ବେତନଟୀ/ବୈଶିଙ୍ଗା,୧୮ା୫(ଡି.ଏନ୍.ଏ.)- ପ୍ରବାସୀଙ୍କୁ ବାଇକ୍ରେ ବସାଇ ଆଣିଥିବା ଜଣେ ଯୁବକ ହୋମ୍ କ୍ୱାରାଣ୍ଟାଇନ୍ରେ ନ ରହିବାରୁ ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ଅଁଳା ପଞ୍ଚାୟତରେ ଉତ୍ତେଜନା ଦେଖା ଦେଇଛି। ଏନେଇ ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ହେମ୍ବ୍ରମଙ୍କୁ ସେହି ପଞ୍ଚାୟତ ଅନ୍ତର୍ଗତ ରାଇକମା ଗ୍ରାମର କୁମ୍ଭାରସାହିଠାରେ ରବିବାର ଶତାଧିକ ଲୋକ ଦୀର୍ଘ ସମୟ ଅଟକ ରଖିଥିଲେ। ଖବରପାଇ ବୈଶିଙ୍ଗା ଥାନା ଅଧିକାରୀ ଲକ୍ଷ୍ମୀଧର ସ୍ବାଇଁ ଓ ବଡ଼ସାହି ବିଧାୟକ ସନାତନ ବିଜୁଳି ଘଟଣାସ୍ଥଳକୁ ଯାଇ ବୁଝାସୁଝା କରିବା ପରେ ଲୋକେ ସରପଞ୍ଚଙ୍କୁ ଛାଡ଼ିଥିଲେ।
ସୂଚନା ଅନୁଯାୟୀ, ଗୁଜରାଟରୁ ଫେରିଥିବା ଜଣେ ପ୍ରବାସୀଙ୍କୁ ବାଲେଶ୍ୱର ଜିଲା ରେମୁଣାଠାରୁ ତାଙ୍କ ସମ୍ପର୍କୀୟ ବାଇକ୍ରେ ବସାଇ ଆଣି ବେତନଟୀ ଆଦର୍ଶବିଦ୍ୟାଳୟ ସ୍ଥିତ କ୍ୱାରାଣ୍ଟାଇନ୍ ସେଣ୍ଟରକୁ ଛାଡ଼ିବାକୁ ଯାଇଥିଲେ। ତେବେ ସମ୍ପୃକ୍ତ ସମ୍ପର୍କୀୟ ଜଣକ ହୋମ୍ କ୍ୱାରାଣ୍ଟାଇନରେ ନ ରହି ଗାଁରେ ବୁଲୁଥିଲେ। ଏନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ ସେ କିଛି ପଦକ୍ଷେପ ଗ୍ରହଣ କରି ନ ଥିଲେ। ଏହାର ପ୍ରତିବାଦରେ ଉତ୍ତ୍ୟକ୍ତ ଲୋକେ ସରପଞ୍ଚଙ୍କୁ ଅଟକ ରଖିଥିଲେ ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଏହି ପଞ୍ଚାୟତର କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହୁଥିବା ଜଣେ ପ୍ରବାସୀ ଶନିବାର ଆତ୍ମହତ୍ୟା କରିବା ଘଟଣା ଆଲୋଡନ ସୃଷ୍ଟି କରିଥିଲା। ଏସମ୍ପର୍କରେ ସରପଞ୍ଚ ହେମ୍ବ୍ରମଙ୍କୁ ପଚାରିବାରୁ ଲୋକେ ତାଙ୍କୁ ଅଟକ ରଖିବା ଘଟଣାକୁ ସ୍ବୀକାର କରିଥିବା ବେଳେ ଲୋକଙ୍କ ଅଭିଯୋଗରେ ସମ୍ପୂର୍ଣ୍ଣ ସତ୍ୟତା ନ ଥିବା କହିଛନ୍ତି।
Posted inHome Left, ଆମ ଜିଲା ଖବର, ମୟୂରଭଞ୍ଜ View All
ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….
ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…
ପାଟ୍ରୋଲିଂ ବେଳେ କାର୍ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍-ଖଣ୍ଡା ଜବତ…
ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…
ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….
ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ…
ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍, ୩ରେ ସିଧାସଳଖ ନେତା ଚୟନ!
ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…
କଳାହାଣ୍ଡିରେ କଲେଜ ନିର୍ବାଚନ ନ ହେଉଣୁ ଉତ୍ତେଜନା: ପୋଷ୍ଟର ଚିରାକୁ ନେଇ ଜାତୀୟ ରାଜପଥରେ ଏବିଭିପିର ବିକ୍ଷୋଭ, ଥାନାରେ…
ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ)-କଲେଜ ନିର୍ବାଚନ ତାରିଖ ନିକଟତର ହେଉଥିବା ବେଳେ କଳାହାଣ୍ଡି ଜିଲାରେ କ୍ୟାମ୍ପସ ରାଜନୀତି ସରଗରମ ହେବାରେ ଲାଗିଛି। ବୁଧବାର ଅପରାହ୍ନରେ ଭବାନୀପାଟଣା କଲେଜ ଛକ…
ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…
କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…
କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…
କନ୍ୟା ସଶକ୍ତୀକରଣର ବାର୍ତ୍ତା: ଦାରିଙ୍ଗବାଡ଼ିରେ ‘ୟୁଥ୍ କନ୍କ୍ଲେଭ୍’; ସହର ପରିକ୍ରମା କଲା ବିଶାଳ ଶୋଭାଯାତ୍ରା
ଦାରିଙ୍ଗବାଡି, ୭।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଡଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ମଙ୍ଗଳବାର ବ୍ଲକ୍ ସ୍ତରୀୟ ୟୁଥ୍ କନ୍କ୍ଲେଭ୍ ତଥା…

