ଅଧିକ ରାଜସ୍ବ, ତଥାପି ସରୁନି ସରକାରୀ ଅବହେଳା: ପଙ୍ଗୁ ଅବସ୍ଥାରେ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ

ତାଳଚେର,୨୧ା୧୨(ନି.ପ୍ର.) – ତାଳଚେରସ୍ଥିତ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟରେ ଦୀର୍ଘଦିନ ହେଲା ଅଚଳାବସ୍ଥା ଲାଗି ରହିଛି। ୧୮ ମାସ ହେଲା ଏଠାରେ କୌଣସି ଅଧିକାରୀ ନାହାନ୍ତି କି ଅଫିସ କାର୍ଯ୍ୟ ମଧ୍ୟ ହେଉନାହିଁ। ଅଫିସର ସମସ୍ତ କାଗଜପତ୍ର ବନ୍ଧା ହୋଇ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ରଖାଯାଇଥିବା ବେଳେ କେବଳ ୨ଜଣ ୪ର୍ଥ ଶ୍ରେଣୀ କର୍ମଚାରୀ ଦେଉଳବେଡାଠାରେ ନୂତନଭାବେ ଖୋଲାଯାଇଥିବା ଅଫିସ ଗୃହକୁ ଜଗି ରହିଛନ୍ତି। ଅଧିକ ରାଜସ୍ବ ଆଦାୟ କରୁଥିବା ଅଫିସକୁ ବର୍ଷାଧିକ ହେଲା କାହିଁକି ପଙ୍ଗୁ କରି ରଖାଯାଇଛି ତାହା ସାଧାରଣରେ ବୁଝାପଡ଼ୁ ନାହିଁ।
ପ୍ରକାଶ ଯେ, ବହୁ ଦାବି ଓ ଆନ୍ଦୋଳନ ପରେ ୨୦୦୮ରେ ତାଳଚେର ବାଇପାସ୍‌ସ୍ଥିତ ଏକ ଭଡ଼ାଘରେ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ ଖୋଲା ଯାଇଥିଲା। ୨୦୧୮ ମେ ୧୨ରେ ଅନୁଗୋଳର ଜଏଣ୍ଟ କମିଶନର ଏହି ଅଫିସକୁ ଅନୁଗୋଳକୁ ସ୍ଥାନାନ୍ତର କରିନେବାକୁ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଥିଲେ। କିନ୍ତୁ ତାଳଚେର ବିଧାୟକଙ୍କ ଚାପରେ ଏହା ବନ୍ଦ ରହିଥିଲା। ମେ ୧୩ରେ ଅନୁଗୋଳର ଜଏଣ୍ଟ କମିଶନର ଅଫିସ ସ୍ଥାନାନ୍ତର ବନ୍ଦ ରହିଲା ବୋଲି ପୁନର୍ବାର କହିଥିଲେ। ତେବେ ହଠାତ ଜୁନ୍‌ ୨୨ରେ ତୁରନ୍ତ ଅଫିସ ଅନୁଗୋଳକୁ ଉଠାଇ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ତାଳଚେର ସିଟିଓ ଏଥିପାଇଁ ପ୍ରସ୍ତୁତି ଚଳାଇଥିଲେ। ୨୦୧୮ ଜୁନ ୨୪ରେ ତାଳଚେର ସିଟିଓ ବାଣିଜ୍ୟକର ଅଫିସ କାଗଜପତ୍ର ଓ ଅନ୍ୟାନ୍ୟ ଆସବାବପତ୍ର ଅନୁଗୋଳ ନେବା ପାଇଁ ପ୍ରସ୍ତୁତ କରୁଥିବା ବେଳେ ସ୍ଥାନୀୟ ଅଧିବାସୀ ଓ ବ୍ୟବସାୟୀ ଏହାକୁ ବିରୋଧ କରିଥିଲେ। ସେବେଠାରୁ ଅଫିସର କାଗଜପତ୍ର, ଆସବାବପତ୍ର ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏମ୍‌ସିଏଲ୍‌ ଓ ଏନ୍‌ଟିପିସିର ଭୂଅର୍ଜନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଗଦା ହୋଇଛି। ଏହାକୁ ଜଣେ ପିଅନ ଜଗି ରହିଛନ୍ତି। ଗତ ନଭେମ୍ବର ମାସରେ ଦେଉଳବେଡା କଲୋନୀସ୍ଥିତ ଏମ୍‌ସିଏଲ୍‌ର ଏକ ଘରେ ନୂତନ ଭାବେ ବାଣିଜ୍ୟକର ଅଧିକାରୀଙ୍କ ଅଫିସ ଖୋଲାଯାଇଛି। କିନ୍ତୁ ଏଠାରେ କୌଣସି ଅଧିକାରୀ ନାହାନ୍ତି କି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଥିବା କାଗଜପତ୍ର ଓ ଆସବାବପତ୍ର ଏଠାକୁ ଅଣାଯାଇନାହିଁ। କେବଳ ନାମକୁ ମାତ୍ର ଅଫିସ ଖୋଲାଯାଇଛି। ୨ଜଣ ୪ର୍ଥ ଶ୍ରେଣୀ କର୍ମଚାରୀ ଏଠାରେ ଅଛନ୍ତି। ଗତ ୧୮ ମାସ ହେଲା ଏଭଳି ଅଚଳାବସ୍ଥା ଲାଗି ରହିଥିଲେ ହେଁ ଏହାର କୌଣସି ସ୍ଥାୟୀ ସମାଧାନ କରାଯାଉନାହିଁ। ପଳରେ ଏଠିକାର ବ୍ୟବସାୟୀମାନେ ବିଭିନ୍ନ କାର୍ଯ୍ୟରେ ଅନୁଗୋଳ ଜିଲା କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି। ତାଳଚେରକୁ ଶ୍ରୀହୀନ କରିବାକୁ କେତେକ ଅଧିକାରୀ ଏପରି ଚକ୍ରାନ୍ତ କରିଥିବା ଆଲୋଚନା ହେଉଛି। ତୁରନ୍ତ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ଅଧିବାସୀଙ୍କ ପକ୍ଷରୁ ଦାବି ହେଉଛି। ଏ ସମ୍ପର୍କରେ ଅନୁଗୋଳର ଜଏଣ୍ଟ କମିଶନରଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରି ନ ଥିବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସୌନ୍ଦର୍ଯ୍ୟକରଣ ସରିଲେ ଶ୍ରେଷ୍ଠ ସ୍ଥାନ

ଅନୁଗୋଳ ଅଫିସ, ୩୧ା୮ ଆଖି ଝଲସାଇ ଦେବ ଅନୁଗୋଳ ସହର। କୌଣସି ମେଟ୍ରୋ ସିଟିଠାରୁ ସୌନ୍ଦର୍ଯ୍ୟରେ ଏହା କମ୍‌ ଦିଶିବନି। ପରିମଳଠାରୁ ଆଲୋକୀକରଣ, ଅତ୍ୟାଧୁନିକ ପାର୍କ...

ଫେରିଆସିଲା ନିଖୋଜ ପୁଅ

ଛେଣ୍ଡିପଦା,୧୮ା୫(ସ୍ବ.ପ୍ର.):ମଧ୍ୟପ୍ରଦେଶର ଏକ ଢାବାରେ ସାଧାରଣ କାମ କରୁଥିଲେ ମଧ୍ୟ ତାଙ୍କ କଥାବାର୍ତ୍ତା ଓ ଚାଲିଚଳଣ ଥିଲା ଉଚ୍ଚଶିକ୍ଷିତଙ୍କ ପରି। ଏହାକୁ ଠଉରାଇ ନେଇଥିଲେ ଜଣେ ଟ୍ରକ୍‌...

ଅନୁଗୋଳରେ ୫୦ ପ୍ରତିଶତ ଉପସ୍ଥାନ

ଅନୁଗୋଳ ଅଫିସ, ୧୬।୧୧- ଅନୁଗୋଳ ଜିଲାରେ ସୋମବାର ୬ଷ୍ଠ ଓ ୭ମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଥିବାରୁ ପ୍ରଥମ ଦିନରେ ୫୦ ପ୍ରତିଶତ ଉପସ୍ଥାନ...

ଗାଈ ଗୋରୁଙ୍କ ଚରାଭୂଇଁ ପାଲଟିଛି ୫୫ନଂ. ଜାତୀୟ ରାଜପଥ: ବଢୁଛି ଦୁର୍ଘଟଣା

ବଅଁରପାଳ,୨୫।୬(ଡି.ଏନ.ଏ.)-ଅନୁଗୋଳ ଜିଲା ବଅଁରପାଳ ଓ ନାଲ୍‌କୋ ଅଞ୍ଚଳ ଦେଇ ଯାଇଥିବା ୫୫ନଂ. ଜାତୀୟ ରାଜପଥ ଗାଈ ଗୋରୁଙ୍କ ଚରାଭୂଇଁ ପାଲଟିଥିବା ଦେଖାଦେଇଛି। ସକାଳ ଓ ସଞ୍ଜ...

୧୨ ଘରୋଇ ସଂସ୍ଥା କରିବେ କୋଇଲା ଉତ୍ତୋଳନ

ଅନୁଗୋଳ ଅଫିସ, ୧୧|୧୧: ଅନୁଗୋଳ ଜିଲାରେ ଥିବା କୋଇଲା ଖଣିରୁ ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ସହ ଆଉ ୧୨ଟି ବେସରକାରୀ ଶିଳ୍ପ ସଂସ୍ଥା ଖୁବ୍‌ଶୀଘ୍ର...

ବନ ବିଭାଗ ଚଢ଼ାଉ: ୯ଖଣ୍ଡ ଶାଳ ଚଉକାଠ, ୨ ବାଇକ୍‌ ଜବତ

ଛେଣ୍ଡିପଦା,୨୩।୧୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ପାତ୍ରପଡ଼ା ପଞ୍ଚାୟତ ବାୟାଣିପୀଠ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବନ ବିଭାଗ ଚଢ଼ାଉ କରି ଶାଳ ଚଉକାଠ ସହିତ...

ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ଆଶଙ୍କା

ବଅଁରପାଳ,୨୭।୧୨(ଡି.ଏନ.ଏ.)  ଡିସେମ୍ବରରୁ ଏପ୍ରିଲ ରବି ଋତୁର ମାସେ ଶେଷ ହେବାକୁ ବସିଲାଣି। ହେଲେ ଅନୁଗୋଳ କୃଷି ଜିଲା ଅନ୍ତର୍ଗତ ଅନୁଗୋଳ ବ୍ଲକର ଚାଷୀମାନଙ୍କୁ ଆବଶ୍ୟକତା ଅନୁଯାୟୀ ବିହନ...

ଟ୍ୟାଙ୍କର ପାଣିକୁ ନେଇ ତାଳଚେରବାସୀଙ୍କ ପ୍ରଶ୍ନ: ତଥ୍ୟରେ ବଳକା, ତଥାପି ସଙ୍କଟ କେମିତି

ତାଳଚେର, ୧୨ା୬- ୨୦୧୧ ଜନଗଣନା ଅନୁଯାୟୀ ତାଳଚେର ସହରର ଲୋକସଂଖ୍ୟା ୪୦ ହଜାର ୮୪୧। ବର୍ତ୍ତମାନର ସ୍ଥିତି ଓ ବାହାର ଲୋକଙ୍କୁ ହିସାବକୁ ନେଲେ ଏହା...

Advertisement
Archives

Model This Week