ପରାଜୟକୁ ସହଜରେ ଗ୍ରହଣ କରିପାରୁନି ଭାଜପା

ଭଞ୍ଜନଗର,୨୬।୫(ଡି.ଏନ.ଏ.)-ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ଭାଜପା ଜିତିବ ବୋଲି ଦଳର ଅଧିକାଂଶ ନେତା ଓ କର୍ମୀ ନିଶ୍ଚିତ ଥିଲେ। ଏନେଇ ଦଳୀୟ ନେତା ଓ କର୍ମୀମାନେ ମତଦାନ ପରଠୁ ଦମ୍ଭୋକ୍ତି ପ୍ରକାଶ କରିଆସୁଥିଲେ। ନିର୍ବାଚନରେ ଦଳର ପରାଜୟ ନେଇ କର୍ମୀମାନେ ବହୁତ ହତୋତ୍ସାହିତ ହେବାସହ ପରାଜୟକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି। ଗ୍ରାମାଞ୍ଚଳରେ ବର୍ତ୍ତମାନ ଭାଜପା କର୍ମୀମାନେ ଗଁା ଦାଣ୍ଡରେ ବସି ପରାଜୟ କାହିଁକି ହେଲେ, କେଉଁଠି କେତେ ଭୋଟ ମିଳିଛି ସେନେଇ ତର୍ଜମା ଚଳାଇଛନ୍ତି। ଆଉ କେତେଜଣ ଆରଥରକୁ ଦେଖିବା ବୋଲି କହୁଛନ୍ତି। ଭାଜପା ନେତାମାନେ ଏହି ନିର୍ବାଚନରେ ବିଜୟ ପାଇଁ ପ୍ରାଣପଣେ ଚେଷ୍ଠା କରିଥିଲେ। କିନ୍ତୁ ପୁରୁଖା ନେତା ତଥା ବିଜେଡି ପ୍ରାର୍ଥୀ ବିକ୍ରମ କେଶରୀ ଆରୁଖଙ୍କ ଗୋଟି ଚାଳନା ଭାଜପାର ସ୍ବପ୍ନକୁ ଧୂଳିସାତ୍‌ କରିଦେଇଛି।
କିନ୍ତୁ ଏହି ନିର୍ବାଚନରେ ବିଜେଡିର ଭୋଟ ବିଜୟ ବ୍ୟବଧାନ ଗତ ନିର୍ବାଚନ ତୁଳନାରେ କମିବାକୁ ନେଇ ଦଳକୁ ମଧ୍ୟ ଧକ୍କା ଲାଗିଛି। ଦଳର ନେତାମାନେ ଆତ୍ମସମୀକ୍ଷା କରୁଛନ୍ତି କେଉଁ କାରଣରୁ ଭୋଟ କମିଲା। ଏଥିସହ ତ୍ରୁଟିକୁ ସୁଧାରି ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ନିର୍ବାଚନକୁ କିଭଳି ମୁକାବିଲା କରାଯିବ ସେନେଇ ଯୋଜନା ପ୍ରସ୍ତୁତ ଲକ୍ଷ୍ୟରେ ଅଛନ୍ତି। କଂଗ୍ରେସ ନେତା ପ୍ରାର୍ଥୀପତ୍ର ଦାଖଲ ଆରମ୍ଭରୁ ହିଁ ଦୁର୍ବଳ ସ୍ଥିତିରେ ଥିଲେ। ଦଳୀୟ ଗୋଷ୍ଠୀ କନ୍ଦଳ ଓ ଦଳଛାଡି ଅନେକ ନେତା ଭାଜପାକୁ ଚାଲିଯିବା ଯୋଗୁ ଦଳର ବିପର୍ଯ୍ୟୟ ହୋଇଛି। ଆଉ କେତେଜଣ ନେତା ଦଳର ବିଭିନ୍ନ ପଦ ପଦବୀରେ ଥାଇ ମଧ୍ୟ ଖୋଲାଖୋଲି ଭାବେ ଅନ୍ୟ ଦଳର ନେତାଙ୍କୁ ସମର୍ଥନ କରିଥିଲେ। ଏହିଭଳି ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ହାଇକମାଣ୍ଡଙ୍କ ନିକଟରେ ଦାବୀ କରିଥିବା ଜଣାପଡିଛି। ସେହିଭଳି ପ୍ରାର୍ଥୀ ନରସିଂହ ଗୌଡ, ପୁର୍ଣ୍ଣଚନ୍ଦ୍ର ପ୍ରଧାନ, ବିରେନ୍ଦ୍ର ଗୌଡ ମଧ୍ୟ କାହିଁକି ବହୁତ କମ୍‌ ଭୋଟ ପାଇଲେ ସେନେଇ ସମୀକ୍ଷା କରୁଛନ୍ତି। ଚଳିତ ନିର୍ବାଚନରେ ନୋଟାରେ ୧୪୪୧ ଜଣ ଭୋଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri