୩ ରାଶିର ବ୍ୟକ୍ତିଙ୍କ ଉପରେ ହେବ ପ୍ରେମର ବର୍ଷା…

ପ୍ରେମୀ ଦିବସକୁ ନେଇ ପ୍ରତିଟି ପ୍ରେମିକାପ୍ରେମିକଙ୍କ ମଧ୍ୟରେ ଉତ୍ସୁକତା ଭରି ରହିଥାଏ। ପ୍ରେମ ଉପରେ ସବୁବେଳେ କଟକଣା ଲାଗିଛି। ତେବେ ଯେତେବେଳେ କଟକଣା ଶକ୍ତ ହୋଇଛି ପ୍ରେମ ଅଧିକ ଗଭୀର ହୋଇଛି। ଏହା ପୃଥିବୀ ଇତିହାସରୁ ଜଣାପଡ଼େ। ତୃତୀୟ ଶତାବ୍ଦୀରେ ଇଟାଲୀରେ ପ୍ରେମକୁ ସମର୍ଥନ କରୁଥିବା ସନ୍ଥ ଭାଲେଣ୍ଟାଇନଙ୍କୁ ତତ୍‌କାଳୀନ ରାଜା ବନ୍ଦୀ କରିଥିଲେ। ସନ୍ଥଙ୍କ ମୃତ୍ୟୁ ପରେ ଲୋକେ ଫେବୃୟାରୀ ୧୪କୁ ପ୍ରେମୀ ଦିବସ ଭାବେ ପାଳନ କରିବା ଆରମ୍ଭ କରିଥିଲେ ଏବଂ ଫେବୃୟାରୀ ୭ ଠାରୁ ଫେବୃୟାରୀ ୧୪କୁ ଭାଲେଣ୍ଟାଇନ୍‌ ଓ୍ବିକ୍‌ ଭାବେ ଅଭିହିତ କରିଥିଲେ। କାଳକ୍ରମେ ସପ୍ତାହର ପ୍ରତିଟି ଦିନକୁ ଲୋକେ ନିଜ ନିଜ ସୁବିଧା ଅନୁସାରେ ନାମିତ କରିଥିଲେ। କ୍ରମାନ୍ବୟରେ ଫେବୃୟାରୀ ୭କୁ ରୋଜ୍‌ ଡେ, ୮କୁ ପ୍ରପୋଜ୍‌ ଡେ, ୯ରେ ଚକୋଲେଟ୍‌ ଡେ, ୧୦ରେ ଟେଡି ଡେ, ୧୧ରେ ପ୍ରମିସ୍‌ ଡେ, ୧୨ରେ ହଗ୍‌ ଡେ ବା ଆଲିଙ୍ଗନ ଦିବସ, ୧୩ରେ କିସ୍‌ ଡେ ବା ଚୁମ୍ବନ ଦିବସ ଏବଂ ୧୪ରେ ଭାଲେଣ୍ଟାଇନ୍‌ ଡେ ପାଳିତ ହୋଇଥାଏ । ତେବେ ଚଳିତ ୨୦୨୦ ବର୍ଷ ଏହି ଅବସରରେ ୩ଟି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରେମର ବର୍ଷା ହେବାର ସମ୍ଭାବନା ରହିଛି। ସେସବୁ ରାଶି ମଧ୍ୟରେ ରହିଛନ୍ତି କନ୍ୟା, ମକର ଓ କୁମ୍ଭ ରାଶିର ବ୍ୟକ୍ତି। କନ୍ୟା ରାଶିର ବ୍ୟକ୍ତି ନିଜ ପ୍ରେମିକା କିମ୍ବା ପ୍ରେମିକଙ୍କୁ କିଛି ପୋଷାକ ପତ୍ର ଦେଲେ ସାଥୀଙ୍କ ପ୍ରେମ ସମ୍ପର୍କ ଅତୁଟ ରହିବାର ଆଶା ରହିଛି। ସେହିପରି ମକର ରାଶିର ବ୍ୟକ୍ତି ନିଜ ସାଥୀଙ୍କୁ କିଛି ଅଳଙ୍କାର ଉପହାର ଦେଲେ ସାଥୀଙ୍କ ସହିତ ମାନସିକ ସ୍ତରରେ ତାଙ୍କର ସମ୍ପର୍କ ଦୃଢ଼ ରହିବା ସମ୍ଭାବନା ରହିଛି। ଅପରପକ୍ଷରେ କୁମ୍ଭ ରାଶିର ବ୍ୟକ୍ତି ସାଥୀଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ବିଳାସପୂର୍ଣ୍ଣ ସାମଗ୍ରୀ ଉପହାର ଦେଲେ ପ୍ରେମ ସମ୍ପର୍କ ସୁଦୃଢ଼ ହେବାର ଆଶା ରହିଛି। ଏହି ୩ ରାଶିଙ୍କୁ ଛାଡି ଦେଲେ ତୁଳା, ମୀନ ଏବଂ ସିଂହ ରାଶିର ବ୍ୟକ୍ତିଙ୍କୁ ମଧ୍ୟ ଚଳିତ ବର୍ଷ ପ୍ରେମରେ ସଫଳତା ମିଳିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମୀଣ ଗୃହ ଯୋଜନାରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ରାଇକିଆ ବ୍ଲକ ପୁରସ୍କୃତ

ରାଇକିଆ,୧୬ା୮(ପ୍ରଦୀପ ବେହେରା): ଗ୍ରାମୀଣ ଗୃହ ଯୋଜନା-୨୦୨୫/୨୬ରେ ସମଗ୍ର କନ୍ଧମାଳ ଜିଲାରେ ଉଲ୍ଳେଖନୀୟ ପ୍ରଦର୍ଶନ ପାଇଁ ଜିଲା ପ୍ରଶାସନ ତରଫରୁ ରାଇକିଆ ବ୍ଲକ ପୁରସ୍କୃତ ହୋଇଛି। ଫୁଲବାଣୀଠାରେ ଜିଲାସ୍ତରୀୟ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri