Posted inଖେଳ

୧୯ ବର୍ଷରୁ କମ୍‌ ମହିଳା କ୍ରିକେଟରଙ୍କ ମୃତ୍ୟୁ

କୋଲକାତା, ୧୮ା୬ (ପି.ଟି.)-ତ୍ରିପୁରାର ୧୯ ବର୍ଷରୁ କମ୍‌ ମହିଳା କ୍ରିକେଟ ଦଳର ଆୟନ୍ତୀ ରିଆଙ୍ଗ୍‌ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିବା କୁହାଯାଉଛି। ତାଙ୍କର ଝୁଲନ୍ତା ମର ଶରୀରକୁ ତାଙ୍କ ପ୍ରକୋଷ୍ଠରୁ ଉଦ୍ଧାର କରାଯାଇଛି। ଏହି ୧୬ ବର୍ଷୀୟା କ୍ରିକେଟରଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ପରିବାରର ସେ ଥିଲେ ସର୍ବକନିଷ୍ଠା। ଆୟନ୍ତୀ ତ୍ରିପୁରାର ୧୯ ବର୍ଷରୁ କମ୍‌ ଦଳ ତରଫରୁ ଏକ ବର୍ଷ ହେଲା ଖେଳି ଆସୁଥିଲେ। ୨୩ ବର୍ଷରୁ କମ୍‌ ବର୍ଗରେ ସେ ରାଜ୍ୟ ତରଫରୁ ଏକ ଟି୨୦ ଟୁର୍ନାମେଣ୍ଟ ଖେଳିଥିଲେ। ଅତୀତରେ ସେ ରାଜ୍ୟର ୧୬ ବର୍ଷରୁ କମ୍‌ ଦଳରେ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ। ଆୟନ୍ତୀଙ୍କ ମୃତ୍ୟୁ ଖବରରେ ତ୍ରିପୂରା କ୍ରିକେଟ ଆସୋସିଏଶନ ସମ୍ପାଦକ ତିମିର ଚନ୍ଦା ଶୋକ ପ୍ରକାଶ କରିଛନ୍ତି। ମୃତ କ୍ରିକେଟରଙ୍କ ମାନସିକ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚରାଯିବାରେ ଚନ୍ଦା କହିଛନ୍ତି ଗତ ସିଜନ ପର୍ଯ୍ୟନ୍ତ ଆୟନ୍ତୀଙ୍କର କୌଣସି ସମସ୍ୟା ନ ଥିଲା। ଲକ୍‌ ଡାଉନ୍‌ ଯୋଗୁ ଆମେ କେତୋଟି ଅନ୍‌ଲାଇନ୍‌ କ୍ଲାସ୍‌ କରିଥିଲୁ। କିନ୍ତୁ ଆମେ ତାଙ୍କ ପାରିବାରିକ ସମସ୍ୟା ବିଷୟରେ କିଛି ଜାଣି ନାହୁଁ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?