ଅଧିକ ସୁବିଧାଜନକ ହେବ ଡିଜିଟାଲ ନେଣଦେଣ;ଆର୍‌ବିଆଇ ଜାରି କଲା ଭିଜନ ୨୦୨୧ ଡକ୍ୟୁମେଣ୍ଟ

ମୁମ୍ବାଇ,୧୭-୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସୁରକ୍ଷିତ, ସୁବିଧାଜନକ, ଦ୍ରୁତ ଏବଂ ଶସ୍ତା ଡିଜିଟାଲ ଦେୟ ପ୍ରଣାଳୀକୁ ନେଇ ଏକ ଭିଜନ ଡକ୍ୟୁମେଣ୍ଟ ଜାରି କରିଛି। ଆସନ୍ତା ୨ ବର୍ଷ ଭିତରେ ଅନ୍‌ଲାଇନ ଦେୟ ବ୍ୟବସ୍ଥାରେ ଆସିବାକୁ ଥିବା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଡକ୍ୟୁମେଣ୍ଟ ଜାରି କରାଯାଇଛି।
ଆର୍‌ବିଆଇ ପକ୍ଷରୁ ଜାରି ୨୦୧୯-୨୦୨୧ ଭିଜନ ଡକ୍ୟୁମେଣ୍ଟରେ ଡିସେମ୍ବର ୨୦୨୧ ସୁଦ୍ଧା ଦେଶରେ ଡିଜିଟାଲ ମାଧ୍ୟମରେ ହେବାକୁ ଥିବା ନେଣଦେଣ ୪ ଗୁଣାରୁ ଅଧିକ ବୃଦ୍ଧି ପାଇ ୮୭୦୭ କୋଟି ଟଙ୍କାରେ ପହଞ୍ଚତ୍ୟିବ ବୋଲି ଆଶାବ୍ୟକ୍ତ କରାଯାଇଛି। ଭିଜନ ଡକ୍ୟୁମେଣ୍ଟ ଜାରି କରି ଦେଶରେ ଇ-ଦେୟର ଅନୁଭବକୁ ଅଧିକ ଉନ୍ନତ କରିବା ତଥା ଅଧିକ ଡିଜିଟାଲ ଏବଂ କମ ନଗଦ ଥିବା ସମାଜ ଗଠନ କରିବା ଦିଗରେ ଏହା ଏକ ପଦକ୍ଷେପ ବୋଲି ରିଜର୍ଭ ବ୍ୟାଙ୍କ କହିଛି। କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ, ନୂଆ ସେବା ପ୍ରଦାନକାରୀ ଏବଂ ନୂଆ ପନ୍ଥାପଦ୍ଧତି ଆସିବା କାରଣରୁ ଦେୟ ପ୍ରଣାଳୀରେ କ୍ରମାଗତ ପରିବର୍ତ୍ତନ ଜାରି ରହିବ। ଏହାଦ୍ୱାରା ଉପଭୋକ୍ତାଙ୍କୁ ଉନ୍ନତ ଲଗାଣ ଉପରେ ବିଭିନ୍ନ ପ୍ରକାର ଦେୟ ପ୍ରଣାଳୀର ବିକଳ୍ପ ଉପଲବ୍ଧ ହେବ। ଏହି ଡକ୍ୟୁମେଣ୍ଟକୁ ଆର୍‌ବିଆଇ ୨୦୧୯-୨୦୨୧ ମଧ୍ୟରେ ଲାଗୁ କରିବ। ସୂଚନାଥାଉ କି, ଆର୍‌ବିଆଇ ପକ୍ଷରୁ ପ୍ରଥମ ଭିଜନ ଡକ୍ୟୁମେଣ୍ଟ ୨୦୧୬-୨୦୧୮ ଲାଗି ଜାରି କରାଯାଇଥିଲା। ଦେଶରେ ଡିଜିଟାଲ ମାଧ୍ୟମରେ ନେଣଦେଣ ୨୦୧୮ ଡିସେମ୍ବର ସୁଦ୍ଧା ୨୦୬୯ କୋଟି ଟଙ୍କାରେ ପହଞ୍ଚତ୍ଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବକାଳୀନ ନିମ୍ନ ସ୍ତରରେ ଟଙ୍କା

ନୂଆଦିଲ୍ଲୀ,୯।୪: କରୋନା ଭାଇରସ ପ୍ରଭାବରେ ଦେଶର ଆର୍ଥତ୍କ କାର୍ଯ୍ୟକଳାପ ଏବେ ଠପ୍‌ ହୋଇଯାଇଛି। ଏଭଳି ସ୍ଥିତିରେ ବୁଧବାର ଡଲାର ତୁଳନାରେ ଟଙ୍କା ମୂଲ୍ୟ ସର୍ବକାଳୀନ ନିମ୍ନ...

ରେନୋ ଭୁବନେଶ୍ୱର ନର୍ଥ ଶୋ’ରୁମରେ ନୂଆ ଟ୍ରାଇବରର ବଜାର ପ୍ରବେଶ

ଭୁବନେଶ୍ୱର, ୧୪-୯(ବ୍ୟୁରୋ): ରେନୋ ପକ୍ଷରୁ ନୂଆ ଯାନ ଟ୍ରାଇବରକୁ ସ୍ଥାନୀୟ ପାହାଳ ନିକଟସ୍ଥ ରେନୋ ଭୁବନେଶ୍ୱର ନର୍ଥ ଶୋ’ରୁମରେ ଶୁକ୍ରବାର ଉନ୍ମୋଚନ କରାଯାଇଛି। ସୁପର ସେଲ୍‌ସ...

ମୁଦ୍ରାସ୍ଫୀତି ଜୁନ୍‌ରେ ୩.୧୮%କୁ ବୃଦ୍ଧି

ନୂଆଦିଲ୍ଲୀ,୧୩।୭: ଖାଦ୍ୟଶସ୍ୟ, ଡାଲି, ମାଂସ, ମାଛ ଆଦି ପ୍ରୋଟିନଯୁକ୍ତ ଖାଦ୍ୟପଦାର୍ଥର ଦର ବୃଦ୍ଧି ଯୋଗୁ ଜୁନ୍‌ରେ ଖୁଚୁରା ମୁଦ୍ରାସ୍ଫୀତି ୩.୧୮ ପ୍ରତିଶତକୁ ବୃଦ୍ଧି ପାଇଛି। ସରକାରୀ...

୨୬୧ କୋଚରେ ଆଇସୋଲେଶନ ୱାର୍ଡ ପ୍ରସ୍ତୁତ କରୁଛି ପୂର୍ବତଟ ରେଳପଥ

ଭୁବନେଶ୍ୱର,୪।୪: କରୋନା ବିରୋଧୀ ଲଢେଇରେ ପୂର୍ବତଟ ରେଳପଥ ଏହାର ଯୋଗଦାନ ରଖିଛି। ମୋଟ ୨୬୧ କୋଚ୍ ମଧ୍ୟରୁ ରେଳପଥ ପକ୍ଷରୁ ଭୁବନେଶ୍ୱର କୋଚିଂ ଡିପୋରେ ୪୬...

୬୦ ବର୍ଷରେ ପ୍ରଥମ ଥର ଏସିଆ ଅଭିବୃଦ୍ଧି କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ,୧୭।୪: ଗତ ୬୦ ବର୍ଷ ମଧ୍ୟରେ ପ୍ରଥମଥର ଲାଗି ଏସିଆର ଅଭିବୃଦ୍ଧି ହାର କ୍ଷତିଗ୍ରସ୍ତ ହେବ ବୋଲି ଆଇଏମ୍‌ଏଫ୍‌ କହିଛି। ଏହି ଅଞ୍ଚଳର ସର୍ଭିସ ସେକ୍ଟର...

ମୋଦି ସରକାରଙ୍କ ଅମଳରେ ୨୭ରୁ ୫ ହେବାକୁ ଯାଉଛି ସରକାରୀ ବ୍ୟାଙ୍କ ସଂଖ୍ୟା !

ନୂଆଦିଲ୍ଲୀ,୨୧।୭: କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଏବେ ଦେଶରେ ସରକାରୀ ବ୍ୟାଙ୍କର ସଂଖ୍ୟାକୁ କମାଇ ୫ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏକ ରିପୋର୍ଟ ମୁତାବକ...

କରେନ୍ସି ମନିଟରିଂ ତାଲିକାରୁ ଭାରତୀୟ ମୁଦ୍ରାକୁ ବାଦ୍‌ ଦେଲା ଆମେରିକା

ଓ୍ବାଶିଂଟନ,୩୦ -୫: ଆମେରିକା ଏହାର କରେନ୍ସି ମନିଟରିଂ ତାଲିକାରୁ ଭାରତୀୟ ମୁଦ୍ରାକୁ ବାଦ୍‌ ଦେଇଛି। ତେବେ ଚାଇନାର ମୁଦ୍ରା ଏବେ ମଧ୍ୟ ଏହି ତାଲିକାରେ ରହିଛି।...

ଦେବାଳିଆ ହୋଇପାରନ୍ତି ବିମାନ କମ୍ପାନୀ

ନୂଆଦିଲ୍ଲୀ,୧୮-୩: କରୋନା ମହାମାରୀର ପ୍ରଭାବ ଯୋଗୁ ସାରା ବିଶ୍ୱରେ ବିମାନ ଶିଳ୍ପ ଏବେ ପ୍ରଭାବିତ ସ୍ଥିତିରେ ରହିଛି। ଏଭଳି ସମସ୍ୟା ଆଗାମୀ ମେ’ ମାସ ଯାଏ...

Coronavirus Update


Archives

Model This Week

Why Dharitri