୪ରୁ ଟ୍ରେନିଂ ଆରମ୍ଭ କରିବେ ଲା ଲିଗା ଖେଳାଳି

ମାଡ୍ରିଡ,୨୯।୪ (ଏଏଫ୍‌ପି): ବିଶ୍ୱରେ କରୋନା ମହାମାରୀର ଆତଙ୍କ ଜାରି ରହିଥିଲେ ମଧ୍ୟ ସ୍ପେନ୍‌ର ଆଥଲେଟମାନେ ଆସନ୍ତା ୪ ତାରିଖରୁ ସେମାନଙ୍କର ଟ୍ରେନିଂ ଆରମ୍ଭ କରିପାରିବେ। ଏ ନେଇ ପୂର୍ବରୁ ସରକାର ଘୋଷଣା କରି ସାରିଛନ୍ତି। ଜଣଶୁଣା ସ୍ପାନିଶ ଫୁଟବଲ ଲିଗ୍‌ ଲା ଲିଗାର ଖେଳାଳିଙ୍କ ସହିତ ସବୁ ପେସାଦାର ଆଥଲେଟ୍‌ ସେମାନଙ୍କର ପ୍ରଶିକ୍ଷଣ ଆରମ୍ଭ କରିବେ। କରୋନା ଭାଇରସ କାରଣରୁ ମାର୍ଚ୍ଚ ୧୨ ତାରିଖରୁ ସ୍ପେନ ବିମାନସେବାକୁ ବନ୍ଦ ରଖିଛି।
ଦେଶରେ ୪ଟି ପର୍ଯ୍ୟାୟରେ ଲକ୍‌ଡାଉନ୍‌ ନିୟମକୁ ଉଠାଯିବ। ତେବେ ଏହା ପୂର୍ବରୁ ଖେଳାଳିଙ୍କୁ ଟ୍ରେନିଂ ସୁଯୋଗ ଦେବା ହେଉଛି ଏ ନେଇ ପ୍ରଥମ ପଦକ୍ଷେପ ବୋଲି ସ୍ପେନ୍‌ ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍‌ କହିଛନ୍ତି। ସରକାରଙ୍କ ତରଫରୁ ଘୋଷଣା ହେବା ପରେ ଲିଗ୍‌ର କ୍ଲବ୍‌ଗୁଡିକ ସେମାନଙ୍କ ଦଳର ସଦସ୍ୟମାନଙ୍କ ସହ ବ୍ୟକ୍ତିଗତ ଟ୍ରେନିଂ ସେସନ ଆରମ୍ଭ କରିବେ। ଏ ସଂକ୍ରାନ୍ତରେ ସ୍ପାନିଶ ଫୁଟବଲ ଫେଡେରେଶନ ଓ ଲା ଲିଗା ମଧ୍ୟରେ ବୁଝାମଣା ହୋଇଥିଲା। ତେବେ ଟ୍ରେନିଂକୁ ଫେରିବା ପୂର୍ବରୁ ଖେଳାଳିମାନଙ୍କୁ ସ୍କ୍ରିନିଂ ଟେଷ୍ଟ ଦେବାକୁ ହେବ ବୋଲି କୁହାଯାଇଛି। ଖେଳାଳିମାନେ ଫେରିବା ପୂର୍ବରୁ କ୍ଲବ୍‌ଗୁଡିକ ସବୁପ୍ରକାର ପ୍ରସ୍ତୁତି କରିସାରିଥିବେ। ଏକ ସମୟରେ ଅତିବେଶିରେ ୬ ଜଣ ଖେଳାଳି ପିଚ୍‌ରେ ରହିବେ ବୋଲି ସ୍ପଷ୍ଟ କରାଯାଇଛି। କୋଭିଡ-୧୯ ମହାମାରୀ କାରଣରୁ ସ୍ପେନ୍‌ରେ ୨୪, ୦୦୦ ଲୋକ ପ୍ରାଣ ହରାଇଛନ୍ତି। ମୃତ୍ୟୁର ହାର ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ସ୍ପେନ୍‌ ଆମେରିକା ଓ ଇଟାଲୀ ପଛକୁ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

CWG 2026: ଇତିହାସ ରଚିଲେ ଭାରତର ଅସ୍ମିତା ଦେ’, ଜୁଡୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ, ୩୧।୭: କମନୱେଲ୍ଡ ଗେମ୍ସ (ରାଜ୍ୟମଣ୍ଡଳ କ୍ରୀଡ଼ା) ଇତିହାସରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଭାରତର ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ୪୮…

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଅଶାଳୀନ ମନ୍ତବ୍ୟ, ଥାନାରେ ଅଭିଯୋଗ

ହାଟଡିହୀ,୩୧।୭(ଶୁଭକାନ୍ତ ନାୟକ):ରାଜ୍ୟରେ ଭାଜପା ସରକାର ଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ଏପରି…

ଶନିବାର ଭଦ୍ରକ ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ, ୩୧।୭: ଜିଲାରେ ଦେଖାଦେଇଥିବା ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଶନିବାର ଭଦ୍ରକ ଜିଲାର ସମସ୍ତ ସ୍କୁଲ…

କାଲି ଘଣ୍ଟାରେ ୧୦ଟା ବାଜିବ ହେଲେ ସେ ଆଉ ସ୍କୁଲ ଯିବେନି: ଶିକ୍ଷକଙ୍କୁ ଝୁରୁଛି…

ହାଟଡିହୀ, ୩୧/୭ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲର ଆଦର୍ଶ ଶିକ୍ଷକ ପଦ୍ମନାଭ ପଣ୍ଡାଙ୍କୁ ବିଦ୍ୟାଳୟ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ…

ଭୁବନେଶ୍ୱର: ହାଇଟେକ୍ ଛକ ନିକଟ କୁଆଖାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି

ଭୁବନେଶ୍ୱର, ୩୧ା୭: ରାଜଧାନୀ ଭୁବନେଶ୍ୱରର ହାଇଟେକ୍ ଛକ ନିକଟସ୍ଥ କୁଆଖାଇ ନଦୀକୁ ଜଣେ ମହିଳା ଡେଇଁ ପଡ଼ିଥିବା ଘଟଣା ସାମ୍ନାକୁ ଆସିଛି। ମହିଳାଜଣଙ୍କ ନଦୀକୁ ଡେଇଁବା ପରେ…

ପୋଲିସ ଫାଣ୍ଡି କୋଠା ଅଧାପନ୍ତରିଆ

ରିଷିଡା,୩୧ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲାର ବହୁ ପୁରାତନ ରିଷିଡ଼ା ପୋଲିସ ଫାଣ୍ଡି ପ୍ରତିଷ୍ଠାପରଠୁ ଅଦ୍ୟାବଧି ଖପର ଓ ଆଜବେଷ୍ଟସ୍‌ ଘରେ ଚାଲିଆସୁଛି। ବାରମ୍ବାର ଦାବି ପରେ ନୂତନ…

ଉପାନ୍ତରେ ବିକାଶ ବାଟବଣା: ଖଣ୍ଡିଏ ପକ୍କା ରାସ୍ତା ପାଇଁ ଆକୁଳ ନିବେଦନ କରୁଛନ୍ତି ତଳ କନ୍ଦାଗୁଡ଼ା ଗ୍ରାମବାସୀ

ଥୁଆମୂଳ ରାମପୁର, ୩୧।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସିନ୍ଧିପଦର ପଞ୍ଚାୟତ ଅନ୍ତର୍ଗତ ତଳ କନ୍ଦାଗୁଡ଼ା ଗ୍ରାମରେ ସ୍ଵାଧୀନତାର ବହୁ ବର୍ଷ ପରେ ବି…

ଚାଷୀଙ୍କୁ ମିଳୁନି ସାର, ବଢୁଛି କଳାବଜାର

ଧରାକୋଟ,୩୧ା୭(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଦୀର୍ଘଦିନ ପରେ ଧରାକୋଟ ଅଞ୍ଚଳରେ ଭଲ ବର୍ଷା ହୋଇଥିବାରୁ ଚାଷୀ ଚାଷକାର୍ଯ୍ୟ ଆଗେଇ ନେଉଛନ୍ତି। ତେବେ ଚାଷରେ ପ୍ରୟୋଗ ପାଇଁ ଆବଶ୍ୟକ ପରିମାଣର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri