Posted inଜାତୀୟ

୨୩ ବର୍ଷ ପରେ ନିର୍ଦ୍ଦୋଷ ହୋଇ ଜେଲ୍‌ରୁ ମୁକୁଳିବା ବେଳକୁ ପରିବାରରେ କେହି ନ ଥିଲେ ତାଙ୍କୁ ସ୍ବାଗତ କରିବାକୁ

ଶ୍ରୀନଗର,୨୬।୭: କଶ୍ମୀରର ମହମ୍ମଦ ଅଲ୍ଲି ଭଟ୍ଟ ୨୩ ବର୍ଷ ପରେ ନିର୍ଦ୍ଦୋଷ ହୋଇ ଜେଲ୍‌ରୁ ମୁକୁଳିବା ପରେ ପରିବାରରେ କୌଣସି ସଦସ୍ୟ ନ ଥିଲେ ତାଙ୍କୁ ସ୍ବାଗତ କରିବାକୁ। ଏମିତି ଏକ ଖବର ଏବେ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଯେତେବେଳେ ସେ ରାଜସ୍ଥାନ ଓ ଦିଲ୍ଲୀ ଜେଲରେ ବନ୍ଦୀ ଥିଲେ ସେତେବେଳେ ତାଙ୍କ ମାତାପିତାଙ୍କ ଦେହାନ୍ତ ହୋଇ ଯାଇଥିଲା। ଭଟ୍ଟଙ୍କ ସମେତ ୩ ଜଣଙ୍କୁ ୧୯୯୬ରେ କାଠମାଣ୍ଡୁରୁ ପୋଲିସ ଗିରଫ କରିଥିଲା। ୧୯୯୬ରେ ଲାଜପତ ନଗର ବୋମା ବିସ୍ଫୋରଣ ମାମଲାରେ ଭଟ୍ଟଙ୍କ ସମେତ ଅତିଫ ଅହମ୍ମଦ ଓ୍ବାଜା ଓ ମିର୍ଜା ନିସାର ହୁସେନଙ୍କୁ ଗିରଫ କରାଯାଇଥିଲା। ସେତେବେଳେ ଏମାନଙ୍କୁ ପାଖାପାଖି ୨୦ ବର୍ଷ ବୟସ ହୋଇଥିଲା। ଏହାସହ ରାଜସ୍ଥାନ ପୋଲିସ ଦୌସାରେ ଏକ ବସ୍‌ରେ ହୋଇଥିବା ବିସ୍ଫୋରଣର ମାମଲାରେ ମଧ୍ୟ ଏମାନଙ୍କର ସମ୍ପୃକ୍ତି ଦର୍ଶାଇ ଥିଲା। ଗୋଟିଏ ପଟେ ଲାଜପତ ନଗର ବୋମା ବିସ୍ଫୋରଣ ମାମଲାରେ ଏମାନଙ୍କୁ ୨୦୧୨ ନଭେମ୍ବରରେ କୋର୍ଟ ଦୋଷ ମୁକ୍ତ କରିଥିଲେ। ହେଲେ ରାଜସ୍ଥାନ ବସ୍‌ ବୋମା ବିସ୍ଫୋରଣ ମାମଲାର ବିଚାର ପାଇଁ ସେମାନଙ୍କୁ ପୁଣି ଜେଲ୍‌ରେ ରହିବାକୁ ପଡିଥିଲା। ଚଳିତ ସପ୍ତାହରେ ଏହାର ଶୁଣାଣି ହେବା ସହ ୩ ଜଣ ଦୋଷ ମୁକ୍ତ ହୋଇ ମୁକୁଳିଛନ୍ତି। ହେଲେ ଇତିମଧ୍ୟରେ ଭଟ୍ଟ ତାଙ୍କ ପରିବାରର ଗୋଟିଏ ପୁଅ ହୋଇଥିବା ବେଳେ ୨୦୧୨ରେ ମା’ ଓ ୨୦୧୫ରେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଯାଇଛି। ଏବେ ସେ ସମ୍ପୂର୍ଣ୍ଣ ଏକା ବୋଲି କହିବା ସହ ମାତାପିତାଙ୍କ କବର ପାଖରେ ବସି କାନ୍ଦିବା ଛଡା ତାଙ୍କର ଆଉ କୌଣସି ଉପାୟ ନାହିଁ ବୋଲି କହିଛନ୍ତି। କାରଣ ୩ ଜଣ ଯାକ ବିନା ଦୋଷରେ ସମୟର ବହୁ ପଛକୁ ଚାଲିଯାଇଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri