ଅଜଣା ରୋଗରେ ଆତଙ୍କିତ ଅଁଳା

ଦଶମନ୍ତପୁର,୨୨।୪(ଡି.ଏନ୍‌.ଏ.): ଦଶମନ୍ତପୁର ବ୍ଲକ ଚଣାବାଡ଼ ପଞ୍ଚାୟତ ଅଧୀନରେ ଥିବା ଏସ୍‌. ଦଣ୍ଡାବାଡ଼ ଗ୍ରାମର କଂଶାରୀ ଦିଶାରୀଙ୍କ ସ୍ତ୍ରୀ ଅଁଲା ଦୀର୍ଘବର୍ଷ ହେବ ଅଜଣା ରୋଗରେ ଆକ୍ରାନ୍ତ ଅଛନ୍ତି। ବିବାହର ବର୍ଷକ ପରେ ତାଙ୍କ ଡାହାଣ ଗୋଡ଼ ଓ ବାମ ପାର୍ଶ୍ୱ ହାତରେ ହଠାତ୍‌ ଏକ ଛୋଟ ଘା’ ହେଲା । କିଛିଦିନ ପରେ ଘା’ ପାଚିବା ସହ ଫାଟିଯାଇ ସେଥିରେ କ୍ଷୁଦ୍ର ଛିଦ୍ର ହେବାକୁ ଲାଗିଲା। କିଛିଦିନ ପରେ ଗୋଡ଼ର ସମସ୍ତ ଆଙ୍ଗୁଠି ମିଶିଯିବା ଯୋଗୁ ତାହାକୁ ଅଲଗା କରିହେଲା ନାହିଁ। ଏହା ଦେଖି ସ୍ବାମୀ-ସ୍ତ୍ରୀ ଦୁହେଁ ପ୍ରଥମେ ଦଶମନ୍ତପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଯାଇଥିଲେ ମଧ୍ୟ କିଛି ଫଳ ହୋଇ ନ ଥିଲା। ପରେ କାକିରିଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲା ସ୍ବାସ୍ଥ୍ୟକେନ୍ଦ୍ରକୁ ସେମାନେ ଯାଇଥିଲେ। ସେଠାରେ ମଧ୍ୟ ରୋଗ ଚିହ୍ନଟ ହୋଇପାରି ନ ଥିଲା। ଆଶ୍ଚର୍ଯ୍ୟଜନକ ଭାବେ ଜନୈକ ଡାକ୍ତର କହିଥିଲେ, ‘ଆମ ପକ୍ଷେ ରୋଗ ଚିହ୍ନଟ କରିବା ଅସମ୍ଭବ ା ତୁମେ ଦେଶୀ ଔଷଧ ସେବନ କର।’ ଡାକ୍ତରଙ୍କ ଏଭଳି ପରାମର୍ଶ ପରେ ଅଁଳା ଦୀର୍ଘ ୭ ବର୍ଷ ହେବ ଚେରମୂଳି ଚିକିତ୍ସା କରିଆସୁଥିଲେ ହେଁ କିଛି ଫଳ ମିଳିନାହିଁ। ୩ଟି ଝିଅଙ୍କୁ ଖେଳାଇବା ବ୍ୟତୀତ ଅନ୍ୟ କୌଣସି ଘରକାମ ସେ କରିପାରୁ ନାହାନ୍ତି। ଖରା ଦିନରେ ବ୍ୟଥା ବିଶେଷ ହେଉ ନ ଥିବା ବେଳେ ଶୀତ ଓ ବର୍ଷାଦିନରେ ଯନ୍ତ୍ରଣା ଅଧିକ ହେଉଛି। ଅଁଳାଙ୍କ ଏହି ରୋଗ ପରିବାର ଲୋକଙ୍କୁ ଚିନ୍ତାରେ ପକାଇଛି। ଗାଁର କେତେକ ଲୋକ ତାଙ୍କୁ କୁଷ୍ଠ ହୋଇଥିବା ଟାହିଟାପରା କରିବା ଯୋଗୁ ଅଁଳା ନିଜ ପାଦ ଓ ହାତରେ କପଡ଼ା ଘୋଡାଇ ରଖୁଛନ୍ତି। ଗାଁରେ ପୋଡୁଚାଷ କରି ଜୀବିକା ନିର୍ବାହ କରୁଥିବା କଂସାରୀ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସଂଗ୍ରହ କରିବା ମୁସ୍କିଲ ହେଉଥିବା କହିଛନ୍ତି। ସିଡିଏମ୍‌ଓ ଦଧିବାମନ ତ୍ରିପାଠୀଙ୍କ ଦୃଷ୍ଟିକୁ ଧରିତ୍ରୀ ଏହି ଘଟଣା ଆଣିବା ପରେ ସେ କହିଛନ୍ତି, ଉକ୍ତ ଗାଁକୁ ଡାକ୍ତରୀ ଦଳ ପଠାଇ ଅଁଳାଙ୍କ ଚିକିତ୍ସା ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମଝିଘରିଆଣିଙ୍କ ୯ ହୁଣ୍ଡି: ମିଳିଲା ୧ କୋଟି ୪ ଲକ୍ଷ, ୧୨ ବିଦେଶୀ ନୋଟ୍‌ ସହ ୩୮ ଗ୍ରାମ ସୁନା

ରାୟଗଡ଼ା, ୭।୭ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ହୁଣ୍ଡି ସୋମବାର ଖୋଲାଯାଇ ଗଣତି କରାଯାଇଛି। ହୁଣ୍ଡିରୁ...

ଖୋଲିଲା ମା’ ମଝିଘରିଆଣୀଙ୍କ ୯ ହୁଣ୍ଡି, କଡ଼ାସୁରକ୍ଷାରେ ଚାଲିଛି ଗଣତି

ରାୟଗଡ଼ା,୭ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ସୋମବାର ସକାଳ ୯ଟାରେ ଖୋଲାଯାଇଛି। ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି...

ବିଷାକ୍ତ ଛତୁ ଖାଇ ୩ ପରିବାରର ୧୧ ଆକ୍ରାନ୍ତ

ରାୟଗଡ଼ା/ଟିକିରି,୬ା୭(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ଶନିବାର ବିଷାକ୍ତ ଜଙ୍ଗଲି ଛତୁ ଖାଇ କାଶୀପୁର ବ୍ଲକ ଅନ୍ତର୍ଗତ କୁଚେଇପଦର ପଞ୍ଚାୟତ ଅନ୍ତର୍ଗତ ଟିକରାପଡ଼ା ଗାଁର ତିନି...

ଗୋଟିଏ ଦିନରେ ଦୁଇ କନେଷ୍ଟବଳଙ୍କ ମୃତ୍ୟୁ: ଡ୍ୟୁଟି କରୁଥିବା ବେଳେ …

ରାୟଗଡ଼ା,୫।୭ (ରଞ୍ଜନ ପଣ୍ଡା): ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରାରେ ଡ୍ୟୁଟି କରୁଥିବା ବେଳେ ଜୀବନ ହାରିଲେ ଆଉ ଜଣେ କନେଷ୍ଟବଳ ତାରିଣୀ ଚରଣ ଗମାଙ୍ଗ(୫୦) ।...

ରଥଯାତ୍ରା ଡ୍ୟୁଟିକୁ ଆସୁଥିଲେ ମହିଳା କନଷ୍ଟେବଳ, ପଛରୁ ପିଟିଲା ଟ୍ରେଲର, ଆଉ ତା’ ପରେ…

ରାୟଗଡ଼ା,୫ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୁନାଖାଲ ଛକଠାରେ ଏକ ସ୍କୁଟିକୁ ଶନିବାର ଏକ ଟ୍ରେଲର ପଛପଟୁ ଧକ୍କା ଦେବାରୁ ସ୍କୁଟି...

ବ୍ୟାଙ୍କ ଯାଉଥିଲା ବେଳେ ମହିଳାଙ୍କୁ ଧକ୍କାଦେଲା ସ୍କୁଲ ବସ୍‌ …

ରାୟଗଡ଼ା,୪।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହର ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ରାୟଗଡ଼ା – ଜେକେପୁର ରାସ୍ତାରେ ସ୍କୁଲ ବସ ଧକ୍କାରେ ଜଣେ...

ଭୁଶୁଡ଼ିଲା କାନ୍ଥ: ଚାପି ହୋଇଗଲେ ମା’ପୁଅ, ଆଉ ତା’ପରେ

ରାୟଗଡ଼ା,୪।୭: ରାୟଗଡ଼ା ଜିଲା ସଦର ଥାନା ଗାଦବାଗୁଡ଼ା ଗାଁରେ ଏକ ଅଘଟଣ ଘଟିଛି। ଲଘୁଚାପ ଲଗାଣ ବର୍ଷାରେ ଏକ ଘର କାନ୍ଥ ଭୁଶୁଡି ପଡ଼ି ମା’...

ଘର ଖୋଲା ଦେଖି ସବୁ ସୁନାଗହଣା ଲୁଟିନେଇ ଚାଲିଗଲେ ମହିଳା ଭିକାରୀ, ସିସିଟିଭି ଦେଖି…

ରାୟଗଡ଼ା,୧।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ରାଣିଗୁଡ଼ା ଫାର୍ମ ଦିତୀୟ ଲେନର ମହେଶ କୁମାରଙ୍କ ଘରେ ଦିନ ୧୧ ସମୟରେ ଦିବାଲୋକରେ କଳା କନା ବୁଲାଇଦେଇଛନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri