୧୫ ଲକ୍ଷ କୋଟିର କୃଷି ଋଣ

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ସରକାର ୨୦୨୦-୨୧ ଆର୍ଥିକ ବର୍ଷରେ ୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣ ଦେବା ପାଇଁ ଯୋଜନା କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଏହା ୧୩.୫ ଲକ୍ଷ କୋଟି ଟଙ୍କା ଥିବାବେଳେ ଏଥିରେ ୧୧% ବୃଦ୍ଧି କରାଯାଇଛି। ଚାଷୀମାନଙ୍କୁ ସାଧାରଣତଃ ୯% ହାରରେ କୃଷିଋଣ ଦିଆଯାଇଥାଏ। କିନ୍ତୁ ସରକାର ଏଥିରେ ୨% ସବ୍‌ସିଡି ଦେଉଛନ୍ତି। ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ବଳ୍ପକାଳୀନ କୃଷିଋଣକୁ ସୁନିଶ୍ଚିତ କରିବା ଲାଗି ଋଣ ଉପରେ ବାର୍ଷିକ ଆକର୍ଷଣୀୟ ୭% ସୁଧ କଷାଯାଉଛି। ଅଣବ୍ୟାଙ୍କିଙ୍ଗ୍‌ ଫାଇନାନ୍ସ କମ୍ପାନୀ(ଏନ୍‌ଏଫ୍‌ଏସ୍‌ସି) ଏବଂ ସମବାୟଗୁଡ଼ିକ କୃଷିଋଣ ପ୍ରଦାନ କ୍ଷେତ୍ରରେ ସକ୍ରିୟ ଥିବାରୁ ନାବାର୍ଡ ପୁନଃ ଋଣ ପ୍ରଦାନ ଯୋଜନାକୁ ଆହୁରି ବିସ୍ତୃତ କରାଯିବ। ଏଥିଲାଗି ନେଗୋସିଏବୁଲ ଓ୍ବେରହାଉସିଂ ରିସିପ୍ଟସ (ଇ-ଏନ୍‌ଡବ୍ଲ୍ୟୁଆର୍‌) ୬ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱକୁ ଅତିକ୍ରମ କରିଛି। ଏହାକୁ ଇଲେକ୍ଟ୍ରୋନିକ ନ୍ୟାଶନାଲ ଏଗ୍ରିକଲ୍‌ଚର ମାର୍କେଟ (ଇଏନ୍‌ଏଏମ୍‌) ସହ ଯୋଡ଼ାଯିବ। ସରକାରଙ୍କ ଅଧୀନ ଭାରତର ଖାଦ୍ୟ ନିଗମ (ଏଫ୍‌ସିଆଇ) ଏବଂ କେନ୍ଦ୍ରୀୟ ପଣ୍ୟାଗାର ନିଗମ (ସିଡବ୍ଲ୍ୟୁସି) ନିଜ ଜମିରେ ଏପରି ପଣ୍ୟାଗାରଗୁଡ଼ିକୁ ନିର୍ମାଣ କରିବେ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ଭାରତରେ ପ୍ରାୟ ୧୬୨ ମେଟ୍ରିକ୍‌ ଟନ୍‌ ଧାରଣ କ୍ଷମତାର ଏଗ୍ରି-ଓ୍ବେର୍‌ହାଉସିଂ, କୋଲ୍ଡ ଷ୍ଟୋରେଜ, ରିଫର ଭ୍ୟାନ୍‌ ଫାସିଲିଟି ରହିଛି। ନାବାର୍ଡ ସେଗୁଡ଼ିକୁ ମ୍ୟାପିଂ ଓ ଜିଓ-ଟ୍ୟାଗ୍‌ କରିବା ପାଇଁ ପଦକ୍ଷେପ ନେବ।


Enter your email to get our daily news in your inbox.

All Right Reserved By Dharitri.Com

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା ପ୍ରଶାସନ ଉପରୁ ଭରସା ହରାଉଛି ପରିବାର

ନୂଆପଡ଼ା,୧୫ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗାଁର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ବଡ଼ ରେକର୍ଡ କଲେ ସମ୍ରାଟ ଚୌଧୁରୀ: ପ୍ରଥମଥର ବିହାରରେ…

ପାଟନା,୧୫।୪: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ତାରାପୁର ବିଧାୟକ ସମ୍ରାଟ ଚୌଧୁରୀ ବିହାରର ୨୪ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ଶପଥ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ଅସନ୍ତୋଷ

ନନ୍ଦପୁର,୫ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ମା’ରାମଚଣ୍ଡୀଙ୍କ ସାମ୍ନାରେ ରଡ଼ ନିଆଁରେ ଚାଲିଲେ ସେବକ: ୭ଥର ପରେ ଘଟିଲା…

ମହାକାଳପଡ଼ା,୧୫ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପୀଠରେ ଝାମୁଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୋର ସାଢ଼େ ଚାରିଟାରୁ ମନ୍ଦିର…

ବିଶିଷ୍ଟ ମଞ୍ଚ କଳାକାର ପ୍ରକାଶ ଦେବତାଙ୍କ ପରଲୋକ: ବିଭିନ୍ନ ମହଲରେ ଶୋକର ଛାୟା

ଦେବଗଡ଼,୧୫।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଶିଷ୍ଟ ମଞ୍ଚ କଳାକାର ତଥା ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲର ଉପସଭାପତି ପ୍ରକାଶ ଦେବତା (ପେରୁ )ଙ୍କର ବୁର୍ଲା ଡାକ୍ତରଖାନାରେ ପରଲୋକ…

ଧର୍ମ ପରିବର୍ତ୍ତନ କରିଥିବାରୁ ସତ୍କାର ପାଇଁ ଶ୍ମଶାନରେ ମିଳିଲାନି ଜାଗା: ଶେଷରେ…

ରାଇଘର/ଉମରକୋଟ, ୧୫।୪ (କିରଣ ପଟ୍ଟନାୟକ/ ସନ୍ତୋଷ ଶତପଥୀ): ମୂଳ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଗାଁ ଶ୍ମଶାନରେ ସତ୍କାର ପାଇଁ ଶବକୁ ମିଳୁନାହିଁ ସ୍ଥାନ…

ସମୁଦ୍ରରେ ମାଛ ଧରିବା ନିଷେଧ: ଏତିକି ଦିନ ଯାଏ କଟକଣା ଲାଗୁ କଲେ ସରକାର

ଛତ୍ରପୁର,୧୫।୪(ଦିଲ୍ଲୀପ ସାମଲ ): ଆଜିଠୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ମାଛ ଧରିବା ନିଷେଧ। ଏନେଇ ମତ୍ସ୍ୟ ବିଭାଗ ପକ୍ଷରୁ କଟକଣା ଜାରି ହୋଇଛି…

ଡବେରୀ ଜଳ ସମସ୍ୟାର ହେବ ସମାଧାନ: ପଦକ୍ଷେପ ନେଲା ପ୍ରଶାସନ

ଦାରିଙ୍ଗବାଡି,୧୪।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଡବେରୀରେ ଜଳ ସମସ୍ୟାର ସମାଧାନ ପାଇଁ ବ୍ଲକ ପ୍ରଶାସନ ପଦକ୍ଷେପ ନେଇଛି। ପ୍ରଥମ ପର୍ଯ୍ୟାୟରେ ଜଳ ଅଭାବ ସ୍ଥାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri