୪ ପିଲାଙ୍କ ଭାଗ୍ୟ ଜେଜେମା’ ଜେଜେଙ୍କ କାନ୍ଧରେ

ରାଜନଗର, ୩ା୨( ଡି.ଏନ.ଏ.):ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ସ୍ବାମୀଙ୍କ ସହ ଜୀବନ କାଟିବା ପାଇଁ ପ୍ରତିଜ୍ଞା କରିଥିବା ସ୍ତ୍ରୀ ସ୍ବାମୀଙ୍କ ମୃତ୍ୟୁ ପରେ ନିଜ ଗର୍ଭରୁ ଜନ୍ମ ଦେଇଥିବା ୪ ପିଲାଙ୍କୁ ପର କରି ଘର ଛାଡି ଚାଲି ଯାଇଛନ୍ତି। କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ଏହି ୪ ପିଲାଙ୍କୁ ସାବାଳକ ହେବାଯାଏ ଦାୟିତ୍ୱ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ରାଜନଗର ଥାନା ଅନ୍ତର୍ଗତ ଚାରିପୋଖରିଆ ଗଁାର ଅମର ବାରିକ ପରିବାର ପ୍ରତିପୋଷଣ ପାଇଁ ସୁଦୂର ହାଇଦ୍ରାବାଦରେ ଦାଦନ ଖଟନ୍ତି। ହାଇଦ୍ରାବାଦରେ ଦାଦନ ଖଟିବା ଭିତରେ ଭଲ ପାଇ ସେ ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ଯୁବତୀଙ୍କୁ ଗଁାକୁ ଆଣି ବିବାହ କରିବା ପରେ ପୁଣି ଯାଇ ହାଇଦ୍ରାବାଦରେ ଦାଦନ ଖଟିଥିଲେ। ଦେଢ ବର୍ଷ ତଳେ ହାଇଦ୍ରାବାଦରେ ଅମରଙ୍କୁ ହତ୍ୟା କରାଗଲା। ଅମରଙ୍କ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ସତ୍ୟଭାମା ଓ ୪ ସନ୍ତାନ ଲକ୍ଷ୍ମୀପ୍ରିୟା (୯), ଦେବୀକା (୭), ଆରତି (୬), ରୁଦ୍ରମୋହନ (୩) ଗଁାକୁ ଆସି ରହିଥିଲେ। ୫ ମାସ ତଳୁ ସତ୍ୟଭାମା ୪ ପିଲାଙ୍କୁ ଛାଡି କେଉଁଆଡେ ପଳାଇଛନ୍ତି। ସେବେଠୁଁ ତାଙ୍କ ଖୋଜ ଖବର ନାହିଁ। ସେ ପିଲାଙ୍କୁ ଛାଡି ତାଙ୍କ ନିଜ ଗଁା ହାଇଦ୍ରାବାଦକୁ ଚାଲି ଯାଇଥିବା କୁହାଯାଉଛି। ଜନ୍ମକଲା ମା’ ୪ ପିଲାଙ୍କୁ ପର କରି କେଉଁଆଡେ ଚାଲିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମା’ ୪ ସନ୍ତାନଙ୍କୁ ଛାଡ଼ି ଚାଲିଯିବା ପରେ ଏତେବଡ ଦୁନିଆରେ ଶିଶୁମାନେ ଆଶା ଓ ଆଶଙ୍କା ଭିତରେ ଦିନ କାଟୁଛନ୍ତି। ପୁଅ ସ୍ବର୍ଗରେ, ପାଖରେ ଥିବା ବୋହୂ ଚାତୁଣୀନାତିଙ୍କୁ ଛାଡି ତା’ବାଟରେ। ଜେଜେବାପା ବ୍ରହ୍ମାନନ୍ଦ ବାରିକ (୬୪) ଓ ଜେଜେମା’ ମୁକ୍ତାମଣି ବାରିକଙ୍କ କାନ୍ଧରେ ୪ ଶିଶୁଙ୍କ ବୋଝ। ଅଭାବ ଅନଟନ ଭିତରେ ବୃଦ୍ଧାବୃଦ୍ଧ ୪ ନାତୁଣୀନାତିଙ୍କୁ କିପରି ଭରଣପୋଷଣ କରିବେ, ଏ ନେଇ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି। ବ୍ରହ୍ମାନନ୍ଦଙ୍କର ଘରଡିହ କି ଜମିବାଡ଼ି କିଛି ନ ଥିବା ବେଳେ ସରକାରୀ ଜାଗାରେ ଚାଳଘର କରି ରହିଛନ୍ତି। ବ୍ରହ୍ମାନନ୍ଦଙ୍କୁ ଭତ୍ତା ମିଳୁ ନ ଥିବା ବେଳେ ଆଜି ଯାଏ ଆବାସ ଗୃହଟିଏ ମିଳିନାହିଁ। ତାଙ୍କର ୩ ପୁଅଙ୍କ ମଧ୍ୟରୁ ଜଣେ ପୁଅ ଅବିବାହିତ ଥିବା ବେଳେ ଆଉ ଜଣେ ପୁଅ ଦିବ୍ୟାଙ୍ଗ, ବଡପୁଅ ଅମର ଆରପାରିରେ। ବୁଢ଼ା ବୟସରେ ବ୍ରହ୍ମାନନ୍ଦ ମୂଲ ଲାଗି ଯାହା ଆଣୁଛନ୍ତି, ନିଜେ ଖାଇବା ସହ ଏହି ୪ ପିଲାଙ୍କ ପେଟରେ ଦାନା ଦେଉଛନ୍ତି। ୪ ପିଲାଙ୍କ ମା’ଙ୍କ ନଁାରେ ରାଶନ କାର୍ଡ ଥିଲେ ମଧ୍ୟ ରିଟେଲର ୭ ମାସ ଧରି ୪ ଶିଶୁଙ୍କୁ ଯୋଗାଣ ସାମଗ୍ରୀ ଦେଇନି। ଗତ ୩ ମାସ ହେଲା ମାସକୁ ୧୦ କେଜି ଚାଉଳ ଦେଉଛି। ଲକ୍ଷ୍ମୀପ୍ରିୟା ଗଁା ସ୍କୁଲରେ ୪ର୍ଥ ଶ୍ରେଣୀରେ ପଢନ୍ତି। ସେ ନିଜେ ପାଠ ପଢିବା ବଦଳରେ ଅନ୍ୟ ଛୋଟ ଛୋଟ ଭଉଣୀଭାଇଙ୍କୁ ପଢାଉଛନ୍ତି। ନିଜେ ଖାଇବା ପୂର୍ବରୁ ୩ ଭଉଣୀଭାଇଙ୍କ ଖାଇବା କଥା ବୁଝିବା ସହ ଗାଧୋଇ ଦେଉଛନ୍ତି। ଏଥିସହ ବେସରକାରୀ ସ୍ତରରେ ସହୟତା ଯୋଗାଇ ଦେବାକୁ ଜେଜେ ବ୍ରହ୍ମାନନ୍ଦ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଶମ ପରୀକ୍ଷାଫଳ, ସାନଖେମୁଣ୍ଡି ବ୍ଲକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଖୋଲଡ଼ି ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ଇସିତା ସାହୁଙ୍କୁ ସମ୍ବର୍ଦ୍ଧିତ…

ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଣୀ ଭାବେ ଦାୟିତ୍ଵ ଗ୍ରହଣ କଲେ ସୁଚିତ୍ରା ପାଣିଗ୍ରାହୀ, କହିଦେଲେ ବଡ଼ କଥା

ଛତ୍ରପୁର,୨୪।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ନୂତନ ଶିକ୍ଷା ଅଧିକାରୀଣୀ (ବି.ଇ.ଓ.) ଭାବେ ସୁଚିତ୍ରା କୁମାରୀ ପାଣିଗ୍ରାହୀ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ୨୦୨୧ ବ୍ୟାଚର…

ଦୁଇ ମାସ ନପୂରୁଣୁ ଭାଙ୍ଗିଲା ଗାଡୱାଲ, ରାସ୍ତା ଦବିବାକୁ ନେଇ ଅସନ୍ତୋଷ ଲୋକେ

ଗଞ୍ଜାମ,୨୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହରର ଅଧିକାଂଶ ୱାର୍ଡ ବା ସାହିରେ ନିର୍ମାଣ ହୋଇଛି ଫେବର ବ୍ଲକ ରାସ୍ତା । ଆଉ କିଛି ସାହିରେ ବର୍ତ୍ତମାନ ମଧ୍ୟ…

ପାକିସ୍ତାନରେ ପଶିଲା ଭାରତୀୟ ବିମାନ! ଇସଲାମାବାଦରେ ହଲଚଲ୍, ଯାତ୍ରୀ…

ଇସଲାମବାଦ,୨୪।୬: ଗତ ସୋମବାର ରାତିରେ, ଦିଲ୍ଲୀରୁ ଅମୃତସର ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ (AI-479) ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତା’ର ନିର୍ଦ୍ଧାରିତ ପଥରୁ ବାହାରି…

ଖାମେନେଇଙ୍କ ଅନ୍ତିମ ସଂସ୍କାର ପାଇଁ ମୋଦିଙ୍କୁ ନିମନ୍ତ୍ରଣ, ଯୋଗଦେବେକି ପ୍ରଧାନମନ୍ତ୍ରୀ?

ତେହରାନ୍‌,୨୪ା୬: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଆମେରିକା-ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିଲେ। ତାଙ୍କର ମୃତ୍ୟୁ ଫେବୃଆରୀ ୨୮ ତାରିଖରେ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାର…

ୟୁକାଲିପଟାସ୍‌ ଚାଷ ନିଷିଦ୍ଧ ପାଇଁ କୋରାପୁଟ ଡିଏଫ୍‌ଓଙ୍କୁ ତଦନ୍ତ ନିର୍ଦ୍ଦେଶ

କୋରାପୁଟ,୨୪ା୬(ଅମିତାଭ ବେହେରା): କୋରାପୁଟର ତଫସିଲଭୁକ୍ତ ଅଞ୍ଚଳରେ ବଢ଼ୁଥିବା ୟୁକାଲିପଟାସ୍‌ ଚାଷକୁ ନେଇ ଉଠିଥିବା ଅଭିଯୋଗ ପ୍ରତି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ଚାଷ ଉପରେ…

ସରକାରଙ୍କ ବଡ଼ ଘୋଷଣା, ପ୍ରତିବର୍ଷ ୫ ଲକ୍ଷ ଶିଶୁଙ୍କୁ ଦେବେ ସୁନା ମୁଦି

ଚେନ୍ନାଇ,୨୪ା୬ : ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱରେ ତାମିଲନାଡୁ ସରକାର ପ୍ରତିଦିନ ନୂଆ ନୂଆ ନିଷ୍ପତ୍ତି ନେଉଛନ୍ତି । ସରକାର ଏବେ ପ୍ରତ୍ୟେକ ନବଜାତ ଶିଶୁକୁ…

ବାସୁଦେବପୁରରେ ହତ୍ୟାକାଣ୍ଡ: ଝିଆରୀଙ୍କୁ ପିଟିପିଟି ମାରିଦେଲେ ଦାଦା, ପୂରା ଘଟଣା ଜାଣିଲେ…

ବାସୁଦେବପୁର,୨୪ା୬(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳର ଭୈରବପୁର ଗ୍ରାମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ଲୁଗା ଶୁଖାଇବା ପାଇଁ ପୋତିଥିବା ବାଉଁଶକୁ ନେଇ ଘଟିଛି ଘଟଣା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri