Posted inଫୁରସତ

୬ ବର୍ଷ ପ୍ରେମ ପରେ ବିମାନକୁ ବିବାହ କରିବେ ଯୁବତୀ

ବର୍ଲିନ୍‌: ସାଧାରଣତଃ ଝିଅଟିର ବିବାହ ଏକ ପୁଅ ସହ ହୋଇଥାଏ। ମାତ୍ର କେବେ ଶୁଣିଛନ୍ତି କି ଜଣେ ଝିଇର ବିବାହ ନିର୍ଜୀବ ବସ୍ତୁ ତଥା ଏକ ବିମାନ ସହ ହୋଇଥାଏ ବୋଲି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏପରି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ଜର୍ମାନୀର ରାଜଧାନୀ ବର୍ଲିନ୍‌ଠାରେ। ଏଠାକାର ଜଣେ ୩୦ ବର୍ଷୀୟା ଯୁବତୀ ମାର୍ଚ୍ଚରେ ଏକ ବିମାନକୁ ବିବାହ କରିବେ। ମିଶେଲ କୋବକେ ନାମ୍ନୀ ଯୁବତୀ ଜଣକ ଆମ୍‌ଷ୍ଟରଡାମ୍‌ରେ ଉଇଙ୍ଗ୍‌ ବିମାନ ୭୩୭-୮୦୦କୁ ବିବାହ କରିବେ।

୬ ବର୍ଷ ଧରି ସଂପୃକ୍ତ ବିମାନକୁ ପ୍ରେମ କରିବା ପରେ ତା’ ସହ ମାର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହେବେ। ଏଥିପାଇଁ ମିଶେଲ ବହୁ ଖୁସି ବ୍ୟକ୍ତ କରିଛନ୍ତି। ସେ ପ୍ରଥମେ ଉଇଙ୍ଗ୍‌ ବିମାନକୁ ବ୍ରିଟେନ୍‌ର ଟେଗେଲ ବିମାନବନ୍ଦରରେ ଦେଖିଥିଲେ। ଏହାପରଠାରୁ ସେ ବିମାନ ପ୍ରେମରେ ପଡ଼ିଯାଇଥିଲେ। ଏପରିକି ରାତିରେ ଖେଳନା ବିମାନକୁ ପାଖରେ ରଖି ଶୋଇଥାନ୍ତି। ପେସାରେ ମିଶେଲ ଜଣେ ସେଲ୍‌ସମ୍ୟାନ୍‌। ଅଧିକାଂଶ ସମୟ ମିଶେଲ ବିମାନରେ ଯାତ୍ରା କରିଥା’ନ୍ତି। ତେଣୁ ସେ କୁହନ୍ତି, ଯେଉଁଆଡ଼େ ଯିବାର ଥାଏ ତାଙ୍କ ବିମାନ ପ୍ରେମିକଙ୍କୁ ଦେଖିଥାନ୍ତି। ମିଶେଲ କୁହନ୍ତି, ଏହି ବିବାହରେ ତାଙ୍କ ପରିବାରର କୌଣସି ଆପତ୍ତି ନାହିଁ। କାରଣ ସେ ଉଇଙ୍ଗ୍‌ ବିମାନକୁ ଖୁବ୍‌ ଭଲ ପାଆନ୍ତି। ଏକ ସାକ୍ଷାତ୍‌କାରରେ କହିଛନ୍ତି, ପୂର୍ବରୁ ସେ ଜଣେ ଯୁବକଙ୍କୁ ଭଲ ପାଉଥିଲେ। ମାତ୍ର ଯୁବକ ଜଣକ ତାଙ୍କୁ ଧୋକ୍କା ଦେବାରୁ ଏଥିରେ ସେ ଭାଙ୍ଗି ପଡ଼ିଥିଲେ। ତେଣୁ ସେହିଦିନରୁ ନିଷ୍ପତ୍ତି ନେଇଥିଲେ, ଯଦି ପ୍ରେମ କରିବେ ଆଉ ବିବାହ କରିବେ କେବଳ ନିର୍ଜୀବ ବସ୍ତୁକୁ। ସେ କୁହନ୍ତି, ଅନେକ ବିମାନ ଅଛି ମାତ୍ର ମୋ’ ଉଇଙ୍ଗ୍‌ ବିମାନ ସବୁଠୁ ସୁନ୍ଦର।

https://www.instagram.com/p/B7y-9ewI3Ev/?utm_source=ig_web_copy_link


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରୋନ୍‌ ଯୋଗେ ପାକ୍‌ ଏଜେଣ୍ଟଙ୍କ ପାଖକୁ ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦ା୫: ପାକିସ୍ତାନ ସହ ସମ୍ପୃକ୍ତ ଥିବା ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଶୁକ୍ରବାର ୪ ରାଜ୍ୟର ୧୨ଟି ସ୍ଥାନରେ ଚଢ଼ାଉ କରିଛି। ଭାରତର…

ଭିଡ଼ ନିୟନ୍ତ୍ରଣ ପାଇଁ ବିଭିନ୍ନ ଟ୍ରେନ୍‌ରେ ଅସ୍ଥାୟୀ ଭାବେ କୋଚ୍‌ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର, ୩୦।୫ (ବନ୍ଦନା ସେଠୀ): ଯାତ୍ରୀମାନଙ୍କୁ ଆରାମଦାୟକ ଭ୍ରମଣ ସୁବିଧା ଯୋଗାଇଦେବା ଏବଂ ବଢୁଥିବା ଯାତ୍ରୀ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ କେତେକ…

ପ୍ରଧାନମନ୍ତ୍ରୀ ଏନ୍‌ଇଇଟି ପୁନଃ ପରୀକ୍ଷା ତଦାରଖ କରୁଛନ୍ତି

ନୂଆଦିଲ୍ଲୀ,୩୦ା୫: ଡାକ୍ତରୀ ଶିକ୍ଷା ଲାଗି ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜିରେ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ସୁପ୍ରିମକୋର୍ଟ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି। ବାସ୍ତବ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ନ ହେବା…

ରାଜସ୍ଥାନକୁ ହରାଇ ଫାଇନାଲ୍‌ରେ ଗୁଜରାଟ, ମେ’ ୩୧ରେ RCB ସହ ମହାମୁକାବିଲା

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍ ୨୦୨୬ର ଦ୍ୱିତୀୟ କ୍ୱାଲିଫାୟର୍‌ରେ ଗୁଜରାଟ ଟାଇଟନ୍ସ (GT) ଚମତ୍କାର ପ୍ରଦର୍ଶନ କରି ରାଜସ୍ଥାନ ରୟାଲ୍ସ (RR) କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହି…

ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଛତୁଆରେ ପୋକ ସାଲୁବାଲୁ, ବରଗଡ଼ ଜିଲାପାଳଙ୍କୁ ଫେରାଦ ହେଲେ…

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ପୌରାଞ୍ଚଳରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ପୌରାଞ୍ଚଳ ଅଧିନ ବିଭିନ୍ନ ୱାର୍ଡ଼ର ମହିଳାମାନେ ବରଗଡ଼…

ବଡବନ୍ଧ ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୈତିକ ଛକାପଞ୍ଝା: ନିର୍ବାହୀ ଅଧିକାରୀଙ୍କୁ …

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପୋଖରୀରୁ  ପଙ୍କ ଉଦ୍ଧାର…

ଚଳନ୍ତା କୋଇଲା ଟ୍ରେନରେ ନିଆଁ

କେସିଙ୍ଗା, ୨୯।୫ (ତୁମେଶ୍ୱର ସାହୁ): କୋଇଲା ବୋଝେଇ ଏକ ମାଲଗାଡ଼ି ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଟ୍ରେନଟି ବିଶାଖାପଟ୍ଟଣମରୁ କେସିଙ୍ଗା ହୋଇ ଭିଳାଇ ଅଭିମୁଖେ ଯାଉଥିବା…

ସଫଳତା ଦିଗରେ ଗଞ୍ଜାମରେ ଲକ୍ଷ୍ୟ ନିକେତନ: ଓପିଏସସିରେ କୃତିତ୍ୱ ଅର୍ଜନ କରିଥିବା ଭଞ୍ଜନଗର ଉପଖଣ୍ଡର ୪ଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର, ୨୯/୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ପ୍ରୟାସରେ ଜିଲ୍ଲାର ଯୁବତୀ-ଯୁବକମାନଙ୍କୁ ୟୁପିଏସସି ଓ ଓପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri