ଅଧାରେ ଅଟକିଛି ପାଇପ୍‌ ବିଛା କାର୍ଯ୍ୟ -୨ ବିଭାଗର ସମନ୍ବୟ ଅଭାବ ଯୋଗୁ ହୋଇପାରୁନି କାର୍ଯ୍ୟ

ନାଉଗଁ। ,୮ା୧୨(ସ୍ବ.ପ୍ର.): ନାଉଗଁ। ବ୍ଲକ ଗଜରାଜପୁର ପଞ୍ଚାୟତ ତୁମ୍ବେଶ୍ୱରଠାରେ ପ୍ରବାହିତ ଦେବୀ ନଦୀରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ୩୬୦ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରକଳ୍ପ ଦ୍ୱାରା ଦେବୀ ନଦୀରୁ ମଧୁର ଜଳ ସଂଗ୍ରହ କରାଯାଇ ବାଲିକୁଦା ଓ ଏରସମା ବ୍ଲକର ଲୁଣି ପାଣି ଥିବା ବିଭିନ୍ନ ପଞ୍ଚାୟତକୁ ମଧୁର ଜଳ ଯୋଗାଇ ଦିଆଯିବ। ଏହି କାର୍ଯ୍ୟ କରିବା ପାଇଁ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସମ୍ପୃକ୍ତ ସଂସ୍ଥା ଏବେ ପୂର୍ତ୍ତବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ଖୋଳି ପାଇପ ବିଛାଉଛି। ହେଲେ ଠିକା ସଂସ୍ଥା ରାସ୍ତା ଖୋଳିବା ନିମନ୍ତେ ବିଭାଗୀୟ ଅନୁମତି ଆଣି ନ ଥିବାରୁ ରାସ୍ତାଖୋଳକୁ ପୂର୍ତ୍ତ ବିଭାଗ ପକ୍ଷରୁ ବିରୋଧ କରାଯାଇଛି। ଫଳରେ ରାସ୍ତା ଯେତିକି ଖୋଳାଯାଇଛି, ସେତିକିରେ ରହିଛି। ଆଉ କାର୍ଯ୍ୟ ଆଗେଇ ପାରୁନାହିଁ। ଯଦ୍ଦ୍ବାରା ଲୋକେ ଦୁର୍ଦ୍ଦଶା ଭୋଗୁଥିବା ଅଭିଯୋଗ କରିଛନ୍ତି।
ବ୍ଲକର ଅଲଣା ପଞ୍ଚାୟତ ଦେଇ ଯାଇଥିବା ବାଲିଭଉଁରୀ-ଶିଖରଘାଟ ମୁଖ୍ୟ ରାସ୍ତାରେ ଏହି ଘଟଣା ଦେଖିବାକୁ ମିଳିଛି। ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହା ମଧ୍ୟ ବ୍ଲକର ମୁଖ୍ୟ ରାସ୍ତା। ଅଲଣାହାଟ ନିକଟରେ ଠିକା ସଂସ୍ଥା ତରଫରୁ ରାସ୍ତାର ଉଭୟ ପାର୍ଶ୍ୱ ଦୀର୍ଘ ୧୫ ଦିନ ହେବ ଖୋଳାଯାଇଛି। ସଂସ୍ଥା ପକ୍ଷରୁ ରାସ୍ତା ଖୋଳାଯିବା ସମୟରେ ପୂର୍ତ୍ତ ବିଭାଗର ଅଧିକାରୀମାନେ ଆସି ରାସ୍ତା ଖୋଳା ବନ୍ଦ କରିିଛନ୍ତି। ଅପରପକ୍ଷେ ଅଲଣାହାଟ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ରାସ୍ତା ଖୋଳା ହୋଇଥିବାରୁ ପିଲା ବିଦ୍ୟାଳୟକୁ ଯିବାକୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ନିକଟସ୍ଥ କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କକୁ ହିତାଧିକାରୀ ଯାଇପାରୁନାହାନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ମାଟି ଜମିବା ଦ୍ୱାରା ରାସ୍ତା ଅଣଓସାରିଆ ହୋଇପଡ଼ିଛି। ସେହିପରି ପୂର୍ତ୍ତବିଭାଗ ଦ୍ୱାରା ରାସ୍ତା କାର୍ଯ୍ୟ ଚାଲୁଥିବାରୁ ଏବେ ରାସ୍ତାରେ ଡଷ୍ଟ ପକାଯାଉଛି। ଫଳରେ ପ୍ରତ୍ୟେହ ଯାତ୍ରୀବାହୀ, ମାଲବାହି ଗାଡି ଯିବା ଅସିବାଦ୍ୱାରା ରାସ୍ଥାରୁ ଡଷ୍ଟ ଉଡୁଛି। ତେଣୁ ଶୀଘ୍ର ଖୋଳା ଯାଇଥିବା ସ୍ଥାନକୁ ପୂରଣ କରିବା ପାଇଁ ଜନସାଧରାଣ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟଜଳ ପରିମଳ ବିଭାଗ ଯନ୍ତ୍ରୀ ପ୍ରଦୀପ୍ତ ବରାଳଙ୍କୁ ପଚାରିବାରେ ସେ କହିଥିଲେ, ୧ ଫୁଟ ଖୋଳି ପାଇପ ଯିବାର ନିୟମ ରହିଥିବାରୁ ସଂସ୍ଥା ପକ୍ଷରୁ ଖୋଳା ଯାଉଥିଲା। କିନ୍ତୁ ପୂର୍ତ୍ତ ବିଭାଗର ଅଧିକାରୀମାନେ ଆସି ତାଙ୍କ ଅଧୀନରେ ଥିବା ରାସ୍ତାକୁ ଖୋଳିବା ପାଇଁ ମନା କରି ଦେଇଥିବାରୁ କାମ ବନ୍ଦ ରହିଛି। ଆମେ ଆମ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସହ କଥା ହେଇଛୁ। ସେ ପୂର୍ତ୍ତ ବିଭାଗ ସହ ଆଲୋଚନା କରିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଥିଲେ। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ନିମାଇଁ ଦାସଙ୍କୁ ପଚାରିବାରେ ଏବିଷୟରେ ମୁଁ ଜାଣି ନାହିଁ। କ’ଣ ହୋଇଛି ଏସଡିଓଙ୍କୁ ପଚାରି ବିଝୁଲା ପରେ ଯାହା ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ଏବେ ଦେଖିବାକୁ ଅପେକ୍ଷା ଆଗକୁ ଏଦିଗରେ କ’ଣ ପଦକ୍ଷେପ ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ, କ୍ୟାମେରାରେ କଏଦ୍ ହେଲା ଦୃଶ୍ୟ

ଭୁବନେଶ୍ୱର,୨୯।୧୧: ଓଡିଶାରେ ଜଙ୍ଗଲରେ ବୁଲୁଛି ବିରଳ କଲରା ପତରିଆ ବାଘ। ରାଜ୍ୟରେ ଏବେ ବାଘ ଜନଗଣନା ଚାଲିଥିବା ବେଳେ କଲରା ପତରିଆ ବାଘର ରୋମାଞ୍ଚକର ଦୃଶ୍ୟ...

ସରକାରଙ୍କ ସହ ଆଲୋଚନା ସଫଳ, ବସ୍ ଧର୍ମଘଟ ପ୍ରତ୍ୟାହାର

ଭୁବନେଶ୍ୱର,୨୯।୧୧: ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହେବା ପରେ ବସ୍ ଧର୍ମଘଟ ପ୍ରତ୍ୟାହାର କରିଛନ୍ତି ଅଲ ଓଡିଶା ଘରୋଇ ବସ ସଂଘ। ବୁଧବାର ସନ୍ଧ୍ୟାରେ...

ବନ୍ଧୁକ ଦେଖାଇ ସୁନା ଦୋକାନୀଙ୍କ ଘରୁ ଲୁଟ

ହାଟଡିହୀ,୨୯।୧୧(ଶୁଭକାନ୍ତ ନାୟକ) କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ସୁନା ଦୋକାନୀ ଙ୍କ ଘରୁ ମଙ୍ଗଳବାର ବିଳମ୍ବିତ ରାତିରେ ଲୁଟପାଟ ହୋଇଛି। ଥାନା ଅଧୀନ...

ରସୁଲଗଡ଼ରେ ଦୁର୍ଘଟଣା: ଜଣେ ମୃତ

ଭୁବନେଶ୍ବର,୨୯।୧୧: ଭୁବନେଶ୍ୱରର ରସୁଲଗଡ଼ ଛକ ନିକଟରେ ବୁଧବାର ଦୁର୍ଘଟଣା ଘଟିଛି। ଟ୍ରକ୍‌ ଚଢ଼ିଯିବାରୁ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।...

ସମ୍ଭାବ୍ୟ ବାତ୍ୟା ନେଇ ୭ ଜିଲାପାଳଙ୍କୁ ଏସ୍‌ଆରସିଙ୍କ ଚିଠି 

ଭୁବନେଶ୍ବର,୨୯।୧୧: ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ମଙ୍ଗଳବାର...

ଆଜି ଜଗତ୍‌ସିଂହପୁର ପୌର ପରିଷଦ ୬ନଂ. ୱାର୍ଡ ଉପନିର୍ବାଚନ

ଜଗତ୍‌ସିଂହପୁର, ୨୯।୧୧(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ପୌର ପରିଷଦ ଅନ୍ତର୍ଗତ ୬ନଂ. ୱାର୍ଡରେ ବୁଧବାର ଉପନିର୍ବାଚନ ଅନୁଷ୍ଠିତ ହେବ। ସୁଜଙ୍ଗସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସର ୧ନଂ....

ସୁଦୃଶ୍ୟ ହେଲା ଲଘୁଚାପ : ୧ରୁ ସମୁଦ୍ର ଅଶାନ୍ତ

ଭୁବନେଶ୍ୱର,୨୯।୯: ଆଣ୍ଡାମାନ ସାଗରର ଲଘୁଚାପ କ୍ଷେତ୍ର ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ତେବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ...

ଡିଲେଶ୍ୱର ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର’

ଭୁବନେଶ୍ୱର,୨୯।୧୧(ଶର୍ମିଷ୍ଠା ପାଣିଗ୍ରାହୀ) : ଯୁବ ଗାଳ୍ପିକ ଡିଲେଶ୍ବର ରଣା ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର-୨୦୨୩’। କଳାହାଣ୍ଡି ମାଟିର ପୁଅ ଡିଲେଶ୍ବର ତାଙ୍କ ଲିଖିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri