅନୁସାରେ ରୋହିଣୀ ନକ୍ଷତ୍ର (ମେ ୨୨- ଜୁନ ୭) ପ୍ରଚଣ୍ଡ ଖରାରେ ଧରାପୃଷ୍ଠକୁ ତତାଇ ଦିଏ। ସେହିପରି ମୃଗଶିରା(ଜୁନ ୭- ଜୁନ୨୦) କାଳବୈଶାଖୀର ପ୍ରଭାବରେ ଧରାପୃଷ୍ଠ ମାତିଉଠେ। ଠିକ୍‌ ସେମିତି ମୌସୁମୀ ଆଗମନରେ ଆରଦ୍ରା ନକ୍ଷତ୍ର( ଜୁନ ୨୧-ଜୁଲାଇ ୩) ଝିପିଝିପି ବର୍ଷାରେ ଜମି ଚାଷ ଉପଯୋଗୀ ହୋଇ ବୁଣା ବିହନକୁ ଅଙ୍କୁରୋଗ୍ଦମ କରି ସବୁଜିମା ଆଣିଦିଏ। ଓଡିଶାର ଭାତହାଣ୍ଡି କୁହାଯାଉଥିବା ସୁବର୍ଣ୍ଣପୁର ଜିଲାର ଚାଷୀକୂଳ ମାସ, ବର୍ଷ, ତିଥି ବା ତାରିଖ ଉପରେ ନିର୍ଭର ନକରି ପାରମ୍ପରିକ ନକ୍ଷତ୍ର ଗଣନା ଉପରେ ବିଶ୍ୱାସ ରଖି ଚାଷ କରିଥାନ୍ତି। ଚଳିତ ଖରିଫ ଋତୁରେ ଚାଷ ପାଇଁ ଚାଷୀ ତତ୍ପର ଥିବାବେଳେ ନକ୍ଷତ୍ର ଗଣନାକୁ ନେଇ ଆଗେଇ ନେଉଛି ଚାଷ। ଏହିକ୍ରମରେ ଉଲୁଣ୍ଡା ବ୍ଲକରେ ଚାଷୀ ଆରଦ୍ରା ନକ୍ଷତ୍ରରେ ବତୁରି ପାଗର ସୁଯୋଗ ନେଇ ଧାନ ବୁଣା ଆରମ୍ଭ କରିଛି। ମୌସୁମୀ ଆଇବାରେ ଡେରି ହେଲେ ବି ମଝି ମଝିରେ ହେଇଥିବା କାଳବୈଶାଖୀ ବର୍ଷା ଲାଗି ଠିକ ସମିଆରେ ବତରି ଧାନବୁନା ଜୋରସୋରରେ ଚାଲିଛେ ବୋଲି ଗୌଡଗଁାର ଚାଷୀ ସତ୍ୟନାରାୟଣ ପାଣିଗ୍ରାହୀ କହିଛନ୍ତି।
ଉଲୁଣ୍ଡା କୃଷି ବିଭାଗ ତରଫରୁ ମିଳିଥିବା ସୂଚନା ମତେ, ବ୍ଲକରେ ଥିବା ସମଗ୍ର ୨୭୮୯୩ ହେକ୍ଟର ଜମିରୁ ଚଳିତ ଖରିଫ ପାଇଁ ୨୨୬୫୦ ହେକ୍ଟର ଜମିକୁ ଚାଷ ଉପଯୋଗୀ ଭାବେ ନିଆଯାଇଛି। ଏଥିରୁ ଧାନ ଚାଷ ପାଇଁ ୧୬୭୯୦ ହେକ୍ଟର, ମକା ୨୦୦, ଡାଲି ଜାତୀୟ ୩୦୦, ତୈଳବିଜ ୫୨୦, ତନ୍ତୁ ଜାତୀୟ ୬୩୦, ପରିବା ୧୧୫୦, ମସଲା ୨୫୦, ଆଖୁ ୬୦ ଏବଂ ଅନ୍ୟାନ୍ୟ ଫସଲ ୩୬୦ ହେକ୍ଟର ଚାଷ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ତେବେ ଉଲୁଣ୍ଡା ବ୍ଲକର ଚାଷୀ ଧାନକୁ ମୁଖ୍ୟ ଫସଲ ଭାବେ ଗ୍ରହଣ କରୁଥିବା ହେତୁ ବିଭାଗ ପକ୍ଷରୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ବ୍ଲକ ପାଇଁ କଲିଙ୍ଗ ୧୦୦ କୁଇଣ୍ଟାଲ, ଖଣ୍ଡଗିରି ୪୦୦, ଲଲାତ ୩୦୦, ସହଭାଗୀ ୩୦୦, ସଦାବ୍ଦି ୪୦୦, ଭୂବନ ୩୦୦, ସିଦ୍ଧାନ୍ତ ୧୦୦, ଜୋଗେଶ ୧୦୦, କାଦମ୍ବିନୀ ୧୦୦, ନବିନ ୧୦୦, ଚନ୍ଦନ ୧୦୦, ଏମଟିୟୁ – ୧୦୧୦ ୮୦୦, ୧୦୦୧ ବିହନ ୧୨୦୦, ପୂଜା ୧୦୦୦, ସ୍ବର୍ଣ୍ଣ ୧୭୦୦, ଆରଜିଏଲ-୨୫୩୮ ୧୦୦, ସତ୍ୟକ୍ରିଷ୍ଣା ୧୦୦, ପ୍ରତିକ୍ଷା ୧୦୦, ଗିତାଞ୍ଜଳି ୧୦୦, ତପସ୍ବିନୀ ୧୦୦, ମାନସ୍ବିନୀ ୧୦୦, ତେଜସ୍ବିନୀ ୧୦୦, ସୁନିତା ୧୦୦, ଜୟଦେବ ୧୦୦, ରାନି ୧୦୦ କୁଇଣ୍ଟାଲ ଧାନ ବିହନର ଆବଶ୍ୟକତା ଥିବା କୃଷି ବିଭାଗ ପକ୍ଷରୁ ନିର୍ଦ୍ଧାରଣ କରାଯାଇଛି। ସେହିପରି ମୁଗ ଚାଷ ପାଇଁ ପିଡିଏମ ୫୪ ୧୦ କୁଇଣ୍ଟାଲ, ଆପିଏମ୧୪ ୨୦ କୁଇଣ୍ଟାଲ, ବିରିଟି୯ ୫ କୁଇଣ୍ଟାଲ, ଶାରଳା ୫ କୁଇଣ୍ଟାଲ, ଅରହର ୩୦କୁଇଣ୍ଟାଲ, ବାଦାମ ୬୦କୁଇଣ୍ଟାଲ, ଶୋରିଷ ଓ ଧନିଚା ୩୦ କୁଇଣ୍ଟାଲ ଏହିପରି ସମୁଦାୟ ଚାଷ ପାଇଁ ୭୮୬୦ କୁଇଣ୍ଟାଲ ବିହନର ଆବଶ୍ୟକତା ଥିବା ସୂଚିତ କରାଯାଇଛି। ତେବେ ଚାଷୀକୁ ସରଳ ଓ ସହଜ ଉପାୟରେ ବିହନ ଯୋଗାଇଦେବା ପାଇଁ ବ୍ଲକରେ ଥିବା ୧୧ ଗୋଟି ପ୍ୟାକ୍ସ ଓ ୧୨ ଗୋଟି ବେସରକାରୀ ବିହନ ବିକ୍ରି ପାଇଁ ଅନୁମତି ପ୍ରଦାନ କରାଯାଇଥିବା ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଗଣପତି ସିଡ୍‌ସ ୩୫୦, ପର୍ଡିଆ ସିଡ୍‌ସ ୨୨୪, ପଞ୍ଚଜନ୍ୟା ଗ୍ରୁଫ ସିଡ୍‌ସ ୪୯୧, ଜୟ ବଜରଙ୍ଗବଳି ସିଡ୍‌ସ ୧୩୦, ଦାଶରଥ ମହାକୁର ସିଡ୍‌ସ ୨୨୫ ଏବଂ ଗୌରିଶଙ୍କର ପାଣ୍ଡିଆ ସିଡ୍‌ସ ୪୦ କୁଇଣ୍ଟାଲ ଧାନ ବିହନ ଆଣିଛନ୍ତି। ସେହିପରି ମହଦା ପିଏସିଏସ ୧୦୭ କୁଇଣ୍ଟାଲ ବିହନ ଆଣିଥିବା ଜଣାଯାଇଛି। ତେବେ ବ୍ଲକରେ ଥିବା ପଞ୍ଚମହଲା,ନିମ୍ନା, ବିଶିପଡା, ଉଲୁଣ୍ଡା, ଚଡେଇପଙ୍କ, କୋଟସମଲାଇ, ଏସ. ପତ୍ରାପାଲି, ରକ୍ସା, କଲାପଥର ଏବଂ ଜାଲୋଏ ପ୍ରଭୃତି ପିଏସିଏସ ଚଳିତ ବର୍ଷ ଧାନ ବିହନ ବିକ୍ରି ପାଇଁ ଆଣିନାହାନ୍ତି। ଅନ୍ୟପକ୍ଷେ ଏହିସବୁ ପିଏସିଏସ ପ୍ରତି ଜିଲା ପ୍ରଶାସନର ଲଗାମ ନ ଥିବାରୁ ଏହା ଉପରେ ଭରଶା ରଖି ଚାଷ କରୁଥିବା ଚାଷୀଙ୍କ ସମସ୍ୟା ଦ୍ୱିଗୁଣିତ ହେଉଛି। ତେଣୁ ଅଞ୍ଚଳର ଚାଷୀ ସରକାରୀ ବିହନ ଉପରେ ଭରସା ନରଖି ପାରମ୍ପରିକ ଦେଶି ବିହନ ବ୍ୟବହାର କରୁଥିବା ଦେଖାଦେଇଛି। ସେହିପରି ଅଣଧାନ ଫସଲର ବିହନ କେଉଁଠୁ ମିଳିବ ସେନେଇ ଅଞ୍ଚଳର ଚାଷୀ ସନ୍ଦିହାନ ଅଛନ୍ତି। ତେବେ ଏ ନେଇ ପଚରାଯିବାରୁ ଅଣଧାନ ଫସଲ ବିହନ ଚାଷୀମାନଙ୍କୁ ଉପଯୁକ୍ତ ସମୟରେ ବିଭାଗ ତରଫରୁ ଯୋଗାଇ ଦିଆଯିବ ବୋଲି ଏଏଓ ରାକେଶ କୁମାର ମାଝୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଫେଇ ସହଯୋଗ: ଫନୀ ପ୍ରଭାବିତ ପୁରୀକୁ ଗଲେ ଏସ୍‌ଏମ୍‌ସି କର୍ମଚାରୀ

ସମ୍ବଲପୁର,୧୨।୬(ବ୍ୟୁରୋ): ସମ୍ବଲପୁର ମହାନଗର ନିଗମର ୩୨ ଜଣ (ଏସ୍‌ଏମ୍‌ସି) ସଫେଇ କର୍ମଚାରୀ ବୁଧବାର ପୁରୀକୁ ଯାଇଛନ୍ତି। ବାତ୍ୟା ଫନୀରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ପୁରୀକୁ...

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ଭବାନୀପାଟଣା,୨୭ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାପାଟ ଅଭୟାରଣ୍ୟର ନେହେଲା ଗ୍ରାମରେ ଭବାନୀପାଟଣା ସହର ପୁରୁଣାପଡ଼ାର ଜଣେ ଯୁବକଙ୍କ ଗଳିତ ମୃତଦେହ ତିନି...

ଭିମ୍‌ସାରରେ ନକଲି ନିଯୁକ୍ତିପତ୍ର

ସମ୍ବଲପୁର, ୯ା୧୧(ବ୍ୟୁରୋ): ସମ୍ବଲପୁରର ବୁର୍ଲାସ୍ଥିତ ଭିମ୍‌ସାରରେ ୪ଜଣ ଯୁବତୀଯୁବକଙ୍କୁ ଆଟେଣ୍ଡାଣ୍ଟ ପଦରେ ନିଯୁକ୍ତି ଦିଆଯାଇଛି। ଏଥିରେ ସ୍ବାସ୍ଥ୍ୟ ବିଭାଗ ସଚିବଙ୍କ ସ୍ବାକ୍ଷର ସହ ଓଡ଼ିିଶା ସରକାରଙ୍କ...

ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର

କୁଚିଣ୍ଡା,୨୪ା୬(ଡି.ଏନ.ଏ.): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଞ୍ଚଳର ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ପୋଲିସ ଆଇପିସିର...

ବକ୍ସିଂରେ ଗୌରବ ବଢ଼ାଉଛନ୍ତି ଦୁଇଭଉଣୀ

ବଡ଼ଗାଁ, ୧ା୫ (ଡି.ଏନ.ଏ)- ଦୁଇ ଭଉଣୀ ସୁଭଦ୍ରା ସିଂ ଓ ଯାଜ୍ଞସେନୀ। ସରକାର ଓ ପ୍ରଶାସନର ସହଯୋଗ ନ ଥିବା ଓ ଆର୍ଥିକ ଅଭାବ ସତ୍ତ୍ବେ...

ସ୍ବେଚ୍ଛାସେବୀ, ଗଁ। ର ଲୋକ୍‌ ମିଶି ତିଆର କଲେ ରାସ୍‌ତା: ଅଭିଶାପ ପାଲଟିଛେ ଗଁବାସୀକର ଜୀବନ୍‌

ରେଙ୍ଗାଲି, ୨୭।୮ (ଡି.ଏନ୍‌.ଏ.): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଖିଣ୍ଡା ପଁଚେତ୍‌ ଅଧୀନ ବୁଧିଆପାଲି ଗଁାର ସ୍କୁଲକେ ସଂଯୋଗ କରୁଥିବାର ରାସ୍‌ତାକେ ମାତୃଭୂମୀ ସ୍ବେଚ୍ଛାସେବୀ ସଂଗଠନ...

କରୋନା ସ୍ଥିତି ଅନୁଧ୍ୟାନ କଲେ ଉପଜିଲାପାଳ

ବାମରା, ୩୦।୩ (ଡି.ଏନ.ଏ.)-ବର୍ତ୍ତମାନ କରୋନା ପାଇଁ ସାରା ଦେଶ ସମ୍ପୂର୍ଣ୍ଣ ଲକ ଡାଉନ ପରିସ୍ଥିତିରେ ଗତି କରୁଥିବା ବେଳେ ଏହାକୁ ନେଇ ରାଜ୍ୟ ସରକାର ଜିଲା...

ନୂଆପଡ଼ା ବିଧାନସଭା: କଂଗ୍ରେସ ଆଗରେ

ନୂଆପଡ଼ା ଅଫିସ,୨୩।୫: ନୂଆପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଆଗରେ ଅଛନ୍ତି। ପଞ୍ଚମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଘାସିରାମ ୮୧୯୪ ଭୋଟ...

Advertisement
Archives

Model This Week