ଅଟୋ-ବାଇକ୍‌ ମୁହାଁମୁହିଁ: ୪ ଗୁରୁତର

ଆନନ୍ଦପୁର,୧୧। ୯(ସ୍ବ.ପ୍ର.)- ଆନନ୍ଦପୁର ୧୩ ନଂ ଓ୍ବାର୍ଡ଼ ସୁଡୁସୁଡିଆ ରାସ୍ତାରେ ବାଇକ୍‌ ଓ ଅଟୋ ମୁହାଁମୁହିଁ ହେବା ଫଳରେ ୪ ଜଣ ଗୁରୁତର ହେବା ସହିତ ଦୁଇ ଜଣ ଆହତ ହୋଇ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଆଟୋଟି ଆନନ୍ଦପୁରରୁ ୪ ଜଣ ଯାତ୍ରୀ ଧରି ଶାଳଡା ବାଇପାସ୍‌ ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ସହ ସମ୍ମୁଖରୁ ଧକ୍କା ହୋଇଥିଲା। ବାଇକ୍‌ରେ କାଳୁପଡା ଅଞ୍ଚଳର ସସ୍ମିତା ନାଥ ଓ ଉଲ୍ଲାସ ନାଥ ଯାଉଥିବାବେଳେ ସସ୍ମିତା ଗୁରୁତର ଆହତ ହୋଇଛନ୍ତି। ସେହିଭଳି ଅଟୋ ରେ ବାଉଁଶନାଳି ଅଂଚଳର ପାଣ୍ଡବ ଜେନା, ବିଦୁ ଜେନା, ପାର୍ବତୀ ଜେନା, ସାବିତ୍ରୀ ଜେନା ଥିବାବେଳେ ସାବିତ୍ରୀଙ୍କୁ ଛାଡି ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ୬ ଜଣ ଆହତ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୌଦ୍ଧ ବିହାର ରତ୍ନଗିରି ଅସୁରକ୍ଷିତ: ସୁରକ୍ଷା ନାଁରେ କୋଟିକୋଟି ଟଙ୍କା ହରିଲୁଟ୍‌

ବରୀ,୧୨।୯ (ସ୍ବ.ପ୍ର): ଯାଜପୁର ଜିଲା ବରୀ ବ୍ଲକ ଅଧୀନ ବିଶ୍ୱ ପ୍ରସିଦ୍ଧ ବୌଦ୍ଧ ବିହାର ରତ୍ନଗିରି ପାହାଡ଼ ଅସୁରକ୍ଷିତ ହୋଇପଡ଼ିଛି। ଏହାର ସୁରକ୍ଷା ପାଇଁ ଆସୁଥିବା...

ଜେଲ ଗଲେ ଆସିଷ୍ଟାଣ୍ଡ କଲେକ୍ଟର

ରାଉରକେଲା ଅଫିସ,୯।୨: ରାଉରକେଲା ଆସିଷ୍ଟାଣ୍ଡ କଲେକ୍ଟର ମନୋରଞ୍ଜନ ନାଏକଙ୍କୁ ଭିଜିଲାନ୍ସ ଗିରଫ କରିଛି। ୨ କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠୁଗଳ ଅଭିଯୋଗରେ ତାଙ୍କୁ...

ମିଳୁନି ଆବାସ ଯୋଜନାରେ ଘର: ପଲିଥିନ ତଳେ ମୂର୍ତ୍ତି କାରିଗରଙ୍କ ପରିବାର

ନାଉଗଁା,୩୦ା୭(ସ୍ବ.ପ୍ର.): ନାଉଗଁା ବ୍ଲକ ଜାମୁଗଁା ପଞ୍ଚାୟତ ରଘୁନାଥପୁର ଗ୍ରାମର ଚନ୍ଦେଶ୍ୱର ଲେଙ୍କା। ଜଣେ ମୂର୍ତ୍ତି କାରିଗର ଭାବେ ସେ ସ୍ଥାନୀୟ ଅଞ୍ଚଳରେ ଜଣାଶୁଣା। ଦୀର୍ଘ ୩୦ବର୍ଷ...

ସଜେଇ ହେଉଛି କ୍ଷୀରନଦୀ ପୀଠ

ରସୁଲପୁର,୨୦ା୩(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ନଠୁଆବର ଓ ଶ୍ରୀବନ୍ତପୁର ପଞ୍ଚାୟତର ମଧ୍ୟବର୍ତ୍ତୀ ସ୍ଥଳ କ୍ଷୀର ନଦୀ ପୀଠରେ ମା’ ବିରଜା ବିଶ୍ୱରୂପା ନବକୁଣ୍ଡିୟ ବିଶ୍ୱକଲ୍ୟାଣ ମହାଯଜ୍ଞ...

ନୃସିଂହନାଥ ଝରଣାରେ ଫଶିଗଲେ କାଉଡ଼ିଆ

ବରଗଡ଼ ଅଫିସ,୮।୮: ଶ୍ରାବଣର ଶେଷ ସୋମବାରରେ ଆଜି ଶୈବପୀଠ ଗୁଡିକରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା। ବରଗଡ଼ ଜିଲାର ନୃସିଂହନାଥ ମନ୍ଦିରରେ ମଧ୍ୟ ସମାନ ଦୃଶ୍ୟ...

ଲୁଟେରା ସୟିଦ, ସଦାମ ଗିରଫ

କଟକ ଅଫିସ,୨୮।୫: ସହରର ଦୁଇ ବଡ଼ ଲୁଟ୍‌ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରିଛି ଲାଲବାଗ ଥାନା ପୋଲିସ। ସେମାନେ ଓଡ଼ିଆ ବଜାରର ସୟିଦ ଖାନ (୩୬)...

ଯୁବତୀଙ୍କୁ ଅଶ୍ଳୀଳଇଙ୍ଗିତ, ଅଭିଯୁକ୍ତ ଗିରଫ

ଆସିକା,୨୦ା୧୦(ଡି.ଏନ୍‌.ଏ.)- ଆସିକା ଥାନା ଇଲାକାରେ ଜଣେ ଯୁବତୀଙ୍କୁ ଅଶ୍ଳୀୟଇଙ୍ଗିତ ଅଭିଯୋଗରେ ରବିବାର ଦିନ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଏହି ଥାନା...

ଯୁବକଙ୍କ ଉପରେ ଚଢିଗଲା ଟ୍ରେଲର

ଢେଙ୍କିକୋଟ,୩।୧୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଖଣ୍ଟଘର ପଞ୍ଚାୟତ ଜାତୀୟ ରାଜପଥ ୨୦ ନଂ. ଟୋଲ୍‌ ପ୍ଲାଜା ନିକଟରେ ଟ୍ରେଲର ଚାପାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ...

Advertisement
Archives

Model This Week