୭୭ତମ ଅଗଷ୍ଟ କ୍ରାନ୍ତି ଦିବସ ଏବଂ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଉତ୍ସବ:ମୁକ୍ତି ସଂଗ୍ରାମରେ ଓଡ଼ିଶାର ବଳିଷ୍ଠ ଭୂମିକା ଥିଲା

ଭୁବନେଶ୍ୱର,୧୦ା୮(ବ୍ୟୁରୋ): ମୁକ୍ତି ସଂଗ୍ରାମରେ ଓଡ଼ିଶାର ଭୂମିକା ଯଥେଷ୍ଟ ଥିଲା। ଓଡ଼ିଶାର ବରପୁତ୍ରମାନେ ନିଜ ତ୍ୟାଗ ଓ ବଳିଦାନ ପାଇଁ ଚିରକାଳ ମନେରହିବେ। ସେହି ମହାନ ବରପୁତ୍ରମାନଙ୍କ ଜୀବନକୁ ଅନୁଶୀଳନ କରି ବର୍ତ୍ତମାନର ପିଢ଼ି ନିଜର ଚେତାନକୁ ଜାଗ୍ରତ କରିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୭୭ତମ ଅଗଷ୍ଟ କ୍ରାନ୍ତି ଦିବସ ଏବଂ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟ ଅଭିଲେଖାଗାର ପରିସରରେ ଆୟୋଜିତ ଉସତ୍ବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ସ୍ବାଧୀନତା ସଂଗ୍ରାମୀଙ୍କ ଅସୀମ ଦେଶଭକ୍ତି ଓ ବଳିଦାନକୁ ସ୍ମରଣ କରିଥିଲେ। କ୍ରାନ୍ତିର ଅର୍ଥ ରକ୍ତପାତ ନୁହେଁ। ଏହାର ଅର୍ଥ ପରିବର୍ତ୍ତନ। ମହାଭାରତରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଜୀବନରେ କ୍ରାନ୍ତି ଆଣିଥିଲେ। ସେହିପରି ଛତ୍ରପତି ଶିବାଜୀଙ୍କ ଜୀବନରେ ତାଙ୍କ ଗୁରୁ ସ୍ବାମୀ ରାମଦାସ ନିଜର ଶିକ୍ଷା ଦ୍ୱାରା କ୍ରାନ୍ତି ଜାଗ୍ରତ କରାଇଥିଲେ। ବିଂଶ ଶତାବ୍ଦୀରେ ମହାମତ୍ା ଗାନ୍ଧୀ ସତ୍ୟାଗ୍ରହ ଓ ଅହିଂସା ମାର୍ଗ ଜରିଆରେ ଭାରତମାତାକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବାକୁ ଦେଶବାସୀଙ୍କ ମଧ୍ୟରେ କ୍ରାନ୍ତିର ଚେତନା ଜାଗ୍ରତ କରାଇଥିଲେ। ଗାନ୍ଧିଜୀଙ୍କ ନେତୃତ୍ୱରେ ୧୯୪୨ ଅଗଷ୍ଟ ୯ ତାରିଖରେ ଆରମ୍ଭ ହୋଇଥିବା ‘ଭାରତ ଛାଡ଼ ଆନ୍ଦୋଳନ’ ଭାରତର ମୁକ୍ତି ସଂଗ୍ରାମରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଥିଲେ।
ଉସତ୍ବରେ ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ କହିଥିଲେ, ଓଡ଼ିଶା ଗସ୍ତ ସମୟରେ ଗାନ୍ଧିଜୀ ଏଠାକାର ଦାରିଦ୍ର୍ୟକୁ ଦେଖି ବିଚଳିତ ହୋଇଥିଲେ। ଗରିବ ଓ ଅବହେଳିତଙ୍କୁ ସାହାଯ୍ୟ କରିବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ଗାନ୍ଧିଜୀ ଗସ୍ତ କରିଥିବା ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଏକ ସର୍କିଟ୍‌ରେ ପରିଣତ କରି ଏହାର ଉନ୍ନତୀକରଣ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଥିବା ମନ୍ତ୍ରୀ କହିଥିଲେ। ବିଭାଗୀୟ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଭାରତ ଛାଡ଼ ଆନ୍ଦୋଳନର ଇତିହାସ ସମ୍ପର୍କରେ ଆଲୋକପାତ କରି ଏହି ଆନ୍ଦୋଳନରୁ ବ୍ରିଟିଶ୍‌ ସାମାଜ୍ର୍ୟବାଦ ବିଲୋପର ବୀଜ ସ୍ଥାପିତ ହୋଇଥିଲା ବୋଲି କହିଥିଲେ। ଓଡ଼ିଶା ଡାକ ସର୍କଲର ମହାଡାକପାଳ ସନ୍ତୋଷ କୁମାର କାମିଲା କାର୍ଯ୍ୟକ୍ରମରେ ଯୋଗଦେଇ ଡାକ ବିଭାଗ ପକ୍ଷରୁ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଏବଂ ଗାନ୍ଧିଜୀଙ୍କ ଓଡ଼ିଶା ଗସ୍ତକୁ ନେଇ ଡାକଟିକେଟ ଓ ଫଟୋ ପ୍ରଦର୍ଶନୀ ଆୟୋଜନ କରୁଥିବା କହିଥିଲେ। ଏହି ଅବସରରେ ରାଜ୍ୟପାଳ ୩ବର୍ଷୀୟାନ ସ୍ବାଧୀନତା ସଂଗ୍ରାମୀ ତଥା ଭଦ୍ରକ ଜିଲାର ରାମହରି ଗୋସ୍ବାମୀ ଓ ଶ୍ୟାମସୁନ୍ଦର ବେହେରା ଏବଂ ସମ୍ବଲପୁର ଜିଲାର ଦେବାନନ୍ଦ ଗୁପ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଡାକ ବିଭାଗ ପକ୍ଷରୁ ପ୍ରକାଶିତ ସ୍ବତନ୍ତ୍ର ଲଫାପା ଉନ୍ମୋଚନ କରିବା ସହ ରାଜ୍ୟ ଅଭିଲେଖାଗାରର ସୋସିଆଲ ମିଡ଼ିଆ ଦୃଶ୍ୟ ଶ୍ରାବ୍ୟ ଅଭିଲେଖାକୁ ଲୋକାପର୍ଣ କରିଥିଲେ। ବିଭାଗୀୟ ନିର୍ଦ୍ଦେଶକ ବିଜୟ କୁମାର ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ଯୁଗ୍ମ ସଚିବ ସଂଘମିତ୍ରା ଶତପଥୀ ଏବଂ ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ ମଞ୍ଚାସୀନ ଥିଲେ। ଗାନ୍ଧିଜୀ, ଓଡ଼ିଶା ଓ ଭାରତଛାଡ଼ ଆନ୍ଦୋଳନକୁ ନେଇ ଆୟୋଜିତ ଫଟୋ ଓ ଡାକଟିକେଟ ପ୍ରଦର୍ଶନୀକୁ ରାଜ୍ୟପାଳ ବୁଲି ଦେଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?