ଅଧାରୁ ପାଠ ଛାଡିଥିବା ଯୁବକ ଏବେ ତିଆରି କରୁଛନ୍ତି ଫାଇଟର ଜେଟ୍‌ର ପାର୍ଟସ୍‌

ହାଇଦ୍ରାବାଦ,୧୬।୨: କୁହାଯାଏ ପ୍ରତିଭା କେବେ ଲୁଚି ରହି ନ ଥାଏ। ହାଇଦ୍ରାବାଦର ରାକେଶ ଚୌପଦାରଙ୍କ ନିକଟରେ ଏବେ ଏହା ଦେଖିବାକୁ ମିଳିଛି। ହାଇସ୍କୁଲ ଅଧାରୁ ପାଠ ଛାଡିଥିବା ରାକେଶ ଏବେ ଫାଇଟର ଜେଟ୍‌ ଓ କ୍ଷେପଣାସ୍ତ୍ରର ବିଭିନ୍ନ ପାର୍ଟସ୍‌ ତିଆରି କରୁଥିବା ଜଣାପଡିଛି। ରାକେଶ କୁହନ୍ତି ତାଙ୍କ ପିତାଙ୍କ ଓ୍ବାର୍କଶପ୍‌ରେ କାମ କରିବା ହିଁ ତାଙ୍କର ପ୍ରକୃତ ଶିକ୍ଷା ଥିଲା। ତାଙ୍କ ପିତା ନଟ୍‌ ଓ ବୋଲ୍ଟ ତିଆରି କରନ୍ତି। ରାକେଶ କୁହନ୍ତି ବୋର୍ଡ ପରୀକ୍ଷା ସମୟରେ ସେ ବହୁତ ପରିଶ୍ରମ କରିଥିଲେ ହେଲେ ନା ସେ କିଛି ବୁଝି ପାରିଥିଲେ ନା ପରୀକ୍ଷା ବେଳେ ତାଙ୍କର କିଛି ମନେ ପଡିଥିଲା। ତେଣୁ ସେ ଅଧାରୁ ପାଠ ଛାଡି ଦେଇଥିଲେ। ତାଙ୍କ ମତରେ ଶିକ୍ଷା ନିହାତି ଆବଶ୍ୟକ ହେଲେ ଡିଗ୍ରୀ ସବୁକିଛି ନୁହେଁ। କେବଳ ଗୋଟିଏ ଡିଗ୍ରୀ ଆମକୁ ସଫଳ କରି ନ ଥାଏ। ଏହାପାଇଁ ଦୂରଦୃଷ୍ଟି, ସାହସ ଓ କଠିନ ପରିଶ୍ରମର ଆବଶ୍ୟକତା ରହିଛି। ଆଜାଦ ଇଞ୍ଜିନିୟରିଂର ସଂସ୍ଥାପକ ତଥା ଏମ୍‌ଡି ରାକେଶ ଚୌପଦାର କୁହନ୍ତି, ସ୍କୁଲ ଛାଡିବା ପରେ ସେ ଭାବିଥିଲେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ଲକ୍ଷ୍ୟହୀନ ହୋଇଯାଇଛି। ଆଉ ସବୁଠାରୁ ବେଶି ଖରାପ ଲାଗୁଥିଲା ଯେତେବେଳେ ମୋର ପରିବାର ଲୋକେ ଓ ବନ୍ଧୁ ବାନ୍ଧବ ମୋର ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ କରୁଥିଲେ। କିନ୍ତୁ ଯେତେବେଳେ ମୁଁ ବାପାଙ୍କ ଓ୍ବାର୍କଶପରେ କାମ କଲି ସେତେବେଳେ ମୋତେ ମେକାନିକାଲ ଇଞ୍ଜିନିୟରିଂ ପ୍ରତି ରୁଚି ବଢିଥିଲା ବୋଲି କୁହନ୍ତି ରାକେଶ। ଆଉ ଏବେ ତାଙ୍କ କମ୍ପାନୀ ଯୁଦ୍ଧ ବିମାନ ସୁଖୋଇ, ବ୍ରହ୍ମୋସ କ୍ଷେପଣାସ୍ତ୍ର ଓ ବିଭିନ୍ନ ବିଜୁଳି କମ୍ପାନୀର ପାର୍ଟସ୍‌ ନିର୍ମାଣ କରୁଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଫିଟ୍‌ ଇଣ୍ଡିଆ ମନ୍ତ୍ର: କଷ୍ଟକର ମନେ ହେଉଥିଲେ ବି ଫିଟ୍‌ ରହିବା ସହଜ

ନୂଆଦିଲ୍ଲୀ, ୨୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ ଅଭିଯାନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଫିଟ୍‌ ଇଣ୍ଡିଆ ଡାଏଲଗ୍‌ରେ ଗୁରୁବାର ଯୋଗ ଦେଇ କହିଛନ୍ତି...

୬ରେ ସେନାଧିକାରୀ ସ୍ତରୀୟ ଆଲୋଚନା

ନୂଆଦିଲ୍ଲୀ,୪ା୬: ସୀମା ବିବାଦକୁ ନେଇ ଲଦାଖ ପୂର୍ବାଞ୍ଚଳରେ ଭାରତ ଓ ଚାଇନା ସେନା ମୁହାଁମୁହିଁ ହୋଇଥିବାବେଳେ ଏହାର ସମାଧାନ ଲାଗି ୬ ତାରିଖରେ ଦୁଇ ଦେଶର...

ଆତଙ୍କବାଦୀଙ୍କ ଟାର୍ଗେଟରେ ଅମରନାଥ ଯାତ୍ରୀ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀଗନର, ୨୮।୬: ଜୁଲାଇ ୧ରୁ ଆରମ୍ଭ ହେଉଥିବା ଅମରନାଥ ଯାତ୍ରୀଙ୍କ ଉପରେ ଆତଙ୍କବାଦ ଆକ୍ରମଣ ସମ୍ଭାବନା ଥିବା ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି...

କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡ: ଆଗରେ ମୁକୁଲ

ନୂଆଦିଲ୍ଲୀ,୯।୮: ଆଉ ଗୋଟିଏ ଦିନ ପରେ କଂଗ୍ରେସ ଦଳକୁ ଅଧ୍ୟକ୍ଷ ମିଳିଯିବ ବୋଲି କୁହାଯାଉଛି। ଶୁକ୍ରବାର ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ହୋଇଥିବା ଏକେ...

ଦିଲ୍ଲୀରେ ହେବନି ଲକ୍‌ଡାଉନ

ନୂଆଦିଲ୍ଲୀ, ୨।୪: ଦିଲ୍ଲୀରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଜରୁରୀକାଳୀନ ବୈଠକ ଡକାଇଥିଲେ। ବୈଠକରେ ସେ ଦିଲ୍ଲୀରେ ବର୍ତ୍ତମାନ...

ହାର୍ଦ୍ଦିକ ପଟେଲଙ୍କ ସଭାସ୍ଥଳରେ ହେଲା ଚୌକି ବର୍ଷା

ଅହମ୍ମଦାବାଦ,୨୧।୪: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ମାଡ ମାରିବା ଘଟଣାକୁ ୨ଦିନ ନ ପୁରୁଣୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଅହମ୍ମଦାବାଦରେ ହାର୍ଦ୍ଦିକ ଶନିବାର...

ଚିନ୍ତା ବଢାଉଛି ଆର୍ ଭାଲ୍ୟୁ!

ନୂଆଦିଲ୍ଲୀ,୧ ।୮: ଦେଶରେ କରୋନା ସଂକ୍ରମଣ ସ୍ଥିତି ଏବେବି ଚିନ୍ତା ଜନକ ରହିଛି । କିଛି ଅଞ୍ଚଳରେ କରୋନା ଗ୍ରାଫ ବଢୁଥିବା ବେଳେ ଏହାର ତୃତୀୟ...

ବନ୍ୟାରେ ବେହାଲ କର୍ନାଟକ: ଛାତ ଉପରେ ବିରାଟ କୁମ୍ଭୀର, ଭିଡିଓ ଭାଇରାଲ

ବେଲଗାମ,୧୨।୮: ଦେଶର ବହୁ ରାଜ୍ୟ ଏବେ ପାଣି ଘେରରେ। କର୍ନାଟକରେ ଲଗାଣ ବର୍ଷା ଯୋଗୁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି...

Advertisement
Archives

Model This Week