୧୩ ଦିନ ପରେ ଭୀମକୁଣ୍ଡରୁ  ନିଖୋଜ ଯୁବକଙ୍କ ମୃତଦେହ ମିଳିଲା

ଠାକୁରମୁଣ୍ଡା,୯ା୧(ଡ଼ି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା  ଅଧୀନ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡକୁ ବୁଲି ଆସି ପାଣିରେ ଭାସି ନିଖୋଜ ଥିବା ଯୁବକଙ୍କ ଗଳିତ ମୃତଦେହ ୧୩ ଦିନ ପରେ ଉଦ୍ଧାର ହୋଇଛି।  ମୃତକ ହେଲେ  ପଶ୍ଚିମବଙ୍ଗ ଦୀଘା ଅଞ୍ଚଳ ମୈତ୍ରୀପୁରର ଓଁକାର ସମବାୟ ସମିତିର କର୍ମଚାରୀ ରାଜେନ୍ଦ୍ର ପ୍ରସାଦ ସିଂ। ଗତ ୨୫ ତାରିଖରେ ସେ ସହକର୍ମୀମାନଙ୍କ ସହ ଏଠାକୁ ବୁଲିବାକୁ ଆସି ଅସାବଧାନତା ଯୋଗୁ ଭାସି ଯାଇଥିଲେ। ତେବେ ଘଟଣାସ୍ଥଳରୁ ୭ କି.ମି ଦୂର ଦୁର୍ଗମ ପାହାଡ ତଳ ବୈତରଣୀ ନଦୀର ଡୁମୁରିଆ ଘାଟ ନିକଟରୁ ଆନନ୍ଦପୁର ପୋଲିସ ତାଙ୍କ ଗଳିତ ମୃତଦେହ  ଉଦ୍ଧାର କରିବା ପରେ ପରିବାର ଲୋକ ଶବକୁ ଚିହ୍ନଟ କରିଥିଲେ। ଏନେଇ  ଠାକୁରମୁଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଜିଲା ଡକାୟତ ଗ୍ୟାଙ୍ଗର ଖୁଲାସା କଲା ମୋରଡା ପୋଲିସ, ନରେଶ…

ମୋରଡା,୨୭।୮(ସ୍ମାରକ ମାଜୀ)- ଏକ ଆନ୍ତଜିଲା ଡକାୟତ ଗ୍ୟାଙ୍ଗର ବଡ଼ ଖୁଲାସା କରିଛି ପୋଲିସ । ଜଣେ ଲୁଟେରାକୁ ଧରିବା ସହିତ ଲକ୍ଷାଧିକ ଟଙ୍କାର ସୁନା ଓ଼ ରୂପା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri