ଅତିଷ୍ଠ କରୁଛି କଂସାରି ଶାଳ ଶବ୍ଦ

ବ୍ରହ୍ମପୁର ଅଫିସ୍‌,୧୧ା୬-ପୁରୁଣା ବ୍ରହ୍ମପୁର ତଥା କୁଠାରୀ ମନ୍ଦିର ସାହିରେ ଥିବା କଂସାରି ଶାଳଗୁଡ଼ିକୁ ନେଇ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏନେଇ ବହୁ ଅଞ୍ଚଳବାସୀ ସୋମବାର ଉପଜିଲାପାଳ ଦିଗନ୍ତ କୁମାର ରାଉତରାୟଙ୍କ ଦେଖା କରିଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ ହେଲା, ସେହି ସାହିରେ କଂସାରୀ ସମ୍ପ୍ରଦାୟର ଲୋକେ ବାସ କରୁଛନ୍ତି।
ସେମାନେ ନିଜ ଘରେ ହିଁ ପିତଳରୁ ବାସନ କୁସନ ପ୍ରସ୍ତୁତ କରୁଛନ୍ତି। ତେବେ ପିତଳ କାମ ବେଳେ ପ୍ରବଳ ଶବ୍ଦ ହେଉଛି। ସକାଳରୁ ରାତି ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦରେ ନିକଟରେ ବାସ କରୁଥିବା ଲୋକେ ଅସୁବିଧା ଭୋଗୁଛନ୍ତି। ସାହିରେ ରହିବା କଷ୍ଟକର ହୋଇପଡ଼ିଲାଣି। ପିଲାମାନେ ଘରେ ପଢ଼ି ପାରୁନାହାନ୍ତି। ରୋଗୀମାନେ ଶୋଇ ପାରୁନାହାନ୍ତି।
ଦିନ ତମାମ୍‌ ଶବ୍ଦ ହେଉଛି।
କଂସାରୀମାନଙ୍କୁ ଏନେଇ କହିଲେ, ସେମାନେ ଓଲଟା ଯୁକ୍ତି କରୁଛନ୍ତି। ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି। ଗତ ମାସରେ ମଧ୍ୟ ସାହିବାସୀ ଏହି ସମସ୍ୟା ସମ୍ପର୍କରେ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶବ୍ଦ ପ୍ରଦୁଷଣ ରୋକିବା ପାଇଁ ଉପଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ବଡ଼ବଜାର ଥାନା ପୋଲିସ କଂସାରୀମାନଙ୍କୁ ତାଗିଦ୍‌ କରିଥିଲେ। ସରକାରୀ ଗାଇଡ୍‌ଲାଇନ୍‌ ଅନୁଯାୟୀ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ଠାରୁ ଅନୁମତି ଆଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଣୁ କଂସାରୀ ଶାଳଗୁଡ଼ିକ କିଛି ଦିନ ପାଇଁ ବନ୍ଦ ହୋଇଯାଇଥିଲା । କିନ୍ତୁ ଏବେ ପୁଣି ଥରେ ଶାଳ ଆରମ୍ଭ ହୋଇଯାଇଛି।
ତୁରନ୍ତ କଂସାରୀ ଶାଳଗୁଡ଼ିକ ବନ୍ଦ କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ହରିଚରଣ ପାଢୀ, ସୀମାଞ୍ଚଳ ବେହେରା, ସୁରେନ୍ଦ୍ର ସେଠୀ, ବିଜୟ ଲକ୍ଷ୍ମୀ ଦାସ, ଏନ୍‌. ସୁଧାକର, ସୁରେନ୍ଦ୍ର ସେଠୀ, କୁନି ସାହୁ ଏବଂ ଦୀନବନ୍ଧୁ ସୁବୁଦ୍ଧି ପ୍ରମୁଖ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୫୪ ସରକାରୀ ସ୍କୁଲରେ ଶନିବାର ନୋ ବ୍ୟାଗ୍‌ ଡେ: ପୁତିଗୋପାଳପୁର ସ୍କୁଲରୁ ଶୁଭାରମ୍ଭ

ଛତ୍ରପୁର/ବ୍ରହ୍ମପୁର ଅଫିସ, ୮ା୩(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ୪୫୪ ସରକାରୀ ସ୍କୁଲରେ ଶନିବାର ‘ନୋ ବ୍ୟାଗ୍‌ ଡେ’ ଆରମ୍ଭ ହୋଇଛି। ଛାତ୍ରୀଛାତ୍ରଙ୍କ...

ସୁରାଟରୁ ୧୨ ବସ୍‌ ଓଡ଼ିଶା ଅଭିମୁଖେ

ଭଞ୍ଜନଗର/ସୋରଡା,୩୦।୪(ଡି.ଏନ.ଏ)- ଲକ୍‌ଡାଉନ ସତ୍ତ୍ୱେ ସୁରାଟ ପ୍ରଶାସନର ଅନୁମତି ନେଇ ପ୍ରବାସୀ ଓଡ଼ିଆ ଘରକୁ ଫେରୁଛନ୍ତି। ସୁରାଟର ପାଣ୍ଡେଶ୍ୱର, ବୀରଭୂମି, ବେସ୍ତନର ସିଦ୍ଧାର୍ଥନଗରରୁ ୧୨ଟି ବସ୍‌ ଗୁରୁବାର...

ଓକିଲଙ୍କ ଆକ୍ରମଣକୁ ନିନ୍ଦା

ବ୍ରହ୍ମପୁର ଅଫିସ୍‌,୮ା୧୧-ଦିଲ୍ଲୀର ତିସ୍‌ହଜାରୀ କୋର୍ଟ ପରିସରରେ ଜଣେ କାର୍ଯ୍ୟରତ ଓକିଲଙ୍କ ଉପରକୁ ଦିଲ୍ଲୀ ପୋଲିସର ଗୁଳିଚାଳନାକୁ ନେଇ ଗଞ୍ଜାମ ଓକିଲ ସଂଘ ବରିଷ୍ଠ ସଦସ୍ୟମାନେ ନିନ୍ଦା...

ଲଗାଣ ବର୍ଷାରେ ଚାଷ ଜମି ଜଳମଗ୍ନ

ଗଞ୍ଜାମ,୧୩।୧୧(ଡି.ଏନ୍‌.ଏ.): ଗତ ଦୁଇଦିନ ଧରି ଲଗାଣ ବର୍ଷା ଯୋଗୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସହର ବାସୀ l ଏଥି ସହିତ ଦିନ...

ପୁରୁଷୋତ୍ତମପୁର ତହସିଲ: ୩ ମାସରେ ୬୦ଲକ୍ଷ ଟଙ୍କାର ରାଜସ୍ବ ଆଦାୟ

ପୁରୁଷୋତ୍ତମପୁର, ୧୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବେ ନୀତିଶ କୁମାର ତ୍ରିପାଠୀ ଯୋଗ ଦେବା ଇତିମଧ୍ୟରେ ୩ ମାସ ହୋଇଯାଇଛି। ତେବେ ଏହି...

ଗୁଣିଗାରେଡିରୁ ମହିଳାଙ୍କ ପ୍ରତି ହିଂସା: ସୂଚନା ପ୍ରଦାନକାରୀଙ୍କୁ ପୁରସ୍କାର

ଛତ୍ରପୁର,୯।୩(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଗୁଣି ଗାରେଡିକୁ ନେଇ ମହିଳାମାନଙ୍କ ପ୍ରତି ହେଉଥିବା ହିଂସା ସମ୍ପର୍କରେ ଯେଉଁ ଖବରଦାତା ଜିଲା ପ୍ରଶାସନକୁ ପ୍ରଥମେ ଜଣାଇବେ ତାଙ୍କୁ ୫୦ ହଜାର...

‘ସାମ୍ବାଦିକତାରେ ବିଘଟନ ସୃଷ୍ଟି ହୋଇଛି’

ବ୍ରହ୍ମପୁର ଅଫିସ,୩୦ା୧: ସାମ୍ବାଦିକତାରେ ବର୍ତ୍ତମାନ ବିଘଟନ ସୃଷ୍ଟି ହୋଇଛି। ଏହା ୨୦୨୦ ପରଠାରୁ ଅତ୍ୟନ୍ତ ଗୁରୁତର ରୂପ ନେବାକୁ ଯାଉଛି। ଏହି ପରିବର୍ତ୍ତିତ ପରିବେଶ ଓ...

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ, ଅଭିଯୁକ୍ତ ଗିରଫ

ପାତ୍ରପୁର,୨୮ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜରଡ଼ା ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ କରାଯାଇଥିବା ନେଇ ଶନିବାର ଥାନାରେ ଅଭିଯୋଗ ହୋଇଛି ା ପୋଲିସ...

Advertisement
Archives

Model This Week