୧୭ବର୍ଷରୁ କମ୍‌ ରାଜ୍ୟସ୍ତରୀୟ ଚେସ୍‌ ଚାମ୍ପିୟନଶିପ୍‌ ଜାତୀୟସ୍ତରକୁ ଗଲେ ସାଇନା, ଅଙ୍କିତା, ଦେବୀପ୍ରସାଦ, ଅନୁବ୍ରତ

ବାଲେଶ୍ୱର ଅଫିସ, ୨୦।୫-ବାଲେଶ୍ୱର ଜିଲା ଚେସ୍‌ ଆସୋସିଏଶନ ପକ୍ଷରୁ ଆୟୋଜିତ ୧୭ବର୍ଷରୁ କମ୍‌ ରାଜ୍ୟସ୍ତରୀୟ ଚେସ୍‌ ଚାମ୍ପିୟନଶିପ୍‌ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶାର ୨୮ଟି ଜିଲାରୁ ବାଳିକା ବିଭାଗରେ ୧୬ ଓ ବାଳକ ବିଭାଗରେ ୫୬ ମୋଟ ୭୨ଜଣ ଖେଳାଳି ଭାଗ ନେଇଛନ୍ତି। ବାଳିକା ବିଭାଗରେ ସାଇନା ସାଲୋନିକା ଚାମ୍ପିୟନ ହୋଇଥିବା ବେଳେ ଅଙ୍କିତା ସାହୁ ରନର୍ସଅପ୍‌ ହୋଇଥିଲେ। ସେହିପରି ବାଳକ ବିଭାଗରେ ଦେବୀ ପ୍ରସାଦ ନାୟକ ଚାମ୍ପିୟନ ହୋଇଥିବା ବେଳେ ଅନୁବ୍ରତ ପ୍ରିୟଦର୍ଶନୀ ସାହୁ ରନର୍ସଅପ୍‌ ହୋଇଛନ୍ତି। ଏହି କୃତୀ ପ୍ରତିଯୋଗୀମାନେ ଜୁନ୍‌ ୨୯ ତାରିଖରେ କେରଳର କୋଚିଠାରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଚେସ୍‌ ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଆୟୋଜିତ ମ୍ୟାଚ୍‌ରେ ୧୦ବର୍ଷରୁ କମ୍‌ ମହିଳା ବିଭାଗର ପୂର୍ବତନ ବିଶ୍ୱ ଚାମ୍ପିୟନ ସାଇନା ସାଲୋନିକା ୬ଟି ଯାକ ରାଉଣ୍ଡ ଜିତି ଚାମ୍ପିୟନ ହୋଇଥିଲେ। କଟକର ଅଙ୍କିତା ସାହୁ ୫ଟି ରାଉଣ୍ଡରେ ବିଜୟୀ ହୋଇ ଦ୍ୱିତୀୟସ୍ଥାନ ଅଧିକାର କରିଛନ୍ତି। ସେହିପରି ୧୭ବର୍ଷରୁ କମ୍‌ ରାଜ୍ୟସ୍ତରୀୟ ଚେସ୍‌ ଚାମ୍ପିୟନଶିପ୍‌ ବାଳକ ବିଭାଗରେ ଖୋର୍ଦ୍ଧାର ଦେବୀ ପ୍ରସାଦ ନାୟକ ଚାମ୍ପିୟନ ହୋଇଥିବା ବେଳେ ମୟୂରଭଞ୍ଜର ଅନୁବ୍ରତ ପ୍ରିୟଦର୍ଶନୀ ସାହୁ ରନର୍ସଅପ୍‌ ହୋଇଛନ୍ତି। ବାଳକ ବିଭାଗର ମୋଟ ୭ ରାଉଣ୍ଡ ଖେଳରୁ ଦେବୀପ୍ରସାଦ ୬ ରାଉଣ୍ଡ ଜିତିବା ପରେ ଶେଷ ରାଉଣ୍ଡରେ କେନ୍ଦ୍ରାପଡ଼ାର ଆୟୁଷ ରିୟାନ୍‌ ମହାପାତ୍ରଙ୍କ ସହିତ ଖେଳ ଅମିମାଂସିତ ରଖି ଚାମ୍ପିୟନ ହୋଇଛନ୍ତି। ସେହିପରି ଅନୁବ୍ରତ ଶେଷ ରାଉଣ୍ଡରେ ବାଲେଶ୍ୱରର ସିଦ୍ଦେଶ କମିଳାଙ୍କୁ ଦୀର୍ଘ ସଂଘର୍ଷ ପରେ ପରାଜିତ କରି ରନର୍ସଅପ୍‌ ହୋଇଛନ୍ତି। କେରଳରେ ହେବାକୁ ଥିବା ୧୭ବର୍ଷରୁ କମ୍‌ ଜାତୀୟ ଚେସ୍‌ ପ୍ରତିଯୋଗିତାରେ ଉଭୟ ଓଡ଼ିଶାର ପ୍ରତିନିଧି କରିବା ପାଇଁ ବିବେଚିତ ହୋଇଛନ୍ତି। ୩ ଦିନ ଧରି ଆୟୋଜିତ ଉକ୍ତ ପ୍ରତିଯୋଗିତାକୁ ଉମେଶ ମହାନ୍ତି ଓ ସନ୍ତୋଷ ମହାପାତ୍ର ପରିଚାଳନା କରିଥିଲେ। ଉଦ୍‌ଯାପନୀ ଉତ୍ସବରେ ଜିଲା ଚେସ୍‌ କାର୍ଯ୍ୟନିର୍ବାହୀ ସଭାପତି ପ୍ରଦୀପ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ। ମୁଖ୍ୟଅତିଥି ଭାବେ ଶିଳ୍ପପତି ହିଂମାଶୁ ଦାସ, ସମ୍ମାନନୀୟ ଅତିଥି ଭାବେ ମେରାଇନ୍‌ ଏକ୍ସପୋର୍ଟର ମୁଖ୍ୟ ଜ୍ଞାନରଞ୍ଜନ ଦାସ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ କୃତି ପ୍ରତିଯୋଗୀମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଜିଲା ଚେସ୍‌ ଆସୋସିଏଶନ ସଭାପତି ଦେବାଶିଷ ଚକ୍ରବର୍ତ୍ତୀ, ଉପସଭାପତି ସନ୍ଦୀପ୍ତ ସାମନ୍ତରାୟ, ଜିଲା ସମ୍ପାଦକ ମନୋରଞ୍ଜନ ପଣ୍ଡା, ସଭ୍ୟ ଐଶ୍ୱର୍ଯ୍ୟ ସେନାପତି, ଚନ୍ଦନ ସିଂ, ବିଜୟ ତ୍ରିପାଠୀ, ପ୍ରବାଳକାନ୍ତ ମାଇତି ଓ ରଞ୍ଜନ ଭୋଇ ପ୍ରମୁଖ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?