୪ ଦୋକାନକୁ ସିଲ୍‌ କଲା ପ୍ରଶାସନ

ବୌଦ୍ଧ,୧୨।୪(ସ୍ବ.ପ୍ର):  ସାମାଜିକ ନିୟମ ପାଳନ ନ କରିବା ଅଭିଯୋଗରେ ବୌଦ୍ଧ ସହରର ୪ଟି ଦୋକାନକୁ ସିଲ୍‌ କରାଯାଇଥିବା ବେଳେ ଅନେକ ଦୋକାନୀଙ୍କୁ ଚେତାବନୀ ଦିଆଯାଇଛି। ରବିବାର ଜିଲାପାଳ ଲଲାଟେନ୍ଦୁ ମିଶ୍ର ଓ ସହକାରୀ ଜିଲାପାଳ ଅବିନାଶ ପାଣ୍ଡିଆ ସାଇକେଲ ଯୋଗେ ସହର ବୁଲି ପରିସ୍ଥିତି ଅନୁଧ୍ୟାନ କରିବା ସହିତ ଲୋକଙ୍କୁ ମାସ୍କ ପିନ୍ଧିବା aଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସଚେତନ କରୁଥିବା ଦେଖାଯାଇଥିଲା। ପୋଲିସ ପକ୍ଷରୁ ବିଭିନ୍ନ ଛକ ସ୍ଥାନରେ ଗାଡିଗୁଡିକୁ ଯାଞ୍ଚ କରାଯିବା ସହିତ ପାଟ୍ରୋଲିଂ କଡାକଡି କରାଯାଇଛି। ପ୍ରତ୍ୟେକ ଥାନା ଅଞ୍ଚଳ ପାଇଁ ଜଣେ ଲେଖାଏଁ ଅଧିକାରୀଙ୍କୁ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ କରାଯାଇଥିବା ବେଳେ ଲକଡାଉନ ନିୟମ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଉପଜିଲାପାଳ ଏନ୍‌ସି ଜ୍ୟୋତିରଞ୍ଜନ ନାଏକଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟର କୋଭିଡ-୧୯ ପାଇଁ ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାଶ, ତିନି ବ୍ଲକର ବିଡିଓ, ତହସିଲଦାର ଓ ଅନ୍ୟ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ଜିଲାର ବିଭିନ୍ନ ଅଞ୍ଚଳ ବୁଲି ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲାପାଳ ମିଶ୍ର ନିର୍ଦ୍ଦେଶ ଜାରି କରିଛନ୍ତି । ଲୋକମାନେ ରାଶନ ସାମଗ୍ରୀ, ଫଳ ଓ ପନିପରିବା ସୁବିଧାରେ ଘରେ ପାଇ ପାରିବା ପାଇଁ କିଛି ଦୋକାନୀଙ୍କୁ ପଞ୍ଜୀକୃତ କରାଯାଇ ସେମାନଙ୍କ ମୋବାଇଲ ନମ୍ବର ଜାରି କରାଯାଇଛି। ସାମାଜିକ ଦୂରତା ନିୟମ ପାଳନ ନ କଲେ ପ୍ରଶାସନ ପକ୍ଷରୁ ଆଗକୁ ଆହୁରି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୯୭ ଡଲାର ଡେଇଁଲା ବ୍ରେଣ୍ଟକ୍ରୁଡ୍‌! ଭାରତରେ ପୁଣି ବଢ଼ିବ କି ପେଟ୍ରୋଲ-ଡିଜେଲ ଦର?

ନୂ୍ୟୟର୍କ,୯।୬: ଗତ କିଛି ଦିନ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ୍‌କ୍ରୁଡ୍‌ ମୂଲ୍ୟରେ ହ୍ରାସ ଘଟିବା ସହିତ ଅଶୋଧିତ ତୈଳ ବଜାରରେ ସୃଷ୍ଟି ହୋଇଥିବା ଚାପ ଆପାତତଃ କମିଥିଲା।…

ଟ୍ରମ୍ପ୍‌ଙ୍କ ଲକ୍ଷେ ଡଲାର ଏଚ୍‌-୧ବି ଭିଜା ଦେୟ ବେଆଇନ: କୋର୍ଟ

ଓ୍ବାଶିଂଟନ,୯ା୬:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଅତି କୁଶଳୀ ବିଦେଶୀ କର୍ମଚାରୀଙ୍କ ନିମନ୍ତେ ନୂଆ ଏଚ୍‌-୧ବି ଭିଜା ଦେୟ ୧ ଲକ୍ଷ ଡଲାର ଘୋଷଣା କରିଥିଲେ। ଆମେରିକାର ଏକ…

ଟ୍ରମ୍ପଙ୍କ ସ୍ୱପ୍ନ ଚୂରମାର୍! H-1B ଭିସା ଉପରେ ୧ ଲକ୍ଷ ଡଲାର ଫିସ୍ ନିଷ୍ପତ୍ତିକୁ ରଦ୍ଦ କଲେ US କୋର୍ଟ

ଓ୍ବାଶିଂଟନ,୯।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ H-1B ଭିସା ଫି ସମ୍ପର୍କରେ ଏକ ବଡ଼ ଝଟକା ଲାଗିଛି। ସୋମବାର ଦିନ, ଏକ ଆମେରିକାର କୋର୍ଟ ଟ୍ରମ୍ପ ପ୍ରଶାସନର…

ବଡକୋଦଣ୍ଡାରେ ବ୍ୟାପୁଛି ଜଣ୍ଡିସ: ସ୍ଥିତି ଅନୁଧ୍ୟାନ କଲେ ବିଡିଓ-ତହସିଲଦାର

ଭଞ୍ଜନଗର,୮/୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବଡକୋଦଣ୍ଡାରେ ବିଗତ କିଛି ବର୍ଷ ହେବ ଲଗାତାର ଗ୍ରାମର ଲୋକଙ୍କୁ ଜଣ୍ଡିସ ହେଉଛି। ଏହାଦ୍ୱାରା ଗ୍ରାମର ଶିଶୁଠାରୁ ଆରମ୍ଭ…

୧୦ ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍‌ ମୋହର: ମହିଳାଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୮।୬: ରାଜ୍ୟ କ୍ୟାବିନେଟ୍‌ରେ ସୋମବାର ୧୦ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି। ୫ ବିଭାଗର ୧୦ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ଲୋକସେବା ଭବନର…

ଫେରାର୍‌ ହେବାକୁ ଚେଷ୍ଟା କରୁଥିବାବେଳେ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ, ଜବତ ହେଲା…

ଆନନ୍ଦପୁର/ହାଟଡିହୀ,୮l୬(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ପୋଲିସ ବିଦେଶୀ ମଦ ରଖିବା ଏବଂ ବିକ୍ରି କରିବା ଅଭିଯୋଗରେ ସୋମବାର ପୁରୁଣାଘାଟି ଗ୍ରାମର ସନାତନ ହୋଙ୍କ…

ଇରାନ-ଇସ୍ରାଏଲ ମହାଯୁଦ୍ଧ ଆରମ୍ଭ! ବାଜିଲା ସାଇରନ, ୨୪ ଘଣ୍ଟାରେ ବଦଳିଗଲା ମଧ୍ୟପ୍ରାଚ୍ୟର ଚିତ୍ର

ତେହରାନ, ୮।୬: ପଶ୍ଚିମ ଇରାନରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସମସ୍ତ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି। ସମସ୍ତ ଭାରତୀୟ ନାଗରିକଙ୍କୁ ଯଥାଶୀଘ୍ର ସମ୍ଭବ ଯେକୌଣସି ଉପାୟରେ ଇରାନ ଛାଡ଼ିବାକୁ…

ପ୍ରକଳ୍ପ ନାହିଁ ତ ଜମି ନାହିଁ, କମ୍ପାନୀ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ

ଛତ୍ରପୁର,୮।୬(ଦିଲୀପ ସାମଲ): ମହେନ୍ଦ୍ରମେଳାରେ ଯୋଗଦେଇ ଛତ୍ରପୁର ସର୍କିଟ ହାଉସ ଆସିଥିବାବେଳେ କିଛି କମ୍ପାନୀମାନେ ପ୍ରକଳ୍ପ ପାଇଁ ଜମି ନେଇଥିବା ବେଳେ ତାହା କୌଣସି କାର୍ଯ୍ୟକାରୀ କରୁ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri