Posted inଫୁରସତ

ଅଜବ ସ୍ଥାପତ୍ୟର ପାର୍କ

ନ୍ୟୁୟର୍କ, ସାଉଥ୍‌ ଡକୋଟାରେ ଅଛି ଏକ ଅଜବ ପାର୍କ। ଅନେକ ସ୍ଥାପତ୍ୟ ଭରି ରହିଛି ଏହି ପାର୍କରେ। ଆଉ ସମସ୍ତ ସ୍ଥାପତ୍ୟ ଭିନ୍ନ ଓ ବେଶ୍‌ ବିଚିତ୍ର। କାରଣ ଏସବୁ ତିଆରି ହୋଇଛି ସ୍କ୍ରାପ୍‌ ମେଟାଲ୍‌, ପୁରୁଣା ଚାଷ ଉପକରଣ ଓ ରେଲ୍‌ରୋଡ ଟାଇପ୍ଲେଟ୍‌ରେ। ଅଧିକାଂଶ ସ୍ଥାପତ୍ୟ ଇଣ୍ଡଷ୍ଟ୍ରିଆଲ୍‌ ଆର୍ଟ ଶୈଳୀରେ ନିର୍ମିତ। ପାର୍କର ସବୁଠାରୁ ବଡ଼ ସ୍ଥାପତ୍ୟ ୬୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ, ଯାହାକୁ ତିଆରି କରିବା ପାଇଁ ୩ ବର୍ଷ ସମୟ ଲାଗିଥିଲା। ୨୫ ଟନ୍‌ ହେଉଛି ଏହାର ଓଜନ। ତେବେ ଖାସ୍‌ କଥା ହେଲା ଉକ୍ତ ପାର୍କ ହାଇଓ୍ବେ ପାର୍ଶ୍ୱରେ ଅଛି। ତେଣୁ ଏହା ଏକ ସ୍ବତନ୍ତ୍ର ରୋଡସାଇଡ୍‌ ଆକର୍ଷଣ ଅଟେ। ୧୦ ଏକର ପରିମିତ ଅଞ୍ଚଳରେ ପରିବ୍ୟାପ୍ତ ଏହି ପାର୍କରେ ନାରୀ, ପୁରୁଷ, ମାଛ, ଡ୍ରାଗନ୍‌, ପକ୍ଷୀ, ପ୍ରଜାପତି ଭଳି ୫୦ରୁ ଊର୍ଦ୍ଧ୍ୱ ଅଜବ ସ୍ଥାପତ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri