ଅଙ୍ଗାରକାମ୍ଳଠାରୁ ୩୪ ଗୁଣ ଖରାପ ପ୍ରଭାବ ପକାଇଛି ମିଥେନ

କଟକ ଅଫିସ,୫।୬: ପ୍ରାକୃତିକ ବିବର୍ତ୍ତନ ଓ ପରିବେଶ ଅସନ୍ତୁଳନ ଏବେ ଜୀବଜଗତ ପ୍ରତି ଭୟଙ୍କର ବିପଦକୁ ଆମନ୍ତ୍ରଣ କରୁଛି। ସମ୍ପ୍ରତି ଫନୀକୁ ଦେଖିଲେ ଏହି ବାତ୍ୟା ଅନେକ ବାଲି ଓ ବାଲିକଣା ବୋହି ଆଣିଛି। ଏହି ବାଲିକଣାରେ ଅଙ୍ଗାରକାମ୍ଳ, ମିଥେନ ଭଳି ମାରାତ୍ମକ ପଦାର୍ଥ ଭରି ରହିଛି, ଯାହା ଜୀବଜଗତ ପାଇଁ ଅଭୂତ କ୍ଷତି ପହଞ୍ଚାଉଛି ବୋଲି ପରିବେଶ ବିଜ୍ଞାନୀମାନେ ଆକଳନ କରିଛନ୍ତି। ଜାତୀୟ ଧାନ ଗବେଷଣା କେନ୍ଦ୍ରର ପ୍ରାକ୍ତନ ପ୍ରଧାନ ବୈଜ୍ଞାନିକ ଡ. ସଂଗ୍ରାମ କେଶରୀ ନାୟକ କୁହନ୍ତି, ସମ୍ପ୍ରତି ବିଶ୍ୱରେ ୯୨ ପ୍ରତିଶତ ଲୋକ ସୁସ୍ଥ ବାୟୁ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏପରିକି ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ବିଶ୍ୱ ଅର୍ଥନୀତିକୁ ପ୍ରତିବର୍ଷ ୫ ଟ୍ରିଲିୟନ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଗୃହପାଳିତ ପଶୁ ଯଥା ଛେଳି, ମେଣ୍ଢା, ଗାଈ ଓ ମଇଁଷି ଆଦି ପ୍ରାଣୀ ଖାଦ୍ୟ ପାଚନକ୍ରିୟା ସମୟରେ ସେଥିରୁ ମିଥେନ ନିର୍ଗତ ହୋଇଥାଏ। ଏହାବାଦ ଧାନକ୍ଷେତରୁ ମଧ୍ୟ ମିଥେନ ବାହାରୁଥିବାବେଳେ ତାହା ସବୁଜ ବଳୟ ଜରିଆରେ ପରିବେଶକୁ ପ୍ରଭାବିତ କରୁଛି। ଗତ ୧୦୦ ବର୍ଷ ମଧ୍ୟରେ ଅଙ୍ଗାରକାମ୍ଳଠାରୁ ମିଥେନ ୩୪ ଗୁଣ ଭୟଙ୍କର ଖରାପ ପ୍ରଭାବ ବାୟୁମଣ୍ଡଳ ଉପରେ ପକାଇଛି। ସମ୍ପ୍ରତି ସମଗ୍ର ବିଶ୍ୱର ୧୯୩ ଦେଶ ମଧ୍ୟରୁ ୧୬୬ ଦେଶ ସହରାଞ୍ଚଳ ଆବର୍ଜନା ଓ ଶସ୍ୟ କ୍ଷେତକୁ ପୋଡ଼ୁଛନ୍ତି। ଫଳରେ ଏଥିରୁ ମିଥେନ ନିର୍ଗତ ହୋଇ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି। ଏହିସବୁ ଆବର୍ଜନା କିମ୍ବା ଧାନ କ୍ଷେତ (ନଡ଼ା)କୁ ପୋଡ଼ିବା ଅନୁଚିତ।
ଅଙ୍ଗାରକାମ୍ଳଠାରୁ ୩୪ ଗୁଣ…
ଏହାକୁ ଗାତ ଖୋଳି ପୋତି ଦିଆଗଲେ ଉପରୋକ୍ତ ଆବର୍ଜନାରୁ ମିଥେନ ନିର୍ଗତ ବନ୍ଦ ହେବା ସହିତ ପରିବେଶ ମଧ୍ୟ ସୁରକ୍ଷିତ ରହିବ। ଏହାବାଦ ବୃକ୍ଷରୋପଣ ଉପରେ ମଧ୍ୟ ପ୍ରତ୍ୟେକ ନାଗରିକ ଗୁରୁତ୍ୱ ଦେବା ଉଚିତ ବୋଲି ଡ. ନାୟକ କହିଛନ୍ତି।
ଫନୀ ଦ୍ୱାରା ଓଡ଼ିଶାର ଉପକୂଳ ଜିଲାଗୁଡ଼ିକର ସବୁଜିମା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି, ଫଳରେ ଗତ ମେ ମାସରେ ତାପମାତ୍ରା ୪୦ ଡିଗ୍ରୀ ତଳକୁ ଥାଇ ମଧ୍ୟ ଲୋକେ ଉତ୍କଟ ଗୁଳୁଗୁଳି ଓ ଗରମକୁ ସିଧାସଳଖ ଭୋଗିଛନ୍ତି। ଏବେ ସବୁଜିମା ସୃଷ୍ଟି କରିବା ସବୁଠୁ ବଡ଼ ଆବଶ୍ୟକତା। ଏ ଦିଗରେ ସଚେତନ ନ ହେଲେ ଆଗାମୀ ଦିନରେ ପରିଣାମ ଅଧିକ ଭୟଙ୍କର ହେବ ବୋଲି ନାୟକ କହିଛନ୍ତି।
ବିଶିଷ୍ଟ ପରିବେଶବିତ୍‌ ତଥା ସେଣ୍ଟର ଫର୍‌ ଏନ୍‌ଭର୍ନମେଣ୍ଟାଲ ଷ୍ଟଡିଜ୍‌ର ନିର୍ଦ୍ଦେଶକ ଡ. ଆଶୁତୋଷ ଦେବତା କୁହନ୍ତି, ପରିବେଶ ସଚେତନତା ପ୍ରତ୍ୟେକଙ୍କ ଘରୁ ଆରମ୍ଭ ହେବା ଉଚିତ। ବାୟୁମଣ୍ଡଳ ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ବିଶ୍ୱରେ ୭୦ ଲକ୍ଷ ଲୋକଙ୍କର ଅପରିପକ୍ବ ମୃତ୍ୟୁ ଘଟୁଛି। ମୋଟାମୋଟି ଭାବେ ବିଶ୍ୱରେ ପ୍ରତି ୯ ଜଣରେ ଜଣେ ବ୍ୟକ୍ତି ବାୟୁମଣ୍ଡଳ ପ୍ରଦୂଷଣ ଯୋଗୁ ପ୍ରାଣ ହରାଉଛନ୍ତି। ସମସ୍ତ ବାୟୁ ପ୍ରଦୂଷଣର ୭୨ ଭାଗ କେବଳ ଯାନବାହନରୁ ନିର୍ଗତ ବିଷାକ୍ତ ବାଷ୍ପ ଯୋଗୁ ହେଉଛି। ଯଦି ବାୟୁମଣ୍ଡଳ ପ୍ରଦୂଷଣକୁ ରୋକାଯାଇପାରନ୍ତା ତେବେ ପୃଥିବୀର ପରମାୟୁ ୨ରୁ ୭ ବର୍ଷ ବୃଦ୍ଧି କରାଯାଇପାରନ୍ତା ବୋଲି ଦେବତା କହିଛନ୍ତି। ଏହାବାଦ ଅମ୍ଳ ବର୍ଷା, ଓଜୋନ ସ୍ତରରେ ଗର୍ତ୍ତ ଓ ବିଶ୍ୱ ତାପନକୁ ମଧ୍ୟ ହ୍ରାସ କରାଯାଇପାରନ୍ତା। ଯଦି ଜଣେ ବ୍ୟକ୍ତି ଜୀବନକାଳ ମଧ୍ୟରେ ୫ଟି ବୃକ୍ଷରୋପଣ କରିବେ ତେବେ ଏଥିରେ ଅନେକ ସୁଧାର ଅଣାଯାଇପାରିବ ବୋଲି ଦେବତା ମତବ୍ୟକ୍ତ କରିଛନ୍ତି।
ଭାରତୀୟ ଜଳବାୟୁ କଂଗ୍ରେସର ସଭାପତି ପ୍ରଫେସର ଡ. ସଞ୍ଜୟ କୁମାର ସାମନ୍ତରାୟ କୁହନ୍ତି, ନିକଟରେ ଘଟିଥିବା ଫନୀ ବାତ୍ୟାରେ ଯେଉଁସବୁ ବୃକ୍ଷ କ୍ଷତିଗ୍ରସ୍ତ ହୋଇଛି ଯଥା କେଉଁଠି ଶୋଇପଡ଼ିଛି ତ କେଉଁଠି ଡାଳ ଛିଡ଼ି ଛିଡ଼ାହୋଇ ରହିଛି ସେଗୁଡ଼ିକ ବଞ୍ଚାଇବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ। ସବୁଠାରୁ ଦୁଃଖ ଏବଂ ଦୁର୍ଭାଗ୍ୟଜନକ କଥା ହେଉଛି ଫନୀରେ ବଞ୍ଚତ୍ଥିବା ଗଛକୁ ବଞ୍ଚାଇବା ବଦଳରେ ଲୋକେ କାଟି ନେଉଥିବା ଦେଖାଯାଉଛି। ତେଣୁ ଏହାକୁ ପ୍ରାଥମିକତା ଦେଇ ରୋକାଯିବା ଦରକାର ବୋଲି ସାମନ୍ତରାୟ କହିଛନ୍ତି। ବିଶ୍ୱ ପରିବେଶ ଦିବସକୁ ଶୀତତାପ ନିୟନ୍ତ୍ରିତ କୋଠରି ମଧ୍ୟରେ ନ ପାଳି ଯେଉଁଠି ସବୁଜିମା ସୃଷ୍ଟି କରାଯାଉଛି ସେ ଜାଗାରେ ପାଳିବା ଉଚିତ ବୋଲି ସାମନ୍ତରାୟ ପରାମର୍ଶ ଦେଇଛନ୍ତି।
ଅନେକ ପରିବେଶଜନିତ ଘଟଣାରେ ଜାତୀୟ ସବୁଜ ପ୍ରାଧିକରଣରେ ମାମଲା ରୁଜୁ କରୁଥିବା ଆଡଭୋକେଟ ଶଙ୍କର ପ୍ରସାଦ ପାଣି କୁହନ୍ତି, ପ୍ରଥମେ ସରକାର ସଚେତନ ହେବା ଉଚିତ। କାରଣ ଶିଳ୍ପାୟନ ଓ ସହରୀକରଣ ନଁାରେ ସରକାର ହିଁ ସବୁଜିମାକୁ ନଷ୍ଟ କରୁଛନ୍ତି। ସବୁଜିମା ନଷ୍ଟ କରିବା ସମୟରେ ସରକାରଙ୍କ ଅଦ୍ଭୁତ ଯୁକ୍ତି ଅଧିକ ଦୁର୍ଭାଗ୍ୟଜନକ ହେଉଛି। କାରଣ ଭୁବନେଶ୍ୱରରେ ଗଛ କାଟି କନ୍ଧମାଳରେ ବୃକ୍ଷରୋପଣ କରି ପରିବେଶର ସନ୍ତୁଳନ ରକ୍ଷା କରିବାର ମାନେ କିଛି ନ ଥାଏ। ବୃକ୍ଷ ପ୍ରତିରୋପଣ ଉପରେ ମତ ଦେଇ ଆଡଭୋକେଟ ପାଣି କହିଛନ୍ତି, ଯଦି କୌଣସି ରାସ୍ତା ନିର୍ମାଣରେ ବୃକ୍ଷ ବାଧକ ସାଜୁଛି ତେବେ ଉକ୍ତ ଗଛକୁ ଉପାଡ଼ି ଅନ୍ୟ ସ୍ଥାନରେ ପୋତିବାର ବ୍ୟବସ୍ଥା ରହିଛି। ମାତ୍ର ସହଜ ଉପାୟରେ ସରକାର ଗଛଟିକୁ କାଟିଦେଇ ଶାଗମାଛ ଦରରେ ନିଲାମ କରିଦେଉଥିବା ବେଳେ ତା’ର ପରିଣାମ ସମଗ୍ର ଜୀବଜଗତକୁ ଭୋଗିବାକୁ ପଡ଼ୁଛି। ଅଦ୍ୟାବଧି ପରିବେଶ ସୁରକ୍ଷାକୁ ନେଇ ଆଡଭୋକେଟ ପାଣି ଜାତୀୟ ସବୁଜ ପ୍ରାଧିକରଣରେ ୫୦ରୁ ଊର୍ଦ୍ଧ୍ୱ ମାମଲା ରୁଜୁ କରିଥିବା କହିଛନ୍ତି। ତେଣୁ ପରିବେଶ ସୁରକ୍ଷା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ଆନ୍ତରିକ ଉଦ୍ୟମ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?