ଅଜୟ-ସୈଫ୍‌ଙ୍କ ‘ତାନାଜୀ’ର ରେକର୍ଡ, ସପ୍ତାହେ ନ ପୂରୁଣୁ ଶହେ କୋଟି କ୍ଲବରେ ସାମିଲ

ବମ୍ବେ: ରିଲିଜର ଗୋଟିଏ ସପ୍ତାହ ନ ପୂରୁଣୁ ଶହେ କୋଟି କ୍ଲବରେ ସାମିଲ ହୋଇଛି ଫିଲ୍ମ ‘ତାନାଜି-ଦ ଅନ୍‌ସଙ୍ଗ ଓ୍ବାରିୟର’। ଟ୍ରେଡ୍‌ ଆନାଲିଷ୍ଟ ତରଣ ଆଦର୍ଶ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଫିଲ୍ମରେ ପ୍ରମୁଖ ଭୂମିକାରେ ଅଜୟ ଦେବଗନ, କାଜୋଲ ଏବଂ ସୈଫ ଅଲ୍ଲୀ ଖାଁଙ୍କୁ ଦେଖିବାକୁ ମିଳୁଛି। ରିଲିଜର ଷଷ୍ଠ ଦିନରେ ଚଳଚ୍ଚିତ୍ରଟି ଶହେ କୋଟି ବ୍ୟବସାୟ କରିସାରିଛି। ଆଗାମୀ ଦିନରେ ମଧ୍ୟ ଏହା ଅନେକ ରେକର୍ଡ କରିପାରେ ବୋଲି ଆଶା ରଖିଛନ୍ତି ନିର୍ମାତା।

ନୂଆ ବର୍ଷର ପ୍ରଥମ ଭେଟି ଭାବେ ଅଜୟଙ୍କ ଏହି ଫିଲ୍ମ ପରଦାକୁ ଆସିଥିଲା। ଏହାକୁ ଟକ୍କର ଦେଉଛି ଦୀପିକା ପାଦୁକୋନ ଅଭିନୀତ ଫିଲ୍ମ ‘ଛପାକ’। ସତ୍ୟ ଘଟଣା ଉପରେ ଉଭୟ କାହାଣୀ ପର୍ଯ୍ୟବେଶିତ। ଏହାସତ୍ତ୍ୱେ ତାନାଜି ବ୍ୟବସାୟରେ ରେକର୍ଡ କରିଛି। ଫିଲ୍ମର ବଜେଟ ୧୫୦ କୋଟି ରହିଥିବା ବେଳେ କମ୍‌ ସମୟରେ ଏହା ୧୦୦ କୋଟି ବ୍ୟବସାୟ କରିସାରିଲାଣି। ଏଣୁ ବ୍ୟବସାୟ ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ଫିଲ୍ମଟି ଅଜୟଙ୍କ କ୍ୟାରିୟର ପାଇଁ ମଧ୍ୟ ସଫଳତା ଆଣିଦେଇଛି। ଏହା ଶହେ କୋଟି କ୍ଲବରେ ସାମିଲ ହୋଇଥିବା ତାଙ୍କ ଜୀବନର ୧୦୦ତମ ଫିଲ୍ମ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରଦାରେ ରୋମାନ୍ସ, ହେଲେ ପ୍ରକୃତ ଜୀବନରେ ପରସ୍ପରର ମୁହଁ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଏହି ୧୦ କଳାକାର

ବମ୍ବେ: ଛୋଟ ପରଦାରେ ଅନେକ ସୁପରହିଟ୍‌ ଯୋଡ଼ି ଅଛନ୍ତି। ଦର୍ଶକମାନେ ସେମାନଙ୍କୁ ସବୁବେଳେ ଏକାଠି ଦେଖିବାକୁ ପସନ୍ଦ କରିଥାନ୍ତି। ହେଲେ ପରଦା ଉପରେ ଭଲ ଲାଗୁଥିବା...

ବଲିଉଡ୍‌ରେ ଡେବ୍ୟୁ କରିବେ ଆଲ୍ଲୁ!

ମୁମ୍ବାଇ: ସାଉଥ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ ନିଜର ଅନ୍ଦାଜ ଓ ଅଭିନୟ ପାଇଁ ବେଶ୍‌ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ଲୁକ୍‌ ଏବଂ ଆଉଟ୍‌ଫିଟକୁ ପ୍ରଶଂସକ ମଧ୍ୟରେ...

ଦଶହରା ଲଢ଼େଇ

ଏଥର ଦଶହରା ବଜାରରେ ଦୁଇଟି ସିନେମା-‘ମିଷ୍ଟର ମଜ୍‌ନୁ’ ଏବଂ ‘ଦିସ୍‌ ଇଜ୍‌ ମାୟାରେ ବାୟା’ ରିଲିଜ୍‌ ହେବାକୁ ଯାଉଛି। ଅର୍ଥାତ୍‌ ଚଳିତବର୍ଷ ଏହି ଦୁଇ ସିନେମା...

ଦୁଇଥର ବିବାହ କରିବେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ ନାୟିକା କ୍ୟାଟ୍ରିନା କୈଫ ଓ ନାୟକ ଭିକ୍କି କୌଶଲଙ୍କ ବିବାହ ସମୟ ଧୀରେ ଧୀରେ ନିକଟତର ହୋଇଛି । ଆଉ ମାତ୍ର ଗୋଟିଏ...

ଏରିକାଙ୍କୁ ଛାଡ଼ି ଏବେ ଆରିୟାଙ୍କ ପ୍ରେମରେ ପାର୍ଥ

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ଧାରାବାହିକ ‘କସୌଟି ଜିନ୍ଦେଗୀ କି’ରେ ନାଏକ ସାଜିଥିବା ପାର୍ଥ ସମନ୍ଥାନ ଗୋଟିଏ ପରେ ଗୋଟିଏ ପ୍ରେମିକା ବଦଳାଉଛନ୍ତି। ନିକଟରେ ସେ ଏରିକାଙ୍କ...

ଭାଇଙ୍କ ପାଇଁ ଭାବବିହ୍ବଳ ପୋଷ୍ଟ ଲେଖିଲେ ସାଜିଦ୍‌

ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ଅଚାନକ ପରଲୋକ ଘଟିଛି। ଏଥିରେ ଭାଙ୍ଗିପଡିଛନ୍ତି ତାଙ୍କ ଭାଇ ସାଜିଦ୍‌ ଖାନ୍‌। ସେ ହସ୍ପିଟାଲ୍‌ରେ ଚିକିତ୍ସିତ ଥିବା...

ଅନୁଶୋଚନାର ସମୟ ଆସିଛି

”ଦିନ ଥିଲା, ଓଡ଼ିଆ ଉପନ୍ୟାସ ହେଉ କି ନିଚ୍ଛକ ଓଡ଼ିଆ ବାସ୍ନା ଥିବା କାହାଣୀକୁ ଆଧାର କରି ଚଳଚ୍ଚିତ୍ରଟିଏ ନିର୍ମାଣ କରାଯାଉଥିଲା; ଆଉ ତାହାକୁ ଦର୍ଶକ...

ବ୍ୟସ୍ତ ଦୀପିକା

ଏବେ ତ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଫିଲ୍ମଗୁଡ଼ିକର ଶୁଟିଂ ଆରମ୍ଭ ହୋଇଯାଇଛି। ତେଣୁ କରୋନା ପାଇଁ ଶୁପ୍ତ ବଲିଉଡ୍‌ ପୁଣି ଥରେ ଚଳଚଞ୍ଚଳ ହୋଇଉଠିଛି। କଳାକାରମାନେ...

Advertisement
Archives

Model This Week