Posted inଫୁରସତ

୩୩୨ ଟଙ୍କାର ପେଣ୍ଟିଂ ୧. ୫୮ କୋଟିରେ ନିଲାମ

ଇଂଲଣ୍ଡ: ବେଳେବେଳେ ଏପରି ହୋଇଥାଏ ଘରେ ରଖାଯାଇଥିବା କିଛି ଜିନିଷର ମୂଲ୍ୟ ଆମକୁ ଜଣା ନ ଥାଏ। ନିକଟରେ ବ୍ରିଟେନର ଜଣେ ମହିଳାଙ୍କ ସହିତ ଏପରି କିଛି ହୋଇଛି। ତାଙ୍କ ଘରେ ଥିବା ପେଣ୍ଟିଂଙ୍କୁ ସୋସିଆଲ ମିଡିଆରେ ଶେୟାର କରିବାରୁ ତା’ର ପ୍ରକୃତ ମୂଲ୍ୟ ଜଣାପଡ଼ିଲା। ରିପୋର୍ଟ ମୁତାବକ, ନ୍ୟୁ ହେମସିର୍‌ର ଏକ ବଜାରରୁ ୬ ବର୍ଷ ପୂର୍ବେ ମହିଳା ଜଣକ ୪ ଡଲାର ଅର୍ଥାତ୍‌ ୩୩୨ ଟଙ୍କାରେ ଏକ ପେଣ୍ଟିଂ କିଣିଥିଲେ। ପରେ ତାହା ଘରର ଏକ କୋଣରେ ପଡ଼ିଥିଲା। ସେ ସେହି ପେଣ୍ଟିଂକୁ ଫୋପାଡିବାକୁ ବାହାରିଥିଲେ। ହେଲେ ତା’ ପୂର୍ବରୁ ସେ ତାକୁ ସୋସିଆଲ ମିଡିଆରେ ଛାଡ଼ିଲେ। ସେହି ପେଣ୍ଟିଂ ଗତ ୧୯ ତାରିଖରେ ୧୯୧ ହଜାର ଡଲାର ଅର୍ଥାତ୍‌ ୧. ୫୮ କୋଟିରେ ନିଲାମ ହୋଇଛି। ବିଶେଷଜ୍ଞଙ୍କ ମୁତାବକ, ଏହି ପେଣ୍ଟିଂ ପ୍ରସିଦ୍ଧ ଆର୍ଟିଷ୍ଟ ଏନ୍‌ସି ୱାୟେଥଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା। ଏହାର କିଛି ବର୍ଷ ପୂର୍ବେ ହଜିଯାଇଥିଲା। ୱାୟେଥ ଏହି ପେଟିଂକୁ ୧୮୮୪ରେ ଆମେରିକାର କବି ହେଲେନ ହଣ୍ଟ ଜ୍ୟାକ୍‌ସନଙ୍କ ‘ରମୋନା’ର ୧୯୩୯ ସଂସ୍କରଣ ପାଇଁ ପ୍ରସ୍ତୁତ କରିଥିଲେ। ପେଣ୍ଟିଂରେ ଏକ ଅନାଥ ଝିଅ ଏବଂ ତାଙ୍କ ସାବତ ମା’ଙ୍କ ମଧ୍ୟରେ ସମ୍ପର୍କକୁ ଦର୍ଶାଯାଇଥିଲା। ୱାୟରଙ୍କ ପେଣ୍ଟିଂ ଅଧିକ ଲୋକପ୍ରିୟ ଥିଲା। ମହିଳାଙ୍କ କହିବାନୁସାରେ, ସେ ଯେତେବେଳେ ଏହି ପେଣ୍ଟିଂ କିଣିଥିଲେ, ଲୋକ ତାଙ୍କର ବହୁତ ମଜା ଉଡ଼ାଇଥିଲେ। ସୋସିଆଲ ମିଡିଆରେ ଶେୟାର କରିବାରୁ ତା’ର ମୂଲ୍ୟ ବାବଦରେ ଜାଣିଥିଲେ। ଏହାପରେ ସେ ବ୍ରାଣ୍ଡିୱାଇନ ମ୍ୟୁଜିୟମ୍‌ ସହ ସମ୍ପର୍କ କରିବାରୁ ତାହା ଏକ ଐତିହାସିକ ପେଣ୍ଟିଂ ଥିବା ଜାଣିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri