୩ ରାଶିର ବ୍ୟକ୍ତିଙ୍କ ଉପରେ ହେବ ପ୍ରେମର ବର୍ଷା…

ପ୍ରେମୀ ଦିବସକୁ ନେଇ ପ୍ରତିଟି ପ୍ରେମିକାପ୍ରେମିକଙ୍କ ମଧ୍ୟରେ ଉତ୍ସୁକତା ଭରି ରହିଥାଏ। ପ୍ରେମ ଉପରେ ସବୁବେଳେ କଟକଣା ଲାଗିଛି। ତେବେ ଯେତେବେଳେ କଟକଣା ଶକ୍ତ ହୋଇଛି ପ୍ରେମ ଅଧିକ ଗଭୀର ହୋଇଛି। ଏହା ପୃଥିବୀ ଇତିହାସରୁ ଜଣାପଡ଼େ। ତୃତୀୟ ଶତାବ୍ଦୀରେ ଇଟାଲୀରେ ପ୍ରେମକୁ ସମର୍ଥନ କରୁଥିବା ସନ୍ଥ ଭାଲେଣ୍ଟାଇନଙ୍କୁ ତତ୍‌କାଳୀନ ରାଜା ବନ୍ଦୀ କରିଥିଲେ। ସନ୍ଥଙ୍କ ମୃତ୍ୟୁ ପରେ ଲୋକେ ଫେବୃୟାରୀ ୧୪କୁ ପ୍ରେମୀ ଦିବସ ଭାବେ ପାଳନ କରିବା ଆରମ୍ଭ କରିଥିଲେ ଏବଂ ଫେବୃୟାରୀ ୭ ଠାରୁ ଫେବୃୟାରୀ ୧୪କୁ ଭାଲେଣ୍ଟାଇନ୍‌ ଓ୍ବିକ୍‌ ଭାବେ ଅଭିହିତ କରିଥିଲେ। କାଳକ୍ରମେ ସପ୍ତାହର ପ୍ରତିଟି ଦିନକୁ ଲୋକେ ନିଜ ନିଜ ସୁବିଧା ଅନୁସାରେ ନାମିତ କରିଥିଲେ। କ୍ରମାନ୍ବୟରେ ଫେବୃୟାରୀ ୭କୁ ରୋଜ୍‌ ଡେ, ୮କୁ ପ୍ରପୋଜ୍‌ ଡେ, ୯ରେ ଚକୋଲେଟ୍‌ ଡେ, ୧୦ରେ ଟେଡି ଡେ, ୧୧ରେ ପ୍ରମିସ୍‌ ଡେ, ୧୨ରେ ହଗ୍‌ ଡେ ବା ଆଲିଙ୍ଗନ ଦିବସ, ୧୩ରେ କିସ୍‌ ଡେ ବା ଚୁମ୍ବନ ଦିବସ ଏବଂ ୧୪ରେ ଭାଲେଣ୍ଟାଇନ୍‌ ଡେ ପାଳିତ ହୋଇଥାଏ । ତେବେ ଚଳିତ ୨୦୨୦ ବର୍ଷ ଏହି ଅବସରରେ ୩ଟି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରେମର ବର୍ଷା ହେବାର ସମ୍ଭାବନା ରହିଛି। ସେସବୁ ରାଶି ମଧ୍ୟରେ ରହିଛନ୍ତି କନ୍ୟା, ମକର ଓ କୁମ୍ଭ ରାଶିର ବ୍ୟକ୍ତି। କନ୍ୟା ରାଶିର ବ୍ୟକ୍ତି ନିଜ ପ୍ରେମିକା କିମ୍ବା ପ୍ରେମିକଙ୍କୁ କିଛି ପୋଷାକ ପତ୍ର ଦେଲେ ସାଥୀଙ୍କ ପ୍ରେମ ସମ୍ପର୍କ ଅତୁଟ ରହିବାର ଆଶା ରହିଛି। ସେହିପରି ମକର ରାଶିର ବ୍ୟକ୍ତି ନିଜ ସାଥୀଙ୍କୁ କିଛି ଅଳଙ୍କାର ଉପହାର ଦେଲେ ସାଥୀଙ୍କ ସହିତ ମାନସିକ ସ୍ତରରେ ତାଙ୍କର ସମ୍ପର୍କ ଦୃଢ଼ ରହିବା ସମ୍ଭାବନା ରହିଛି। ଅପରପକ୍ଷରେ କୁମ୍ଭ ରାଶିର ବ୍ୟକ୍ତି ସାଥୀଙ୍କ ସହିତ ଭଲ ସମ୍ପର୍କ ରଖିବା ପାଇଁ ବିଳାସପୂର୍ଣ୍ଣ ସାମଗ୍ରୀ ଉପହାର ଦେଲେ ପ୍ରେମ ସମ୍ପର୍କ ସୁଦୃଢ଼ ହେବାର ଆଶା ରହିଛି। ଏହି ୩ ରାଶିଙ୍କୁ ଛାଡି ଦେଲେ ତୁଳା, ମୀନ ଏବଂ ସିଂହ ରାଶିର ବ୍ୟକ୍ତିଙ୍କୁ ମଧ୍ୟ ଚଳିତ ବର୍ଷ ପ୍ରେମରେ ସଫଳତା ମିଳିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri