ଅଗ୍ନି ବିପନ୍ନଙ୍କୁ ମିଳୁନି ସହାୟତା: ଗୋଟିଏ ଘରେ ଗାଈ-ମଣିଷ

ନାଉଗାଁ,୧୯ା୬(ସ୍ବ.ପ୍ର.): ନାଉଗାଁ ବ୍ଲକ ନୂଆଗାଁ ପଞ୍ଚାୟତ ଭାସିଆକୁଦ ଗ୍ରାମର ବଟକୃଷ୍ଣ ଜେନା। ପରିବାର କହିଲେ ସ୍ତ୍ରୀ, ପିଲାଛୁଆ ଓ ଭାଇ କେଦାର, ଭାଉଜ ଓ ସେମାନଙ୍କ ପିଲାଛୁଆ ମିଶି ୧୪ ଜଣ। ୨ ଭାଇ ଗାଈ ରଖି ନିଜ ଗୁଜୁରାଣ ମେଣ୍ଟାଉଥିଲେ। ବଟକୃଷ୍ଣଙ୍କ ଜଣେ ଭଉଣୀ ଜନ୍ମରୁ ଦୃଷ୍ଟିହୀନ ହୋଇଥିବାରୁ ସେ ଭାଇଙ୍କ ସହ ରହୁଛନ୍ତି। ସେହିପରି ବଟକୃଷ୍ଣଙ୍କ ଝିଅ ମଧ୍ୟ ଭିନ୍ନକ୍ଷମ। ଯୌଥ ପରିବାର ସାଙ୍ଗକୁ ୨ ଭିନ୍ନକ୍ଷମଙ୍କୁ ନେଇ ଚଳିବା କଷ୍ଟକର ହେଉଛି। ଏଭଳି ସ୍ଥିତିରେ ଦୁର୍ଭାଗ୍ୟବଶତଃ ଗତ ମେ ୨୪ରେ ତାଙ୍କ ୬ବଖରା ଘର ପୋଡ଼ିଗଲା। ଦିନ ଦି’ପହରେ କିପରି ନିଅଁା ଲାଗିଲା ତାହା ଏବେ ମଧ୍ୟ ବୁଝିପାରୁନାହାନ୍ତି ବଟକୃଷ୍ଣ। ଦମକଳ ବାହିନୀ ଆସି ନିଅଁାକୁ ଆୟତ୍ତ କରିବା ବେଳକୁ ଘର ମଧ୍ୟରେ ଆଉ କିଛି ଜିନିଷପତ୍ର ନ ଥିଲା। ଘର କରଣା ଜିନିଷ ସହ କାଠ ସାମଗ୍ରୀ, ବର୍ଷକର ଧାନ, ଚାଉଳ ଆଦି ପୋଡ଼ି ନଷ୍ଟ ହୋଇଯାଇଥିଲା। ମୁଣ୍ଡ ଗୁଞ୍ଜିବାକୁ ଘର ନ ଥିବାବେଳେ ଯେଉଁ ଝୁପୁଡ଼ି ଖଣ୍ଡିଏ ଥିଲା ତାହା ମଧ୍ୟ ୨ ଦିନ ପରେ ପୋଡ଼ିଗଲା। ଗଁା ଲୋକେ ଏହାକୁ ଭୌତ୍ତିକ କାଣ୍ଡ ଭାବି ଭୟଭୀତ ହୋଇପଡିଥିଲେ। ତହସିଲ ପକ୍ଷରୁ ବିପନ୍ନ ପରିବାରକୁ ପଲିଥିନ ଯୋଗାଇ ଦିଆଗଲା। ମାତ୍ର ବର୍ତ୍ତମାନ ବଟକୃଷ୍ଣଙ୍କ ଅବସ୍ଥା ନ କହିବା ଭଲ। ଅଦ୍ୟାବଧି ତାଙ୍କୁ କୌଣସି ସରକାରୀ ସହାୟତା ମିଳି ନ ଥିବାବେଳେ ଘର ପାଇଁ ସେ ବ୍ଲକ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି। ୨ ଭାଇଙ୍କ ମଧ୍ୟରୁ ବଟକୃଷ୍ଣଙ୍କୁ ଗୋଟିଏ ଇନ୍ଦିରା ଆବାସ ମିଳିଥିବାବେଳେ ୧୪ ପ୍ରାଣୀ ଗୋଟିଏ ଘରେ ରହିବା ସମ୍ଭବ ନୁହେଁ। ତେଣୁ ଝାଟିମାଟି ଘରେ ଗୋଟିଏ ପାର୍ଶ୍ୱରେ ଗାଈ ରଖିଥିବାବେଳେ ଅନ୍ୟ ପାର୍ଶ୍ୱରେ ରୋଷେଇ କରୁଛନ୍ତି। ରୋଷେଇ ସରିବା ପରେ ସେଇଠାରେ ଶୋଉଛନ୍ତି। ଆଗକୁ ବର୍ଷାଦିନ ଆସୁଥିବାରୁ ବଟକୃଷ୍ଣଙ୍କ ଚିନ୍ତା ବଢିଯାଇଛି। ଗାଈ ବାଛୁରୀଙ୍କ ସହ ଗୃହାଳ ଘରେ
ଅସ୍ବାସ୍ଥ୍ୟକର ପରିବେଶରେ ରହିବାକୁ ଏହି ପରିବାର ବାଧ୍ୟ ହେଉଛନ୍ତି। ତେଣୁ ସରକାରୀ ସାହାଯ୍ୟ କିଛି ମିଳିଲେ ହୁଏତ ଆଉ ଖଣ୍ଡେ ଘର କରିପାରନ୍ତେ ବୋଲି ସେ ପ୍ରକାଶ କରିଛନ୍ତି। ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ୨ ଭାଇଙ୍କ ଦୁଃଖ ସେତିକିରେ ସରିନାହିଁ। ଝିଅ ନିୟତି ଜେନାଙ୍କୁ ଭିନ୍ନକ୍ଷମ ଚିହ୍ନଟ ଶିବିରରେ ୧୯ ନଭେମ୍ବର ୨୦୧୩ରେ ଶତକଡ଼ା ୪୫ ପ୍ରତିଶତ ଭିନ୍ନକ୍ଷମ ଥିବା ପ୍ରମାଣପତ୍ର ମିଳିଛି। ହେଲେ ଏ ପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମିଳିନାହିଁ। ଭିନ୍ନକ୍ଷମ ଭତ୍ତା ପାଇଁ ୬ ମାସ ହେଲା ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଭତ୍ତା ମିଳିନି। ନିଜେ ଚାଲିପାରୁ ନ ଥିବାରୁ ବିଭିନ୍ନ ସ୍ଥାନରେ ପଡି ଖଣ୍ଡିଆ ଖାବରା ହୋଇଛନ୍ତି। ଅର୍ଥାଭାବରୁ ଝିଅକୁ ଡାକ୍ତରଖାନା ନେଇପାରୁ ନ ଥିବା କହିଛନ୍ତି ବଟକୃଷ୍ଣ। ତେଣୁ ଏହି ପରିବାରକୁ ପ୍ରଶାସନ ପକ୍ଷରୁ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି। ଏ ସମ୍ପର୍କରେ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଦେବାଶିଷ ସ୍ବାଇଁଙ୍କୁ ପଚାରିବାରେ ଯଦି ସେ ଆବେଦନ କରିଥିବେ ତେବେ ତାଙ୍କୁ ଯଥାଶୀଘ୍ର ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା ହେବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ସମସ୍ୟା, ମଣ୍ଡିକୁ ଧାନ ଆସୁଛି ହେଲେ ଆସୁନାହାନ୍ତି ମିଲର୍ସ

ବରଗଡ଼,୧୭ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି । ରବିବାର ଏହି ପ୍ରକ୍ରିୟାକୁ ସପ୍ତାହେ ପୂରିବ। ହେଲେ ଆରମ୍ଭରୁ ଏହି ପ୍ରକ୍ରିୟାରେ ଧାନ କିଣାବିକା…

ନଦୀକୁ ଡେଇଁ ଜୀବନ ହାରିଲେ ୮୫ ବର୍ଷୀୟ ଭେଟେରାନ ଫିଲ୍ମ ନିର୍ମାତା, ତାମିଲ ସିନେମାଜଗତ ସ୍ତବ୍ଧ

ହାଇଦ୍ରାବାଦ: ତାମିଲ ସିନେମା ଜଗତରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ସାରା ଫିଲ୍ମଜଗତକୁ ସ୍ତବ୍ଧ କରିଦେଇଛି। ନିଜର ସ୍ପଷ୍ଟବାଦୀ ମତାମତ ଏବଂ ବିବାଦୀୟ…

ଅଜଣା ଟ୍ରକକୁ ଧକ୍କା ଦେଲା ବାଇକ, ଚାଳକ ମୃତ

ମୋହନା,୧୭ା୫(ମନ୍ମଥ ମିଶ୍ର): ଗଜପତି ଜିଲା ଟାଙ୍କିଲିପଦର ଗାଁ ଛକରେ ଦୁର୍ଘଟଣା । ଟ୍ରକକୁ ଧକ୍କାଦେଲା ବାଇକ୍ । ଦୁର୍ଘଟଣାରେ ଚାଳକଙ୍କର ମୃତ୍ୟୁ ହୋଇଛି । ମୃତ ବାଇକ୍…

ପୂର୍ବ ଶତ୍ରୁତାରୁ ଆକ୍ରମଣ ପ୍ରତି ଆକ୍ରମଣ ଘଟଣା, ଜେଲ୍ ଗଲେ ୩ ଅଭିଯୁକ୍ତ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମରେ ଦୁଇ ପଡୋଶୀଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗତ ଶୁକ୍ରବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri