Posted inଫୁରସତ

୫ ଶହ ବର୍ଷ ତଳର ଭୟଙ୍କର ଖେଳ: ଘୋଡ଼ାର ଶୁଦ୍ଧିକରଣ ପାଇଁ ନିଆଁରେ ପ୍ରବେଶ କରନ୍ତି ଘୋଡ଼ା ସବାର

ମାଦ୍ରିଦ୍‌: ପୃଥିବୀର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। ସ୍ପେନ୍‌ରେ ଘୋଡ଼ାର ଶୁଦ୍ଧିକରଣ ପାଇଁ ଏକ ଭୟଙ୍କର ଖେଳ ହୋଇଥାଏ। ଗତ ୫ ଶହ ବର୍ଷ ଧରି ଏଠାରେ ଏହା ଜାରି ରହିଛି। ସ୍ଥାନୀୟ ସେନ୍‌ ବାର୍ଟୋଲୋମ ଡେ ଲୋସ୍‌ ପିନରେସ୍‌ ଗାଁରେ ଆୟୋଜିତ ଲ୍ୟୁମିନିରେସ୍‌ ଉତ୍ସବରେ ଏଭଳି ଖେଳ ଅନୁଷ୍ଠିତ ହୋଇଥାଏ। ଏହି ଗାଁର ଜନ ସଂଖ୍ୟା ୬ରୁ ୭ ଶହ ମଧ୍ୟରେ। ଏହି ଉତ୍ସବ ଅବସରରେ ଘୋଡ଼ାର ଶୁଦ୍ଧିକରଣ ପାଇଁ ଘୋଡ଼ା ସବାରଙ୍କୁ ଜଳନ୍ତା ନିଆଁ ମଧ୍ୟରେ ପ୍ରବେଶ କରିବାକୁ ପଡ଼ିଥାଏ। ଧୂଆଁ ଏବଂ ନିଆଁ ଧାସରେ ଘୋଡ଼ା ସୁସ୍ଥ ରହିବା ସହିତ ଅଧିକ ଦିନ ବଞ୍ଚି ରହିଥାଏ ବୋଲି ଗାଁ ଲୋକେ କୁହନ୍ତି। ଗାଁରେ ବାସ କରୁଥିବା ସନ୍ଥ ଆନ୍ଥୋନୀଙ୍କ ସ୍ମୃତିରେ ପ୍ରତିବର୍ଷ ଜାନୁୟାରୀରେ ଏହା ପାଳିତ ହୋଇଥାଏ। ତେବେ ନିଆଁରେ ପ୍ରବେଶ କରିବା ଦ୍ୱାରା ଘୋଡ଼ା ଶରୀରରେ ଫୋଟକା ହେଉଥିବାରୁ ଏବେ ଏହି ଉତ୍ସବକୁ ପଶୁପ୍ରେମୀମାନେ ବିରୋଧ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

ଭାମା-କାମାଚିଙ୍କ ନିବିଡ଼ ବନ୍ଧୁତ୍ୱର ହୃଦୟସ୍ପର୍ଶୀ କାହାଣୀ, ୫୫ ବର୍ଷ ଧରି…

ଚେନ୍ନାଇ: ତାମିଲନାଡୁ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁପ୍ରିୟା ସାହୁ ନିଜ ଏକ୍ସ’ ଆକାଉଣ୍ଟରେ ୨ ହାତୀଙ୍କ...

ନିଜ ଛୁଆଙ୍କୁ ନିଜେ ମାରି ଖାଇଯାଏ ଠେକୁଆ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଠେକୁଆ ଦେଖିବାକୁ ବେଶ ସୁନ୍ଦର। ଅନେକ ଏହାକୁ ଘରେ ପାଳିବାକୁ ପସନ୍ଦ କରନ୍ତି। ହେଲେ ଏହି ପଶୁ ସହିତ ଜଡ଼ିତ ଏକ ଚକିତ କଲାଭଳି କଥା...

ଶୀତଦିନେ ବି ଟକଟକ ହୋଇ ଫୁଟେ ଏହି ନଦୀର ପାଣି, ବୈଜ୍ଞାନିକ ବି ଚକିତ

ସାଧାରଣତଃ ନଦୀର ପାଣି ଥଣ୍ଡା ଥାଏ। ହେଲେ ଦୁନିଆର ଏଭଳି ଏକ ନିଆରା ନଦୀ ରହିଛି ଯାହାର ପାଣି ସର୍ବଦା ଟକଟକ୍‌ ହୋଇ ଫୁଟୁଥାଏ। କେବଳ...

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri