୮୦ ହଜାର ପର୍ଯ୍ୟନ୍ତ ଶସ୍ତା ହେବ ଇଲେକ୍ଟ୍ରିକ ଯାନ

ନୂଆଦିଲ୍ଲୀ,୨୮-୭: ପେଟ୍ରୋଲ ଓ ଡିଜେଲ ଗାଡ଼ି ଯୋଗୁ ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଲାଗି କେନ୍ଦ୍ର ସରକାର ଏବେ ଇଲେକ୍ଟ୍ରିକ ଯାନ ପ୍ରଚଳନ ଉପରେ ଜୋର୍‌ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଏସ୍‌ଟି କାଉନସିଲ୍‌ ଶନିବାର ଇ-ଯାନ ଉପରେ ଆଦାୟ ହେଉଥିବା ଜିଏସ୍‌ଟିକୁ ହ୍ରାସ କରିଛନ୍ତି। ଏଣିକି ଇଲେକ୍ଟ୍ରିକ ଗାଡି ଉପରେ ୧୨ ବଦଳରେ ୫% ଜିଏସ୍‌ଟି ନିଆଯିବ। ସେହିଭଳି ଇ-ଯାନରେ ବ୍ୟବହୃତ ଚାର୍ଜର ଉପରେ ଜିଏସ୍‌ଟିକୁ ୧୮ରୁ ୫%କୁ ହ୍ରାସ କରାଯାଇଛି। ନୂଆ ହାର ଅଗଷ୍ଟ ପହିଲାରୁ କାର୍ଯ୍ୟକାରୀ ହେବ। ଏହାଦ୍ୱାରା ଇଲେକ୍ଟ୍ରିକ ଗାଡ଼ି କିଣିବା ପ୍ରାୟ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହେବ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି କାଉନସିଲ୍‌ର ୩୬ତମ ବୈଠକ ବସି ଉକ୍ତ ନିଷ୍ପତ୍ତି ନିଆଯାଇଛି। ଏଥିରେ ରାଜ୍ୟଗୁଡ଼ିକର ଅର୍ଥମନ୍ତ୍ରୀମାନେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଅଂଶଗ୍ରହଣ କରିଥିଲେ। ବୈଠକର ନିଷ୍ପତ୍ତି ଅନୁଯାୟୀ ୧୨ ସିଟ୍‌ ଥିବା ଇଲେକ୍ଟ୍ରିକ ବସ୍‌କୁ ଭଡ଼ାରେ ନେଉଥିବା ସ୍ଥାନୀୟ ଅଧିକାରୀଙ୍କୁ ଜିଏସ୍‌ଟି ଛାଡ଼ ସୁବିଧା ମିଳିବ। ବିଶେଷଜ୍ଞଙ୍କ କହିବାନୁଯାୟୀ, ଜଣେ ବ୍ୟକ୍ତି ୧୦ ଲକ୍ଷ ଟଙ୍କା ମୂଲ୍ୟର ଇଲେକ୍ଟ୍ରିକ କାର୍‌ କିଣିଲେ ଅଗଷ୍ଟ ପହିଲା ପରେ ୭ ପ୍ରତିଶତ କମ୍‌ ମୂଲ୍ୟରେ ତାଙ୍କୁ ଗାଡି ମିଳିଯିବ। ଅର୍ଥାତ୍‌ ସେ ୭୦ ହଜାର ଟଙ୍କା ଶସ୍ତାରେ ଗାଡ଼ି କିଣିବେ। ସେହିପରି ୧ ଲକ୍ଷ ଟଙ୍କା ମୂଲ୍ୟର ଗାଡ଼ି ଉପରେ ୭ ହଜାର ଟଙ୍କା କମ ଖର୍ଚ୍ଚ କରିବାକୁ ହେବ। ଅନୁରୂପ ଭାବେ ଚାର୍ଜର ମୂଲ୍ୟ ଉପରେ ଜିଏସ୍‌ଟି ୧୮ରୁ ୫%କୁ ହ୍ରାସ ପାଇବା ଫଳରେ ଏହାର ଦର ମଧ୍ୟ ଯଥେଷ୍ଟ ହ୍ରାସ ପାଇବ।
ଦେଶରେ ପେଟ୍ରୋଲ ଓ ଡିଜେଲ ଯାନ ଚଳାଚଳକୁ କମ୍‌ କରି ଇଲେକ୍ଟ୍ରିକ ଯାନ ପ୍ରଚଳନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଚାଲିଛନ୍ତି। ଦେଶରେ ଇ-ଯାନ ନେଇ ସରକାରଙ୍କ ସ୍ପଷ୍ଟ ନୀତି ନ ଥିବା କାରଣରୁ ଗାଡ଼ି ନିର୍ମାତାମାନେ ଏ କ୍ଷେତ୍ରରେ ନିବେଶ ପାଇଁ ଆଗେଇ ଆସୁନାହାନ୍ତି। ସେହିପରି ବିଦେଶରେ ପୂର୍ବରୁ ଇ-ଯାନ ନିର୍ମାଣ କରୁଥିବା କମ୍ପାନୀଗୁଡ଼ିକ ନୀତି ଅସ୍ପଷ୍ଟ ଯୋଗୁ ଭାରତରେ ପ୍ରବେଶ କରିବାକୁ ରାଜି ହେଉନାହାନ୍ତି। ଇଲେକ୍ଟ୍ରିକ ଗାଡ଼ି ନିର୍ମାତା ଜିଏସ୍‌ଟି ହାର ହ୍ରାସ କରିବା ଲାଗି ଦୀର୍ଘଦିନ ହେବ ଦାବି କରିଆସୁଛନ୍ତି। ତେବେ ଦେଶରେ ଇଲେକ୍ଟ୍ରିକ ଯାନ ପ୍ରଚଳନ ନେଇ ନୀତି ଆୟୋଗ ସିଇଓ ଅମିତାଭ କାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ପର୍ଯ୍ୟାୟକ୍ରମେ ଦେଶରେ ଇ-ଯାନ ପ୍ରଚଳନ ପାଇଁ ପ୍ରସ୍ତାବ ଦେଇଛନ୍ତି। ଇ-ଯାନ ଓ ବ୍ୟାଟେରି କାରଖାନା ନିର୍ମାଣ ନେଇ ଆୟୋଗ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ତଦନୁଯାୟୀ, ୨୦୨୩ ସୁଦ୍ଧା କେବଳ ଇଲେକ୍ଟ୍ରିକ ଥ୍ରି ହ୍ବିଲର ଓ ୨୦୨୫ ସୁଦ୍ଧା କେବଳ ଟୁ-ହ୍ବିଲର ଗାଡ଼ି(୧୫୦ସିସିରୁ କମ୍‌ କ୍ଷମତାଯୁକ୍ତ) ବିକ୍ରି କରାଯିବାର ବ୍ୟବସ୍ଥା ହେବ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଇ-ଯାନ କ୍ରୟକୁ ପ୍ରୋତ୍ସାହିତ କରିବାକୁ ଯାଇ ବଜେଟରେ କେତେକ ପ୍ରସ୍ତାବ ଦେଇଛନ୍ତି। ଇଲେକ୍ଟ୍ରିକ ଗାଡ଼ି କିଣିବା ଲାଗି ନିଆଯାଇଥିବା ଋଣ ଉପରେ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଆୟକର ଛାଡ଼ ମିଳିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ତାଙ୍କ ବଜେଟ ଭାଷଣରେ ଉଲ୍ଲେଖ କରିସାରିଛନ୍ତି। ସେହିପରି ଇଲେକ୍ଟ୍ରିକ ଗାଡ଼ି ଓ ବ୍ୟାଟେରି ଉପରେ ମଧ୍ୟ ସହାୟତା ଘୋଷଣା କରାଯାଇଛଇ। ଫେମ୍‌-୨ ଯୋଜନା(ଫାଷ୍ଟର ଆଡପ୍ସନ ଆଣ୍ଡ ମ୍ୟାନୁଫାକ୍‌ଚରିଂ ଅଫ୍‌ ହାଇବ୍ରିଡ ଆଣ୍ଡ ଇଲେକ୍ଟ୍ରିକ ଭେହିକିଲ୍ସ) ଅଧୀନରେ ଏହି ରିହାତି ମିଳିବ।
ଇ-ଯାନ ନିର୍ମାତାଙ୍କ ସ୍ବାଗତ
ଜିଏସ୍‌ଟି କାଉନସିଲ୍‌ ଇଲେକ୍ଟ୍ରିକ ଯାନ ଓ ଚାର୍ଜର ଉପରେ ଜିଏସ୍‌ଟି ହାରକୁ ୫%କୁ ହ୍ରାସ କରିବାକୁ ଶନିବାର ନିଷ୍ପତ୍ତି ନେଇଛନ୍ତି। ଏହାକୁ ସୋସାଇଟି ଅଫ୍‌ ମ୍ୟାନୁଫାକ୍‌ଚରର୍ସ ଅଫ୍‌ ଇଲେକ୍ଟ୍ରିକ ଭେହିକିଲ୍ସ(ଏସ୍‌ଏମ୍‌ଇଭି) ସ୍ବାଗତ କରିଛି। ସରକାର ପରିବେଶ ସହାୟକ ଚଳାଚଳକୁ ପ୍ରୋତ୍ସାହନ ଦେଉଥିବା ଏହି ନିଷ୍ପତ୍ତିରୁ ପ୍ରମାଣ ମିଳୁଥିବା ଏହାର ମହାନିର୍ଦ୍ଦେଶକ ସୋହିନ୍ଦର ଗିଲ୍‌ କହିଛନ୍ତି। ଏହାଦ୍ୱାରା ଇ-ଯାନ ଏବଂ ପେଟ୍ରୋଲ ଓ ଡିଜେଲ ଗାଡ଼ି ମୂଲ୍ୟ ତାରତମ୍ୟ କମିବ। ଫଳରେ ଲୋକେ ଇଲେକ୍ଟ୍ରିକ ଗାଡ଼ି କିଣିବାକୁ ଆଗ୍ରହୀ ହେବେ। ସେ କହିଛନ୍ତି ଯେ, ସରକାରଙ୍କ ଫେମ୍‌-୨ ଯୋଜନା ନିରୁତ୍ସାହଜନକ ଥିବା ବେଳେ ଜିଏସ୍‌ଟି ହ୍ରାସ ଉତ୍ସାହଜନକ ହୋଇଛି। ଏବେ ବ୍ୟାଟେରି ଉପରେ ୧୮% ଜିଏସ୍‌ଟି ଆଦାୟ ହେଉଛି। ଏହି ହାର କମିବା ଅପେକ୍ଷାରେ ରହିଛୁ ବୋଲି ଗିଲ୍‌ କହିଛନ୍ତି। ସେ କହିଛନ୍ତି ଯେ, କାଉନସିଲ୍‌ର ନିଷ୍ପତ୍ତି ଯୋଗୁ ଇ-ଯାନ ପରିଚାଳନା ଖର୍ଚ୍ଚ ଅନେକାଂଶରେ କମିବ। ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଏମ୍‌ଡି ତଥା ସିଇଓ ଏସ୍‌.ଏସ୍‌.କିମ୍‌ କହିଛନ୍ତି ଯେ, ଜିଏସ୍‌ଟି ହ୍ରାସ ଯୋଗୁ ଇଲେକ୍ଟ୍ରିକ ଗାଡ଼ିର ଇକୋସିଷ୍ଟମ ତିଆରି କରିବାରେ ସହାୟତା ମିଳିବ। ସେହିପରି ଇ-ଗାଡି କିଣିବା ଲାଗି କ୍ରେତାଙ୍କ ମଧ୍ୟରେ ଭରସା ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟବସ୍ଥାଗତ ବିଫଳତା

ଦୃଢ଼ ରାଜନୈତିକ କୌଶଳ ଆପଣାଉଥିବା ସରକାରମାନେ ସାଧାରଣତଃ କଠୋର ଆଇନ ଆଣି ସେସବୁକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀକରି ସଙ୍କଟର ମୁକାବିଲା କରିଥାନ୍ତି। ଏଭଳି ସ୍ଥିତିରେ ବେଳେବେଳେ ପ୍ରଯୁକ୍ତି…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଅମରପାଲିରେ +୨ କଲେଜ ପ୍ରତିଷ୍ଠା ଦାବି: ୪୦ରୁ ଅଧିକ ଗ୍ରାମର ଛାତ୍ରୀଛାତ୍ର ହେବେ ଉପକୃତ

ଅମରପାଲି,୧ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳ ଅମରପାଲିରେ ଏକ +୨ କଲେଜ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ଜୋରଦାର ହେଉଛି। ଏହି…

ସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା, ତେଜିଲା ଅସନ୍ତୋଷ

ବରଗଡ଼,୧।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଥିବା ରାଣାପ୍ରତାପ ହାଇସ୍କୁଲ ପଡ଼ିଆରେ ମନ୍ଦିର ନିର୍ମାଣ ମସୁଧା ଚାଲଛି। ଏଭଳି ଅଭିଯୋଗ କରି ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକ, ଅଭିଭାବକ…

ଗଜପତି ଝିଅ ସ୍ବାଗତିକାଙ୍କୁ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ ସମ୍ମାନ: ଛୁଟୁଛି ଶୁଭେଚ୍ଛାର ସୁଅ

ପାରଳାଖେମୁଣ୍ଡି,୧ା୮(ଗିରିଧାରୀ ପରିଚ୍ଛା):ଗଜପତି ଜିଲାର ଝିଅ ସ୍ବାଗତିକା ପାଣିଗ୍ରାହୀ ଜିଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଆନ୍ତର୍ଜାତିକ ସ୍ତରରେ ‘ମିସେସ୍‌ ଏସିଆ ୱାଲର୍‌ଡ-୨୦୨୬’ରେ ସ୍ବାଗତିକା ସଫଳତା ସାଉଁଟିଛନ୍ତି।…

ମହାନଦୀରେ ବଡ଼ ବନ୍ୟା ସ୍ଥିତି: ଆଜି ଆକାଶମାର୍ଗରୁ ସ୍ଥିତି ପରଖିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ରବିନାରାୟଣ ଜେନା)/ ସମ୍ବଲପୁର,(ପ୍ରମୋଦ ବହିଦାର) ୧।୮: ରାଜ୍ୟରେ ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ବନ୍ୟା ଏବେ ଭୟଙ୍କର ରୂପ ନେଉଛି। କେଉଁଠି ଘରଦ୍ୱାର ଧୋଇ ନେଉଛି…

ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ଜୟପୁର,୧ା୮(ପବନ ପାଣିଗ୍ରାହୀ): ସ୍କୁଲରୁ ମଧ୍ୟାହ୍ନ ଭୋଜନ ଛୁଟିରେ ଘରକୁ ଖାଇବାକୁ ଯିବା ବେଳେ ଶୁକ୍ରବାର ୨ ଅଣ ଛାତ୍ରଙ୍କ ଛୁରାମାଡ଼ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ…

ଅବପାତ ଦୁର୍ବଳ: ପୁଣି ବଢିବ ବର୍ଷାର ପରିମାଣ, ଘଡ଼ଘଡ଼ି ବିଜୁଳି ସହିତ…

ଭୁବନେଶ୍ୱର,୧ା୮(ବନ୍ଦନା ସେଠୀ):ରାଜ୍ୟରୁ ଅବପାତର ଭୟ ଦୂରେଇ ଥିବାବେଳେ ବର୍ଷାର ପରିମାଣ ବି କମିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ସୂଚନା ଅନୁଯାୟୀ, ପଶ୍ଚିମ ବିଦର୍ଭ ଓ ସଂଲଗ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri