Posted inଜାତୀୟ

୩୫ ବର୍ଷ ତଳର କଳା ରବିବାର: ମଝି ଆକାଶରେ ବିମାନ ବିସ୍ଫୋରଣରେ ୩୨୯ ଲୋକଙ୍କ ଘଟିଥିଲା ମୃତ୍ୟୁ

ନୂଆଦିଲ୍ଲୀ, ୨୩।୬: ଆଜିକୁ ୩୫ ବର୍ଷ ତଳେ ଜୁନ୍‌ ୨୩ର କଳା ରବିବାରରେ ମଝି ଆକାଶରେ ବିମାନ ଦୁର୍ଘଟଣାରେ ୩୨୯ ଲୋକଙ୍କ ମୃତ୍ୟୁ ଘଟିଥିଲା। ୩୦୭ ଯାତ୍ରୀ ଏବଂ ୨୨ ଜଣ ବିମାନ କର୍ମଚାରୀଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଘଟଣା ୧୯୮୫ ଜୁନ୍‌ ୨୩ରେ ଘଟିଥିଲା। ସେ ଦିନ ବି ଥିଲା ରବିବାର। ଏୟାର ଇଣ୍ଡିଆର ବିମାନ କନିଷ୍କ-୧୮୨ ଟରୋଣ୍ଟୋରୁ ଉଡ଼ାଣ ଆରମ୍ଭ କରିଥିଲା। ଲଣ୍ଡନ ଦେଇ ଏହା ନୂଆଦିଲ୍ଲୀରେ ପହଞ୍ଚିଥାନ୍ତା। ତେବେ ସକାଳ ହେବା ପୂର୍ବରୁ ୟୁରୋପ ସୀମାରେ ପହଞ୍ଚିବା ପରେ ୩୧ ଫୁଟ ଉଚ୍ଚରେ ମଝି ଆକାଶରେ ବିମାନରେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ଅୟାରଲାଣ୍ଡ ପାଖାପାଖି ଅଞ୍ଚଳରେ ଏପରି ହୋଇଥିଲା। ବିମାନଟିର ଭଗ୍ନାବଶେଷ ଆଟଲାଣ୍ଟିକ୍‌ ସାଗରରେ ପଡ଼ିଥିଲା। ଯାତ୍ରୀଙ୍କ ମଧ୍ୟରୁ ୨୬୮ ଜଣ କାନାଡ଼ାର ଥିବାବେଳେ ୨୭ ଜଣ ଇଂଲଣ୍ଡ, ୧୦ ଆମେରିକାର ଏବଂ ୨ ଜଣ ଭାରତୀୟ ଥିଲେ। ସାଗର ଗର୍ଭରୁ ୧୩୧ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା। ବିମାନରେ ଏମ୍‌. ସିଂ ନାମକ ଜଣେ ଯାତ୍ରୀ ଯିବାର ଥିଲା। ମାତ୍ର ତାଙ୍କର କିଛି ସାମଗ୍ରୀ ବିମାନରେ ଥିବାବେଳେ ସମ୍ପୃକ୍ତ ସନ୍ଦିଗ୍ଧ ବ୍ୟକ୍ତି ବିମାନରେ ଚଢ଼ି ନ ଥିବା କୁହାଯାଇଥିଲା। ତେବେ ଏପର୍ଯ୍ୟନ୍ତ ଏମ୍‌.ସିଂଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳି ପାରି ନାହିଁ। ଏହା ଖଲିସ୍ତାନ ଉଗ୍ରପନ୍ଥୀଙ୍କ ପ୍ରତିଶୋଧ ବୋଲି କୁହାଯାଇଥିଲା। ୧୯୮୪ ଜୁନ୍‌ ୬ରେ ସ୍ବର୍ଣ୍ଣମନ୍ଦିରରେ ହୋଇଥିବା ଅପରେଶନ୍‌ ବ୍ଲୁଷ୍ଟାରର ପ୍ରତିଶୋଧ ନେବା ପାଇଁ ଉଗ୍ରପନ୍ଥୀ ଏଭଳି କାଣ୍ଡ ଭିଆଇଥିବା କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼: ବଢ଼ିଲା ଅଣ୍ଡା ଦର, ଏତିକି ଟଙ୍କା ହେବ ଚିକେନ ଦାମ୍

ନୂଆଦିଲ୍ଲୀ,୨୬।୮: ଦୈନନ୍ଦିନ ଖାଦ୍ୟସାମଗ୍ରୀର ବୃଦ୍ଧିପାଉଥିବା ଦରଦାମ୍ ମଧ୍ୟରେ ଏବେ ଅଣ୍ଡା ଦର ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି । ବିଗତ ଗୋଟିଏ ବର୍ଷ ମଧ୍ୟରେ ଅଣ୍ଡା ମୂଲ୍ୟରେ…

ବୋମା ଗିଳିଦେଲା ଷଣ୍ଢ, ଚାଲିଗଲା ଜୀବନ

ବାଙ୍କୀ,୨୬ା୮(ଶୁଭେନ୍ଦୁ ମହାପାତ୍ର): ବାର୍‌ହା ଶିକାର ପାଇଁ ଖଞ୍ଜା ହୋଇଥିଲା ବୋମା। କିନ୍ତୁ ବାର୍‌ହା ବଦଳରେ ଶିକାର ସାଜିଲା ଷଣ୍ଢ। ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ…

ବଡ଼ ଆଲର୍ଟ ଜାରି କଲା RBI, ଚିନି-ପିଆଜ ପରେ ଆହୁରି ମହଙ୍ଗା ହେବ…

ନୂଆଦିଲ୍ଲୀ, ୨୬।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ୨୫ ଅଗଷ୍ଟ ୨୦୨୬ରେ ଜାରି କରିଥିବା ନିଜର ମାସିକ ବୁଲେଟିନ୍‌ରେ ଅଗଷ୍ଟ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ…

ସ୍ବାମୀଜୀଙ୍କ ଲକ୍ଷ୍ୟ କାର୍ଯ୍ୟକାରୀ କରିବ ବିଶ୍ୱ ହିନ୍ଦୁ ପରିଷଦ: ଅକ୍ଟୋବର ୩୦ରେ…

ଭଞ୍ଜନଗର, ୨୬।୮(ବାବୁଲା ପ୍ରଧାନ):ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଅଧୁରା ଲକ୍ଷ୍ୟକୁ ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକାରୀ କରିବ ବୋଲି ଘୁମୁସର ଜିଲା ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ କୁହାଯାଇଛି।…

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୨୬।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉତ୍କଳମଣି ସାହୁଙ୍କ ବୁଧବାର ଭୋର ପ୍ରାୟ ୪ଟା ସମୟରେ ୭୫ ବର୍ଷ ବୟସରେ…

ଶ୍ରୀମନ୍ଦିର ପରିସରରେ ଦୁଇ ଭକ୍ତ ଗୋଷ୍ଠୀ ମଧ୍ୟରେ ହାତାହାତି

ପୁରୀ,୨୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିସରରେ ବୁଧବାର ସକାଳେ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦର୍ଶନକୁ ନେଇ ଦୁଇ ଗୋଷ୍ଠୀ ଭକ୍ତଙ୍କ ମଧ୍ୟରେ ହାତାହାତି…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ପୁଣି ମହଙ୍ଗା ହେଲା ଚିନି ଦର, ଜାଣନ୍ତୁ ଏବେ କେତେ ରେଟ୍‌

ନୂଆଦିଲ୍ଲୀ, ୨୬।୮: ପର୍ବପର୍ବାଣୀ ଯେତିକି ପାଖେଇ ଆସୁଛି, ଚିନି ଦର ସେତିକି କମିବା ବଦଳରେ ବଢ଼ିବାରେ ଲାଗିଛି। ଚିନି ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଚିନ୍ତା…

TMCରେ ବଡ଼ ହଲଚଲ: ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଅଡୁଆ ବଢ଼ିଲା! ୭ ଦିନରେ…

କୋଲକାତା,୨୬।୮: ବିଦ୍ରୋହୀ ସାଂସଦମାନଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିଦ୍ରୋହୀ ସାଂସଦମାନେ NCPIରେ ଯୋଗଦେବା ନିଷ୍ପତ୍ତିକୁ ସମ୍ବିଧାନର ଦଶମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri