୭ ଟ୍ରେଲର ଡ୍ରାଇଭରଙ୍କ ଲାଇସେନ୍ସ ବାତିଲ୍‌

ବାରିପଦା ଅଫିସ,୨୫ା୧- ଅତ୍ୟଧିକ ମାଲ୍‌ ପରିବହନ କରୁଥିବା ୭ ଭାରିଯାନ (ଟ୍ରେଲର) ଡ୍ରାଇଭରଙ୍କ ଲାଇସେନ୍ସ ୩ ମାସ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଏହି ଟ୍ରେଲରଗୁଡିକରୁ ୫ ଲକ୍ଷ ୫୫୦ ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି। ମୟୂରଭଞ୍ଜ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ସୂଚନା ଅନୁଯାୟୀ, ବିଭାଗର ଏମଭିଆଇ ଶିଶିର କୁମାର ସାହୁ ଓ ଜୁନିୟର ଏମଭିଆଇ ଦେବଦାସ ପାଇକରାୟଙ୍କ ନେତୃତ୍ୱରେ ଏକ ଟିମ୍‌ ବାରିପଦାର ଦରଖୁଲି ନିକଟରେ ତାମିଲନାଡୁର ତ୍ରୀଚି ଅଞ୍ଚଳରୁ ଝାଡଖଣ୍ଡର ରାମଗଡ ଅଭିମୁଖେ ଯାଉଥିବା ୭ଟି ଟ୍ରେଲରକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଏହି ଟ୍ରେଲରଗୁଡିକରେ ଧାର୍ଯ୍ୟଠାରୁ ଅତ୍ୟଧିକ ମାଲ୍‌ ପରିବହନ ହେଉଥିବା ଜଣା ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟୋଲ୍ ଗେଟ୍ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ବାପ-ପୁଅ: ପେଟରୁ ବାହାରି ପଡ଼ିଲା ଅନ୍ତବୁଜୁଳା, ଉଭୟ…

ବୈଶିଙ୍ଗା, ୧୮।୭ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପଦ୍ମନାଭପୁର ଟୋଲ୍ ଗେଟ୍‌ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଗାଡ଼ି…

ରାସ୍ତା ଜଳମଗ୍ନ ଯୋଗୁ ଉତ୍ତେଜନା: ଯୁଗପୁରା ବଜାରଠାରେ ଟାୟାର ଜାଳି ରାସ୍ତାରୋକ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ

ବୈଶିଙ୍ଗା, ୧୮।୭ (ରତନ ଦାଶ): ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ଶନିବାର ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା…

ରଥଯାତ୍ରାରେ ଅଘଟଣ, ଖେଳୁଥିବା ବେଳେ ଗାଡିଆରେ ବୁଡ଼ି ୩ବର୍ଷ ଶିଶୁର ମୃତ୍ୟୁ

ବୈଶିଙ୍ଗା,୧୬।୭(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମରେ ଗୁରୁବାର ପବିତ୍ର ରଥଯାତ୍ରା ଉପଲକ୍ଷେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିବା…

କବାଟ ବନ୍ଦ କରି ୪ ବର୍ଷର ପୁଅକୁ ହତ୍ୟା କଲେ ବାପା, ମା’ ଆଖିରୁ ଶୁଖୁନି ଲୁହ, କହିଲେ ତାଙ୍କ ସ୍ବାମୀ…

ଉଦଳା,୧୬ା୭(ସନ୍ତୋଷ କୁମାର ବାଛିନି): ବାପା ସାଜିଲେ ଜହ୍ଲାଦ। ଦୁନିଆ କ’ଣ ଜାଣି ନ ଥିବା ୪ ବର୍ଷର ଜନ୍ମ କଲା ପୁଅକୁ କଟୁରିରେ ହାଣି ହତ୍ୟା କଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri