୭ ବର୍ଷର ରାକେଶଙ୍କ ଦୁଇ କିଡ୍‌ନୀ ନଷ୍ଟ: ଚିକିତ୍ସା ସହାୟତା ଲୋଡ଼ିଲା ପରିବାର

ଭୁବନ, ୨୧।୬(ଡି.ଏନ.ଏ.)-ଜୀବନ କ’ଣ ଜାଣିବା ଆଗରୁ ଦାରୁଣ ହୋଇଛି ସମୟ। ମାତ୍ର ୭ବର୍ଷ ବୟସରେ ଉଭୟ କିଡ୍‌ନୀ ହରାଇଛନ୍ତି ଅବୋଧ ଶିଶୁ ରାକେଶ। ଦୀର୍ଘ ୫ବର୍ଷ ହେଲା ରୋଗ କଲବଲ କରୁଥିବାବେଳେ ଖର୍ଚ୍ଚ ହେଲାଣି ୫ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ଚିକିତ୍ସାରେ ଆହୁରି ୬ଲକ୍ଷ ଖର୍ଚ୍ଚ ହେବ ବୋଲି ଜଣାପଡ଼ିବା ପରେ ମା’ବାପାଙ୍କ ମୁଣ୍ଡରେ ଛିଣ୍ଡି ପଡ଼ିଛି ଦୁଃଖର ପାହାଡ଼। ପୁଅର ଚିକିତ୍ସାରେ ସର୍ବସ୍ବାନ୍ତ ହୋଇପଡ଼ିଥିବା ଲକ୍ଷ୍ମୀଧର ବେହେରା ଏବେ ଅନାଇଛନ୍ତି ସହୃଦୟ ବ୍ୟକ୍ତିଙ୍କ ସହାୟତାକୁ।
ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତର ଅସୁରବନ୍ଧ ପାଟଣା ଗ୍ରାମରେ ରୁହନ୍ତି ଲକ୍ଷ୍ମୀଧର। ପରିବାର କହିଲେ ସ୍ତ୍ରୀ, ଦୁଇ ପୁଅ। ବଡ଼ପୁଅ ରାଜେଶ ୬ଷ୍ଠ ଶ୍ରେଣୀରେ ପଢୁଥିବାବେଳେ ରାକେଶ ୨ୟ ଶ୍ରେଣୀର ଛାତ୍ର। ଲକ୍ଷ୍ମୀଧରଙ୍କ କହିବା କଥା, ରାକେଶ ୨ବର୍ଷର ହୋଇଥିବାବେଳେ ହଠାତ୍‌ ତାଙ୍କ ମୁହଁ, ଗୋଡ଼ହାତ ଫୁଲିବା ଆରମ୍ଭ କଲା। ସ୍ଥାନୀୟ ଡାକ୍ତରଖାନାରେ ପ୍ରଥମେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା। ରୋଗ ଜଣା ନ ପଡ଼ିବାରୁ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରବର୍ତ୍ତୀ ସମୟରେ କଟକ ଶିଶୁଭବନରେ ରାକେଶଙ୍କୁ ଭର୍ତ୍ତି କରାଯାଇଥିଲା। ୨୦୧୯ ଜୁନ୍‌ ୧୭ରେ ତାଙ୍କର ଦୁଇଟି ଯାକ କିଡ୍‌ନୀ ନଷ୍ଟ ହୋଇଯାଇଥିବା ଜଣାପଡ଼ିଥିଲା। ଶିଶୁ ଭବନରେ ଚିକିତ୍ସାଧୀନ ଥିବାବେଳେ ସେଠାକାର ଡାକ୍ତର ପୁଅର କିଡ୍‌ନୀ ଆଂଶିକ ନଷ୍ଟ ହୋଇଥିବା କହିଥିଲେ। ପୁଅର ଆରୋଗ୍ୟ କାମନା କରି ଜିଲା ପ୍ରଶାସନ ଏବଂ ସମ୍ପର୍କୀୟଙ୍କଠାରୁ ଧାରଉଧାର କରି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିସାରିଥିଲେ। ତେବେ ରାକେଶଙ୍କ ଉଭୟ କିଡ୍‌ନୀ ନଷ୍ଟ ହୋଇଯାଇଥିବା ନିକଟରେ ଶିଶୁଭବନର ଡାକ୍ତର ସ୍ପଷ୍ଟ କରିବା ପରେ ଏବେ ପାଦତଳୁ ମାଟି ଖସିଯାଇଥିବା ଲକ୍ଷ୍ମୀଧର କହିଛନ୍ତି। ପୁଅ କିପରି ଭଲ ହେବ ଏବେ ସେହି ଚିନ୍ତା ଘାରିଛି। ସବୁଆଡୁ ନିରାଶ ହେବାପରେ ଏବେ ଠାକୁରଙ୍କ ଭରସାରେ ଅଛନ୍ତି ଲକ୍ଷ୍ମୀଧର ଏବଂ ତାଙ୍କ ସ୍ତ୍ରୀ। ପୁଅକୁ ପ୍ରତିଦିନ ମନ୍ଦିର ଦର୍ଶନ କରାଇ ଜୀବନ ଭିକ୍ଷା ମାଗୁଛନ୍ତି। ଯଦି କୌଣସି ସହାୟତା ବ୍ୟକ୍ତି ସହାୟତାର ହାତ ବଢ଼ାନ୍ତି ତେବେ ରାକେଶଙ୍କ ଜୀବନ ବଞ୍ଚତ୍ୟିବ ବୋଲି ଲକ୍ଷ୍ମୀଧର କହିଛନ୍ତି। ତାଙ୍କୁ ସହାୟତା ଦେବାକୁ ମୋବାଇଲ ନଂ ୮୦୧୮୧୬୩୫୨୪ରେ ଯୋଗାଯୋଗ କରିବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri