ଅଣବ୍ୟାଙ୍କିଙ୍ଗ ସଂସ୍ଥାରୁ ଟଙ୍କା ହେରଫେର ଅଭିଯୋଗ

ବାଲେଶ୍ୱର ଅଫିସ,୨୬।୭-ବାଲେଶ୍ୱର ସଦର ଥାନା କୁରୁଡ଼ା ସ୍ବାତୀନଗରରେ ସାଟିନ କ୍ରେଡିଟ୍‌ କେୟାର ନେଟ୍‌ୱାର୍କ ଲିମିଟେଡ୍‌, ହରିୟାନା ରାଜ୍ୟର ଅଣବ୍ୟାଙ୍କିଙ୍ଗ୍‌ ସଂସ୍ଥା ଦେଢ଼ବର୍ଷ ଧରି କାର୍ଯ୍ୟ କରିଆସୁଛି। ଉକ୍ତ ସଂସ୍ଥାର କର୍ମଚାରୀ ୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର କରିଥିବାର ଶୁକ୍ରବାର ପୂର୍ବାହ୍ନରେ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୋଲିସ ଏହାର ତଦନ୍ତ ଆରମ୍ଭ କରିଛି। ଜିଲାରେ ବିଭିନ୍ନ ଅଣବ୍ୟାଙ୍କିଙ୍ଗ୍‌ ସଂସ୍ଥା ପ୍ରଶାସନର ବିନା ଅନୁମତିରେ କାର୍ଯ୍ୟ କରି କେତେବେଳେ ଲୋକଙ୍କୁ ଠକିବା ସହିତ କେତେବେଳେ କର୍ମଚାରୀମାନେ ସଂସ୍ଥାକୁ ଠକି ବହୁ ମାତ୍ରାରେ ଅର୍ଥ ହଡ଼ପ କରଥିବାର ଅଭିଯୋଗ ପୋଲିସ ପାଖରେ ପହଞ୍ଚୁଛି। ମାତ୍ର ପୋଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦେବାରୁ ସମସ୍ୟା ସୃଷ୍ଟି ହେଉଥିବା ପରିଲକ୍ଷିତ ହେଉଛି।
ସାଟିନ କ୍ରେଡିଟ୍‌ କେୟାର ନେଟ୍‌ୱାର୍କ ଲିମିଟେଡ୍‌ କମ୍ପାନୀ ଦେଢ଼ବର୍ଷ ହେଲା ଉକ୍ତ ଅଞ୍ଚଳରେ ଅଫିସ୍‌ ଖୋଲି ଜିଲାର ୩୪୮ଟି ସ୍ବୟଂ ସହାୟକ ସଂଘକୁ ଋଣ ଦେଶନେଇ କରିଆସୁଛି। ମାସିକ ୩ଥର ଟଙ୍କା ଉଠାଣ କରି ପ୍ରଥମେ କମ୍ପାନୀ କ୍ୟାଶବୁକ୍‌ ଜରିଆରେ ହିସାବ ରଖି ପରେ ଉକ୍ତ ଟଙ୍କାକୁ କ୍ରେଡିଟ୍‌ ମ୍ୟାନେଜର ଓ ବ୍ରାଞ୍ଚ ମ୍ୟାନେଜରଙ୍କ ତତ୍ତ୍ୱାବଧାନରେ ଲକର୍‌ରେ ଜମା ରଖାଯାଇଥାଏ। ଲକର୍‌ ଚାବି ଉଭୟଙ୍କ ପାଖରେ ରହେ। ଗତ ୨୨ ତାରିଖ ସୁଦ୍ଧା ୯ଲକ୍ଷ ୫୬ହଜାର ଟଙ୍କା ଆଦାୟ ହୋଇଥିଲା। ଗୁରୁବାର କମ୍ପାନୀର ଟେରିଟୋରୀ ମ୍ୟାନେଜର ତନ୍ମୟ କୁମାର ବେହେରା ପହଞ୍ଚତ୍ ଯାଞ୍ଚ କରି ମାତ୍ର ୬୨ହଜାର ୧୭ଟଙ୍କା ପାଇଥିବା ବେଳେ ୮ଲକ୍ଷ ୮୮ହଜାର ୬୭୮ ଟଙ୍କା କମ୍‌ ଥିବା ଜାଣିବାକୁ ପାଇଥିଲେ। ଦାୟିତ୍ୱରେ ଥିବା ଉଭୟଙ୍କୁ ପଚରାଯିବାରୁ ସଂଘମାନଙ୍କଠାରୁ ଉଠାଣ ହୋଇନାହଁି ବୋଲି ଜବାବ ରଖିଥିଲେ। ପରେ ଏଜେଣ୍ଟଙ୍କ ମାଧ୍ୟମରେ ସମସ୍ତ ସଂଘରୁ ଟଙ୍କା ଆଦାୟ ହୋଇଥିବା ଜାଣି ପାରି କମ୍ପାନୀର ଉପରୋକ୍ତ ଅଧିକାରୀଙ୍କ ସହ ଆଲୋଚନା କରି ଟେରିଟୋରୀ ମ୍ୟାନେଜର ବେହେରା ବ୍ରାଞ୍ଚ ମ୍ୟାନେଜର ରାଧାକାନ୍ତ ବଳିଆରସିଂହ ଓ ବ୍ରାଞ୍ଚ କ୍ରେଡିଟ୍‌ ମ୍ୟାନେଜର ପ୍ରସନ୍ନ କୁମାର ସ୍ବାଇଁଙ୍କ ନାମରେ ସଦର ଥାନାରେ ଅର୍ଥ ହଡ଼ପ ଅଭିଯୋଗ କରିଛନ୍ତି।
ଏନେଇ ଥାନା ଏଏସ୍‌ଆଇ ପ୍ରଫୁଲ କୁମାର ରଥ କହିଛନ୍ତି, ଏ ଅଞ୍ଚଳରେ ଦେଢ଼ବର୍ଷ ଧରି ଚାଲିଥିବା ସାଟିନ କ୍ରେଡିଟ୍‌ କେୟାର ନେଟ୍‌ୱାର୍କ ଲିମିଟେଡ୍‌ କମ୍ପାନୀ ସମ୍ପର୍କରେ ଥାନାରେ କୌଣସି ସୂଚନା ନ ଥିଲା। କର୍ମଚାରୀଙ୍କ ଦ୍ୱାରା ଅର୍ଥ ହେରଫେର ହୋଇଥିବା ଅଭିଯୋଗ ଆସିଛି। ତଦନ୍ତ ଜାରି ରହିଛି। ସତ୍ୟାସତ୍ୟ ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବଜାର ଯିବା ବେଳେ ବାଟରେ ଚାପିଦେଲା ଟ୍ରକ୍‌

ସିମୁଳିଆ,୪ା୩(ଡି.ଏନ୍‌.ଏ.): ଶନିବାର ସନ୍ଧ୍ୟାରେ ସିମୁଳିଆ ଥାନାଠାରୁ ୫କି.ମି. ଦୂର ୧୬ ନଂ ଜାତୀୟ ରାଜପଥର ତାରିଣୀ ଛକ ନିକଟରେ(ଓଆର ୦୫ ଏପି ୦୦୧୭) ଟ୍ରକ୍‌ ଧକ୍କାରେ...

ପୋଲିସର ବିଫଳତା ବିରୋଧରେ ଅଭିନବ ପ୍ରତିବାଦ: ଜୋତା ପଲିସ କଲେ ପୂର୍ବତନ ଭିଜିଲାନ୍ସ ଏସ୍‌ପି

ବାଲେଶ୍ୱର ଅଫିସ, ୨୧।୧୦-ବାଲେଶ୍ୱର ସହରରେ ଦିନକୁ ଦିନ ବଢ଼ି ଚାଲିଛି ଲୁଟେରାଙ୍କ ରାଜ୍‌। ଦୁର୍ବୃତ୍ତମାନେ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟ୍‌ତରାଜ ଚଳାଇଛନ୍ତି। ପୋଲିସ ଏହାକୁ...

ଶତାଧିକ ଶିଳ୍ପସଂସ୍ଥା ବନ୍ଦ

ମାନସ ବିଶ୍ୱାଳ ବାଲେଶ୍ୱର ଅଫିସ, ୮।୬ ବାଲେଶ୍ୱର ଜିଲାରେ ଥିବା ବୃହତ୍‌, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପାନୁଷ୍ଠାନଗୁଡ଼ିକ ମଧ୍ୟରୁ ଅଧିକାଂଶ ବନ୍ଦ ହୋଇପଡ଼ିଥିବା ବେଳେ ଅବଶିଷ୍ଟ...

ଉଚ୍ଛେଦ ପ୍ରତିବାଦରେ ଉଠାଦୋକାନୀଙ୍କ ବିକ୍ଷୋଭ

ବାଲେଶ୍ୱର ଅଫିସ,୧୭।୮: ବାଲେଶ୍ୱର ସହର ଓଟି ରୋଡ଼ ସମ୍ପ୍ରସାରଣ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି। ଏହାକୁ ବିରୋଧ କରି ଉଠାଦୋକାନୀ ସଂଘ ବିିକ୍ଷୋଭ କରିଛନ୍ତି।...

୬ ଆନ୍ତଃରାଜ୍ୟ ଲୁଟେରା ଗିରଫ

ବାଲେଶ୍ୱର ଅଫିସ, ୬।୮-ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ନହରପାଟଣା ଛକରେ ଗୋଟିଏ ଟ୍ରକ୍‌ ଅଟକାଇ ୬ ଆନ୍ତଃରାଜ୍ୟ ଲୁଟେରାମାନେ ଟ୍ରକ୍‌ରେ...

ଅଭିନବ ଉପାୟରେ ଚେନ୍‌ ଲୁଟିନେଲେ ଦୁର୍ବୃତ୍ତ

ଭଦ୍ରକ ଅଫିସ,୧୬ା୬: ସହର ମଧ୍ୟରୁ ଅଭିନବ ଉପାୟରେ ମହିଳାଙ୍କ ବ୍ୟାଗରୁ ସୁନା ଚେନ୍‌ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ରବିବାର ସକାଳେ ଭଦ୍ରକ ସହରର ବନ୍ତ ଛକ...

ପୋଲିସ ହାତରୁ ଦୁଇ ଯୁବକଙ୍କୁ ଛଡ଼ାଇନେଲେ ବିଜେଡି କର୍ମୀ

ସଜନାଗଡ଼,୨୧।୨(ଡି.ଏନ୍‌.ଏ): ପୁଣି ଜଣେ ଖବରଦାତା ଆକ୍ରମଣର ଶିକାର ହୋଇଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଖବରଦାତା ଜଣକ ଫଟୋ ଉଠାଉଥିବା ବେଳେ ତାଙ୍କୁ ମାଡ଼ ମରାଯାଇ ହତ୍ୟା...

ଚାଷଜମି ବୁଲି ଦେଖିଲେ ମନ୍ତ୍ରୀ

ଖଇରା,୧୧।୧୧(ଡି.ଏନ.ଏ.)- ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ ଖଇରା ବ୍ଲକର ୮୦ଭାଗ ଧାନ ପାଣିରେ ବୁଡିରହିଛି ା ପାଚିଲା ଧାନରେ ବର୍ଷା ମାଡ଼ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି।...

Advertisement
Archives

Model This Week