ଅଂଶୁପ୍ରଜ୍ଞାଙ୍କୁ ‘ଆର୍ଥ ହିରୋ ପୁରସ୍କାର’

ଭୁବନେଶ୍ୱର, ୩।୧୦(ବ୍ୟୁରୋ): ଓଡ଼ିଶାର ବନ ଅଧିକାରୀ ଅଂଶୁପ୍ରଜ୍ଞା ଦାସ ନାଟ୍‌ୱେଷ୍ଟ ଗ୍ରୁପ୍‌ ଆର୍ଥ ହିରୋ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି। ଅଂଶୁପ୍ରଜ୍ଞା ସାତକୋଶିଆର ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ୫ବର୍ଷ କାମ କରୁଥିବା ସମୟରେ ବାଘର ବାସସ୍ଥାନ ସୁରକ୍ଷା, ମହାନଦୀ କୂଳରେ ଘଡ଼ିଆଳର ପୁନରୁଦ୍ଧାର, ସ୍ଥାନୀୟ ଲୋକଙ୍କୁ ନେଇ ଇକୋଟୁରିଜମ୍‌ ଆଦି ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ଏହି ପୁରସ୍କାର ତାଙ୍କୁ ପ୍ରଦାନ କରାଯିବ। ବର୍ତ୍ତମାନ ସେ ରାଜ୍ୟ ଇକୋଟୁରିଜମ୍‌ର ଡିଏଫ୍‌ଓ ଭାବେ କାର୍ଯ୍ୟରତ। ଆସନ୍ତା ୮ତାରିଖରେ ନୂଆଦିଲ୍ଲୀରେ ଅଂଶୁପ୍ରଜ୍ଞାଙ୍କ ସମେତ ମୋଟ ୮ଜଣଙ୍କୁ ଏହି ପୁରସ୍କାର ଦିଆଯିବ। ମିଳିତ ଜାତିସଂଘର ସହକାରୀ ସଚିବ ତଥା ଜୈବ ବିବିଧତା ସମ୍ମିଳନୀର କାର୍ଯ୍ୟନିର୍ବାହୀ ସଚିବ ଏଲିଜାବେଥ୍‌ ମାରୁମା ମ୍ରେମା, ନୀତି ଆୟୋଗ ସଦସ୍ୟ ରମେଶ ଚାନ୍ଦ ଏବଂ ବ୍ରିଟିଶ ଅର୍ଥନୀତିଜ୍ଞ ତଥା ଜଳବାୟୁ ପରିବର୍ତ୍ତନ କର୍ତ୍ତୃପକ୍ଷ ନିକୋଲାସ ଷ୍ଟର୍ନ ପ୍ରମୁଖ ଉପସ୍ଥିତ ରହି ପ୍ରତିଭାଙ୍କୁ ପୁରସ୍କୃତ କରିବେ।
ଅଂଶୁପ୍ରଜ୍ଞା ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ନେଇ ନାଟ୍‌ୱେଷ୍ଟ ଗ୍ରୁପ୍‌ ପକ୍ଷରୁ ମୁଖ୍ୟଶାସନ ସଚିବ ଅସିତ ତ୍ରିପାଠୀଙ୍କୁ ଚିଠି ଲେଖି ଜଣାଯାଇଛି। ଗ୍ରୁପ୍‌ ନିର୍ଦ୍ଦେଶକ ଏନ୍‌. ସୁନୀଲ କୁମାର କହିଛନ୍ତି, ମୁଁ ନିଶ୍ଚିତ ଯେ, ଅଂଶୁପ୍ରଜ୍ଞା ଦାସଙ୍କ କାର୍ଯ୍ୟ ତଥା ସ୍ବୀକୃତି ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ଓଡ଼ିଶାର ସମୃଦ୍ଧ ଜୈବ ବିବିଧତାର ନିରନ୍ତର ପରିଚାଳନା ପାଇଁ ଓଡ଼ିଶାରେ ଅନ୍ୟମାନଙ୍କୁ ପ୍ରେରଣା ଦେବ। ଅଂଶୁପ୍ରଜ୍ଞାଙ୍କୁ ତାଙ୍କ ସଫଳତା ପାଇଁ ମୁଖ୍ୟ ଶାସନ ସଚିବ ଏବଂ ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ା ଜିଲା କୋଭିଡ୍‌ ହସ୍ପିଟାଲରେ ଶିଶୁକନ୍ୟା ଜନ୍ମ

ଝାରସୁଗୁଡା ଅଫିସ,୧୧ା୮: ଝାରସୁଗୁଡା ଜିଲା କୋଭିଡ୍‌ ହସ୍ପିଟାଲରେ ସୋମବାର ରାତିରେ ଜଣେ ପ୍ରସୁତି ମହିଳା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ଏ ନେଇ ଅତିରିକ୍ତ ଜିଲାପାଳ...

ପଞ୍ଚଲିଙ୍ଗେଶ୍ୱର ସଂରକ୍ଷିତ ଜଙ୍ଗଲରେ ବିଦେଶୀ ପକ୍ଷୀ ପାଏଡ଼ ଥ୍ରଶ

ନୀଳଗିରି,୧୭ା୪(ସ୍ବ.ପ୍ର.): ଓଡ଼ିଶାରେ ପ୍ରଥମ କରି ବାଲେଶ୍ୱର ଜିଲା ପଞ୍ଚଲିଙ୍ଗେଶ୍ୱରର ସଂରକ୍ଷିତ ଜଙ୍ଗଲରୁ ଠାବ ହୋଇଛି ବିଦେଶୀ ପକ୍ଷୀ ପାଏଡ଼ ଥ୍ରଶ। ଏହାକୁ ବିଶିଷ୍ଟ ପକ୍ଷୀବିତ୍‌ ଓ...

କେରଳରୁ ଜଗନ୍ନାଥପୁର ଷ୍ଟେଶନରେ ପହଞ୍ଚିଲେ ୫୫୨ ପ୍ରବାସୀ: ୩ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି, ସ୍ବାବ୍‌ ନମୁନା ସଂଗ୍ରହ

ଛତ୍ରପୁର, ୩।୫(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲା ଜଗନ୍ନାଥପୁର ଜଙ୍କଶନ ଷ୍ଟେଶନରେ ଏର୍ଣ୍ଣାକୁଲମ ଜଙ୍କଶନ – ଭୁବନେଶ୍ୱର ଶ୍ରମିକ ସ୍ପେଶିଆଲ ଟ୍ରେନ୍‌ ରବିବାର ସକାଳ ୫ଟା ୧୭ ମିନିଟ...

ଋଷିକୁଲ୍ୟାରେ ନିର୍ମାଣ ହେବ ବ୍ୟାରେଜ

ଭୁବନେଶ୍ୱର, ୨୦ା୭(ବ୍ୟୁରୋ): ନଦୀ ଗର୍ଭରେ ବୃହତ୍‌ ଜଳାଶୟ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ୨୦୧୯-୨୦ରେ ୧୧,୭୦୦ କୋଟି ଟଙ୍କା ବ୍ୟୟରେ ନଦୀ ଗର୍ଭ ସୀମିତ...

ଦେଶୀ ଆମ୍ବର ମିଳୁନି ଉଚିତ୍‌ ମୂଲ୍ୟ

କେନ୍ଦୁଝର, ୨୬ା୬ (ସ୍ବ.ପ୍ର.)- ବଣ ପାହାଡ଼ ଘେରା କେନ୍ଦୁଝର ଜିଲାର ଆଦିବାସୀମାନେ ଜଙ୍ଗଲରୁ ବିଭିନ୍ନ ଫଳ ସଂଗ୍ରହ କରି ଖାଇବା ସହ ବଳକା ହାଟବଜାରରେ ବିକି...

ଜେଜେମା’ ଜେଜେବାପା ଅଲୋଡ଼ା: କଥାଘର ଦେଉଛି ଗଳ୍ପ ଶୁଣାଇବାର ସୁଯୋଗ

ନୟାଗଡ ଅଫିସ,୧।୩- ଶିଶୁମାନେ ନିଜ ପରିବାରରୁ ଜେଜେମା, ଜେଜେବାପା, ଆଈ ଓ ଅଜାଙ୍କଠାରୁ ବିଭିନ୍ନ ପ୍ରକାର କଳ୍ପନାମତ୍କ କାହାଣୀ ଓ ଗଳ୍ପ ଶୁଣି ମଜା ଉଠାଉଥିଲେ...

ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ମିଳିଲା ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର,୨୭।୧୨(ବ୍ୟୁରୋ)-ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟପ୍ପୋଙ୍କୁ ଏକଲବ୍ୟ ପୁରସ୍କାର ମିଳିଛି । ତାଙ୍କୁ ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି।...

ଡକାୟତ ଗ୍ୟାଙ୍ଗର ୫ ଗିରଫ, ୨ ବନ୍ଧୁକ, ଗୁଳି ଜବତ

ଛତିଆ,୫।୨(ଡି.ଏନ୍‌.ଏ.): ଯାଜପୁର ଜିଲା ବଡଚଣା ବ୍ଲକ ବୈରୀ ଥାନା ପୋଲିସ ୫ ଡକାୟତଙ୍କୁ ଗିରଫ କରିଛି। ସେମାନଙ୍କ ଘର କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା ବୋଲି...

Advertisement
Archives

Model This Week