Posted inଫୁରସତ

୯୯୦ ଲକ୍ଷ ବର୍ଷ ତଳ ଡାଇନୋସର ପକ୍ଷୀର ଅବଶେଷାଂଶ ମିଳିଲା: ଓଜନ ୨ ଗ୍ରାମରୁ କମ୍‌

ବେଜିଂ,୧୩ା୩: ମିଆଁମାରରେ ବିଶ୍ୱର ସବୁଠୁ ଛୋଟ ଡାଇନୋସରର ଅବଶେଷାଂଶ ମିଳିଛି। ଏହା ଏକ ଆମ୍ବର(ପାରଦର୍ଶୀ ପଥର)ରେ ସୁରକ୍ଷିତ ଭାବେ ମିଳିଛି। ଗଛ କୋରଡ଼ରେ ମୁଣ୍ଡ କଟି ଏହାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାର ମୁଣ୍ଡର କିଛି ଅଂଶ ବର୍ତ୍ତମାନ ସୁରକ୍ଷିତ ରହିଛି। ଏହା ପ୍ରାୟ ୯୯୦ ଲକ୍ଷ ବର୍ଷ ପୁରୁଣା ବୋଲି କୁହାଯାଉଛି। ଗବେଷକମାନେ ଏହାର ନାଁ ‘ଅକ୍ୟୁଲୁଡେଣ୍ଟାଭିସ୍‌ ଖୋଙ୍ଗ୍ରେରାଏ’ ରଖାଯାଇଛି। ଏହି ଜୀବର ଓଜନ ବର୍ତ୍ତମାନ ୨ ଗ୍ରାମରୁ ବି କମ୍‌ ହେବ। ଏପରିକି ଏହାର ଓଜନ ହମିଂବାର୍ଡଠାରୁ ମଧ୍ୟ କମ୍‌ ଥିଲା। ଏହା ପରାଗକୋଣକୁ ଛାଡ଼ି କୀଟ-ପତଙ୍ଗକୁ ନିଜର ଶିକାର କରିଥାଏ।
ଏହାକୁ ଚିହ୍ନଟ କରିଥିବା ଗବେଷକ କୁହନ୍ତି, ଏହି ପକ୍ଷୀକୁ ଦେଖିଲେ ଲାଗୁଛି ଯେମିତି କାଲି ଏହାର ମୃତ୍ୟୁ ଘଟିଛି। ଏକ ଚତୁର୍ଥାଂଶ ଇଞ୍ଚ ଅବଶେଷର ଆକାର ଜାମୁକୋଳିଠାରୁ ମଧ୍ୟ ଛୋଟ। ଏହି ଆଧାରରେ ଗବେଷକମାନେ କମ୍ପ୍ୟୁଟର ସହିତ ଡାଇନୋସରର ସମ୍ପୂର୍ଣ୍ଣ ଗଠନ କରିଛନ୍ତି। ଅବଶିଷ୍ଟ ଅଂଶରେ ପ୍ରାୟ ୧୦୦ଟି ଦାନ୍ତ ରହିଛି। ଏହା ଦେଖିବାକୁ କରତ ସଦୃଶ।
ଚାଇନିଜ୍‌ ଏକାଡେମୀ ଅଫ୍‌ ସାଇନ୍ସର ଜୀବାଶ୍ମ ବୈଜ୍ଞାନିକ ଜିଙ୍ଗମା ଓକ୍‌ନୋର କହିଛନ୍ତି, ଏହା ବର୍ତ୍ତମାନ ଉଡ଼ିଯିବା ପରି ଦେଖାଯାଉଛି। ଏହା ପୂର୍ବରୁ ଏମିତି ପକ୍ଷୀ କେବେ ଦେଖି ନ ଥିଲି। ଏହି ପକ୍ଷୀର ଦାନ୍ତ ଥିବା ବେଳେ ଆଜିର ପକ୍ଷୀମାନଙ୍କର ଦାନ୍ତ ନାହିଁ। ଲସ୍‌ ଏଞ୍ଜେଲ୍‌ସ କାଉଣ୍ଟି ନ୍ୟାଚୁରାଲ ହିଷ୍ଟ୍ରି ମ୍ୟୁଜିୟମ୍‌ର ଲାର୍ସ ସ୍ମିଜ୍‌ କୁହନ୍ତି, ଏହା ଏକ ବିରଳ ଏବଂ ଛୋଟ ପକ୍ଷୀ।


Enter your email to get our daily news in your inbox.

All Right Reserved By Dharitri.Com

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ କଲେ ବିଜୟ, ୨୦ ମିନିଟରେ କଲେ…..

ନୂଆଦିଲ୍ଲୀ,୨୭।୫: ଜୋସେଫ ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରିଥିଲେ। ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହା ତାମିଲନାଡୁରେ…

ପତ୍ନୀଙ୍କୁ ହତ୍ୟା, ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ ରାୟଗଡା ଏଡିଜେ

ଗୁଣପୁର,୨୭।୫( ସୁଜାତା ପାଢ଼ୀ ): ଘରୋଇ କନ୍ଦଳ ପରେ ପତ୍ନୀଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ବିଚାରଣା କରି ରାୟଗଡା ଏଡିଜେ ଅଳ୍ପନା ସ୍ବାଇଁ ଅଭିଯୁକ୍ତ…

ସାର୍ଟିଫିକେଟ ପାଇଁ ଯାଉଥିବା ବେଳେ ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଚନ୍ଦନଙ୍କ ଜୀବନ

ଗଜପତି,୨୭।୫(ଗିରିଧାରୀ ପରିଛା) : ଚାଉଳ ବୋଝେଇ ଟ୍ରକ ସହ ମୁହାଁମୁହିଁ ଧକ୍କା ହେଲା ବାଇକ । ଦୁର୍ଘଟଣାରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଚାଳକ ଆହତ…

୨ ମାସରୁ ଊର୍ଦ୍ଧ୍ୱ ହେବ ଭତ୍ତା ପାଇନାହାନ୍ତି ହିତାଧିକାରୀ, ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡିଓଙ୍କୁ କଲେ ଗୁହାରି

ଥୁଆମୂଳ ରାମପୁର,୨୭ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସାମାଜିକ ସୁରକ୍ଷା ଯୋଜନାରେ ଭତ୍ତା ପାଉଥିବା ହିତାଧିକାରୀମାନେ ଚରମ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ୨ ମାସରୁ…

ମର୍ମନ୍ତୁଦ ଦୁର୍ଘଟଣା; କାମସାରି ଘରକୁ ଫେରୁଥିବା ବେଳେ ଓଲଟିଲା ପିକଅପ୍ ଭ୍ୟାନ, ୨…

ରାଜନଗର, ୨୭ା୫ (ଭାସ୍କର ରାଉତରାୟ): ରାଜନଗର ବ୍ଲକ ରାଜନଗର ଗୁପ୍ତି ମୁଖ୍ୟ ରାସ୍ତାର ହାତୀନା ଗ୍ରାମ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଦୁଇ…

ରାଜ୍ ପ୍ରସାଦ ରାୟଗଡ଼ାର ନୂଆ ଏସ୍ପି; ଦାୟିତ୍ବ ଗ୍ରହଣ କରୁକରୁ କହିଦେଲେ ଏହି କଥା, ଛାନିଆ…

ଗୁଣପୁର,୨୭।୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାର ନୂତନ ଏସପି ଭାବେ ରାଜ୍ ପ୍ରସାଦ ବୁଧବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି । ପୂର୍ବତନ ଏସପି ସ୍ୱାତି ଏସ କୁମାରଙ୍କ ଠାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri