୫୦ ହଜାର ଚାଷୀ ବିକି ପାରିଲେନି ଧାନ

ଛତ୍ରପୁର,୨୬।୫(ଡି.ଏନ.ଏ)-ଗଞ୍ଜାମ ଜିଲାର ଚାଷୀମାନଙ୍କଠାରୁ ଖରିଫ୍‌ ଧାନ କିଣା ପ୍ରକ୍ରିୟା ଗତ ଫେବୃୟାରୀ ୨୮ ତାରିଖ ପରଠାରୁ ବନ୍ଦ ହୋଯାଇଛି। ଫଳରେ ବହୁ ଚାଷୀ ସେମାନଙ୍କ ଧାନ ବିକି ପାରି ନ ଥିବା ଜଣାପଡିଛି ା ଅପରପକ୍ଷରେ ଗଞ୍ଜାମ ଜିଲାରେ ଧାନ କିଣା ଅବଧିରେ ଆଉ ବୃଦ୍ଧି କରାଯିବନି ବୋଲି ସୂଚନା ମିଳିଛି। ରବି ଧାନ କିଣା ପ୍ରକ୍ରିୟା ଆରମ୍ଭ କରାଯିବ ା ପୂର୍ବରୁ ଖରିଫ୍‌ ଧାନ କିଣା ପ୍ରକ୍ରିୟା ବନ୍ଦ ହୋଇଯାଇଥିବା ବେଳେ ଏ ସମ୍ପକରେ କାଗଜପତ୍ର ପ୍ରସ୍ତୁତ ଚାଲିଥିଲା ା ଏହି କାର୍ଯ୍ୟ ତୁରନ୍ତ ସାରି ଏହା ଉପରେ ରିପୋର୍ଟ ପଠାଇବାକୁ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ପକ୍ଷରୁ ଗଞ୍ଜାମ ଜିଲା ସିଏସଓଙ୍କୁ ନିର୍ଦ୍ଦେଶନାମା ଆସିଛି। ଆଉ ଧାନ କିଣା ଅବଧି ବୃଦ୍ଧି ହେବନି ବୋଲି ଉକ୍ତ ନିର୍ଦ୍ଦେଶନାମାରୁ ଏହା ସ୍ପଷ୍ଟ ହୋଇଛି। ଧାନ କିଣା ଅବଧି ବୃଦ୍ଧି କରି ବିକି ପାରି ନ ଥିବା ଚାଷୀଙ୍କଠାରୁ ଧାନ କିଣା ଆରମ୍ଭ କରିବାକୁ ଅନୁମତି ଦେବାକୁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏପ୍ରିଲ୨୩ ତାରିଖରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନରଙ୍କୁ ଚିଠି ଲେଖିଥିଲେ ା ଅପରପକ୍ଷରେ ଜିଲାପାଳ ଚିଠି ପଠାଇବା ପୂର୍ବରୁ ଋଷିକୁଲ୍ୟା ରୟତ ମହାସଭାର ଏକ ପ୍ରତିନିଧିଦଳ ମଧ୍ୟ ରାଜ୍ୟ ଯୋଗାଣ ବିଭାଗର କମିଶନର ଓ ସମବାୟ ବିଭାଗ ସଚିବଙ୍କୁ ଭେଟି ପୁଣି ବିକି ପାରି ନ ଥିବା ଚାଷୀମାନଙ୍କଠାରୁ ଧାନ କିଣା ଆରମ୍ଭ କରିବାକୁ ସ୍ମାରକପତ୍ର ପ୍ରଦାନ କରିଥିଲେ ା ସେହିପରି ଏହାପରେ ମଧ୍ୟ ମହାସଭାର ଏକ ପ୍ରତିନିଧିଦଳ ଛତ୍ରପୁରରେ ଜିଲାପାଳଙ୍କୁ ଭେଟି ଏ ସମ୍ପର୍କରେ ଜଣାଇଥିଲେ ା ଏପରିକି ଧାନ କିଣା ଆରମ୍ଭ କରିବା ଦାବି ନେଇ ମହାସଭା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ମଧ୍ୟ ଦିଆଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଚଳିତବର୍ଷ ଚାଷୀମାନଙ୍କଠାରୁ ୩୯ ଲକ୍ଷ ୩୪ ହଜାର ୩୨୮ କୁଇଣ୍ଟାଲ ଧାନ କିଣିବାକୁ ସରକାର ଗଞ୍ଜାମ ଜିଲା ପାଇଁ ଟାର୍ଗେଟ ଦେଇଥିଲେ। ଅପରପକ୍ଷରେ ଚାଷୀମାନଙ୍କଠାରୁ ୩୭ ଲକ୍ଷ ୨ ହଜାର ୭୧୧ କୁଇଣ୍ଟାଲ ଧାନ କିଣାଯାଇଥିଲା ା ଖରିଫ ଧାନ ବିକିବାକୁ ଜିଲାର ୧ ଲକ୍ଷ ୨୮ ହଜାର ୭୯୫ ଚାଷୀ ଅନ୍‌ଲାଇନ୍‌ରେ ପଞ୍ଜୀକୃତ ହୋଇଥିଲେ ା ଅପରପକ୍ଷରେ ଜିଲାର ଆହୁରି ୫୦ ହଜାରରୁ ଊର୍ଦ୍ଧ୍ୱ ଚାଷୀ ଧାନ ବିକିପାରି ନ ଥିବା ମହାସଭା ପକ୍ଷରୁ ଅଭିଯୋଗ ହୋଇଛି ା ଗତ ବର୍ଷ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଧାନ କିଣା ଅବଧିକୁ ବୃଦ୍ଧି କରାଯାଇଥିବା ବେଳେ ଚଳିତ ବର୍ଷ ଫେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ଧାନ କିଣାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?