ଅଢ଼େଇ ଘଣ୍ଟାରେ କରୋନା ପରୀକ୍ଷା

ବର୍ଲିନ,୨୮ା୩ : ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ (କୋଭିଡ୍‌-୧୯) ବ୍ୟାପିବାରେ ଲାଗିଛି। ୧୯୯ ଦେଶରେ ମୋଟ ପଜିଟିଭ୍‌ ରୋଗୀଙ୍କ ସଂଖ୍ୟା ୫ଲକ୍ଷ ୬୦ ହଜାର ଟପିଥିବାବେଳେ ମୃତ୍ୟୁସଂଖ୍ୟା ୨୫ ହଜାର ପାର ହୋଇଯାଇଛି। ଉଭୟ ସଂଖ୍ୟା ସପ୍ତାହେ ହେଲା ଦ୍ରୁତଗତିରେ ବଢ଼ିଚାଲିଛି, ଯାହା ସାରା ବିଶ୍ୱର ଚିନ୍ତା ବଢ଼ାଇଛି। ବୈଜ୍ଞାନିକମାନେ ପ୍ରତିଷେଧକ ଟିକା ଉଦ୍ଭାବନ, ପ୍ରଭାବୀ ଉପଚାର ଖୋଜିବାରେ ଲାଗିଥିବାବେଳେ ଯେଭଳି ଖୁବ୍‌ଶୀଘ୍ର କରୋନା ଭାଇରସ୍‌ ଚିହ୍ନଟ ହୋଇପାରିବ ସେଥିପାଇଁ ଟେଷ୍ଟ କିଟ୍‌ ପ୍ରସ୍ତୁତ କରିବାକୁ ଉଦ୍ୟମ ଚଳାଇଛନ୍ତି। ସମ୍ପ୍ରତି କୋଭିଡ୍‌-୧୯ ଭାଇରସ୍‌କୁ ଚିହ୍ନଟ କରିବା ପାଇଁ ପ୍ରାୟ ୨ଦିନ ଲାଗୁଛି। କିନ୍ତୁ ଏହି ଟେଷ୍ଟକୁ ମାତ୍ର ଅଢ଼େଇ ଘଣ୍ଟାରେ କରିହେବ। ଏଭଳି ଦାବି କରିଛି ଜର୍ମାନ କମ୍ପାନୀ ରବର୍ଟ ବୋସ୍କ ଜିଏମ୍‌ବିଏଚ୍‌। କାରଣ କମ୍ପାନୀ ଦ୍ୱାରା ବିକଶିତ ହୋଇଛି ଏକ ଟେଷ୍ଟ କିଟ୍‌, ଯାହା କମ୍‌ ସମୟ ମଧ୍ୟରେ ଜଣାଇଦେବ କରୋନା ପଜିଟିଭ ନା ନେଗେଟିଭ।
କମ୍ପାନୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭୋଲକମର୍‌ ଡେନର୍‌ କହିଛନ୍ତି ଯେ, ନୂତନ ପରୀକ୍ଷଣରେ ଭାଇଭାଲିଟିକ୍‌ ମଲିକୁଲାର ଡାଏଗ୍ନୋଷ୍ଟିକ ପ୍ଲାଟଫର୍ମ ବ୍ୟବହାର କରାଯାଇଛି, ଯାହା କମ୍ପାନୀର ସ୍ବାସ୍ଥ୍ୟସେବା ବିଭାଗ ଦ୍ୱାରା ପ୍ରସ୍ତୁତ। ଜୀବାଣୁ ଓ ଭୂତାଣୁ ଦ୍ୱାରା ସଂକ୍ରମିତ ଜ୍ୱର, କାଶ, ସର୍ଦ୍ଦି ଏବଂ ନିମୋନିଆ ଭଳି ରୋଗକୁ ଚିହ୍ନିବା ପାଇଁ ଏହି ଉପକରଣ ପୂର୍ବରୁ ହସ୍ପିଟାଲ, ଲାବୋରେଟୋରି ଏବଂ ଚିକିତ୍ସା ଅଭ୍ୟାସରେ ବ୍ୟବହୃତ ହେଉଛି। ଏହା ଏପ୍ରିଲରେ ଜର୍ମାନୀରେ ଉପଲବ୍ଧ ହେବା ପରେ ଅନ୍ତର୍ଜାତୀୟ ବଜାରରେ ବିକ୍ରି ହେବ।
ଯଥାଶୀଘ୍ର ସମ୍ଭବ କୋଭିଡ୍‌-୧୯କୁ ଚିହ୍ନଟ କରାଗଲେ ତାହାର ବିସ୍ତାରକୁ ନିୟନ୍ତ୍ରଣ କରିହେବ। ଦକ୍ଷିଣ କୋରିଆରେ ଶୀଘ୍ର ଚିହ୍ନଟ ହୋଇପାରିବା କାରଣରୁ ରୋଗୀ ଓ ମୃତ୍ୟୁ ସଂଖ୍ୟା ବ୍ୟାପକ ହେବାରୁ ରୋକାଯାଇପାରିଛି। କିନ୍ତୁ ଇଟାଲୀ ଏବଂ ଆମେରିକାରେ ପରୀକ୍ଷଣର ଅଭାବ ଯୋଗୁ ସଂକ୍ରମଣ ବିସ୍ଫୋରକ ସ୍ଥିତି ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣ ରୋକିବା ଲାଗି ଦେଶବ୍ୟାପୀ ଲାଗୁ ହୋଇପାରେ ଭୀଲ୍‌ଓ୍ବାଡ଼ା ମଡେଲ

ନୂଆଦିଲ୍ଲୀ,୬।୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଦେଶବ୍ୟାପୀ ରାଜସ୍ଥାନର ଭୀଲଓ୍ବାଡ଼ାରେ ହୋଇଥିବା କାର୍ଯ୍ୟକ୍ରମ ଲାଗୁ କରାଯିବାକୁ ଯୋଜନା କରାଯାଉଛି। ଗତ ମାସରେ...

ଆମେରିକାକୁ ଚ୍ୟାଲେଞ୍ଜ୍‌, ଜାପାନ ସମୁଦ୍ରରେ କ୍ଷେପଣାସ୍ତ୍ର ପରୀକ୍ଷଣ କଲେ କିମ୍‌…

ସିଓଲ, ୨୭।୧ : ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା କଟକଣାକୁ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଲଗାତାର ଅଣଦେଖା କରିବାରେ ଳାଗିଛନ୍ତି। ଏହି ମର୍ମରେ...

ବିମାନବନ୍ଦରରେ ଦେଖାଇବାକୁ ପଡ଼ିବ ଆରଟି-ପିସିଆର ନେଗେଟିଭ ରିପୋର୍ଟ

କୋଲକାତା,୧୪।୪: ସାରା ଦେଶରେ କରୋନା ପ୍ରକୋପ ଜାରି ରହିଛି। ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।...

ସୋମବାରଠାରୁ ମହାରାଷ୍ଟ୍ରରେ ଖୋଲିବ ଧାର୍ମିକ ସ୍ଥଳ: ମାର୍ଗଦର୍ଶିକା ଜାରି

ମୁମ୍ବାଇ,୧୫।୧୧: ସୋମବାର ଠାରୁ ମହାରାଷ୍ଟ୍ରରେ ଧାର୍ମିକ ସ୍ଥଳ ଖୋଲିବ। ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।  ୬୫ ବର୍ଷ ବୟସରୁ...

୧୪୭ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଦେଶରୁ ଘଉଡ଼ାଇଲା ଇରାନ, ଘରକୁ ଫେରିବାରେ ସାହାଯ୍ୟ କଲା ଜାତିସଂଘ

କାବୁଲ,୨୫ା୩: ପୂର୍ବ ହେରାଟ ପ୍ରଦେଶର ଇସ୍‌ଲାମକାଲା ସୀମା ପାର କରି ଅତି କମ୍‌ରେ ୧୪୭ ଆଫଗାନିସ୍ତାନ ଶରଣାର୍ଥୀ ଇରାନରୁ ଫେରି ଆସିଛନ୍ତି। ତାଲିବାନର ଜଣେ ସୀମା...

ଆମେରିକାରେ ପାଳନ ହେବ ଶ୍ରୀ ଶ୍ରୀ ରବିଶଙ୍କର ଡେ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୧।୭: ଐତିହାସିକ ଗର୍ବର ମୁହୂର୍ତ୍ତରେ, ଭାରତୀୟ ଆଧ୍ୟାତ୍ମିକ ଗୁରୁ ଓ ମାନବତାବାଦୀ ଶ୍ରୀ ଶ୍ରୀ ରବିଶଙ୍କର ଏମିତି ପ୍ରଥମ ଓ ଏକମାତ୍ର ଆଧ୍ୟାତ୍ମିକ ଗୁରୁ, ଯାହାଙ୍କୁ...

କୋର୍ଟ ଯିବେନି ଇମ୍ରାନ, ବିରୋଧ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ପୋଲିସର ନିଷ୍ପତ୍ତି

ଇସଲାମାବାଦ,୧୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ମଙ୍ଗଳବାର ଗିରଫ କରାଯାଇଛି। ତେବେ ବୁଧବାର ଇମ୍ରାନଙ୍କୁ କୋର୍ଟକୁ ନେବା...

ଉଇଗର ନିର୍ଯାତନାର ପର୍ଦ୍ଦାଫାଶ୍‌: ୧୩୫ ଯାତନା ଗୃହର ସାଟେଲାଇଟ୍‌ ଫଟୋ ଜାରି

ବେଜିଂ,୨୯।୧୨: ଚାଇନାର ଶିଂଜିଆଙ୍ଗ୍‌ ପ୍ରଦେଶରେ ଉଇଗର ମୁସଲମାନ୍‌ଙ୍କ ଉପରେ କରାଯାଉଥିବା ଅତ୍ୟାଚାରର ପର୍ଦ୍ଦାଫାଶ୍‌ ହୋଇଛି। ଏବେ ସାଟେଲାଇଟ୍‌ରୁ ମିଳିଥିବା ଫଟୋରୁ ନିର୍ଯାତନା ସମ୍ପର୍କରେ ଜଣାପଡ଼ିଛି। ନ୍ୟୁଜ୍‌...

Advertisement
Archives

Model This Week