Posted inଫୁରସତ

୧୦ ହଜାର କୋଠରି ବିଶିଷ୍ଟ ଏହି ହୋଟେଲରେ ଏବେ ପର୍ଯ୍ୟନ୍ତ କେହି ରହି ନାହାନ୍ତି

ଜର୍ମାନୀର ବାଲ୍ଟିକ ସାଗରର ରୁଗେନ ଆଇଲ୍ୟାଣ୍ଡରେ ଏମିତି ଏକ ହୋଟେଲ ରହିଛି ଯେଉଁଠି ପ୍ରାୟ ୮୦ ବର୍ଷ ହେବ କେହି ଅତିଥି ରହି ନାହାନ୍ତି ବୋଲି କୁହାଯାଏ। ଏହି ହୋଟେଲରେ ପ୍ରାୟ ୧୦ ହଜାର କୋଠରି ରହିଛି। ଏହାର ନିର୍ମାଣ ୧୯୩୬-୧୯୩୯ ମଧ୍ୟରେ କରାଯାଇଥିବା କୁହାଯାଏ। ସେ ସମୟରେ ଜର୍ମାନୀରେ ହିଟ୍‌ଲର ଓ ନାଜି ସେନାଙ୍କର ଶାସନ ଥିଲା। ନାଜିମାନେ ଏହି ହୋଟେଲକୁ ଷ୍ଟ୍ରେନ୍ଥ ଥ୍ରୁ ଜୟ କାର୍ଯ୍ୟକ୍ରମ ଆଧାରରେ ନିର୍ମାଣ କରିଥିଲେ ବୋଲି କୁହାଯାଏ। ଏହି ହୋଟେଲର ନିର୍ମାଣ କାର୍ଯ୍ୟରେ ପାଖାପାଖି ୯ ହଜାର ଶ୍ରମିକ ଲାଗିଥିବା କୁହାଯାଏ। ଏହି ହୋଟେଲର ନାଁ ହୋଟେଲ ଦା ପ୍ରୋରା ରଖାଯାଇଛି। ଏହା ଏକ ସ୍ମାରକସ୍ଥଳ ଭଳି ଦେଖାଯାଉଥିବାରୁ ଏହାର ଏପରି ନାମକରଣ କରାଯାଇଥିବା କୁହାଯାଏ। ଏହା ସମୁଦ୍ର ନିକଟରୁ ପାଖାପାଖି ୧୫୦ ମିଟର ଦୂରରେ ନିର୍ମାଣ କରାଯାଇଛି। ଏହାକୁ ୮ ଭାଗରେ ବିଭକ୍ତ କରାଯାଇଛି। ପାଖାପାଖି ୪.୫ କିଲୋମିଟର ଅଞ୍ଚଳରେ ଏହାର ନିର୍ମାଣ କରାଯାଇଛି। ଏଥିରେ ସିନେମା ହଲ୍‌ଠାରୁ ଆରମ୍ଭ କରି ଶୁଇମିଂ ପୁଲ ଓ ଫେଷ୍ଟିଭାଲ ହଲ୍‌ ଭଳି ବିଭିନ୍ନ ପ୍ରକାରର ସୁବିଧା ରହିଛି। ଏବେ ପ୍ରଶ୍ନ ଉଠୁଛି ଯଦି ଏଠାରେ ଏତେ ସବୁ ସୁବିଧା ରହିଛି ତେବେ ଏଠାରେ କେହି ଅତିଥି କାହିଁକି ରହିଲେ ନାହିଁ। କୁହାଯାଏ ଏହି ହୋଟେଲ ନିର୍ମାଣ ଚାଲିଥିବା ସମୟରେ ଅର୍ଥାତ୍‌ ୧୯୩୯ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା। ସେତେବେଳେ ଏହି ହୋଟେଲ କାମ ସରି ନ ଥିଲା। ଅନ୍ୟପଟେ ଏହି ହୋଟେଲ ନିର୍ମାଣରେ ନିୟୋଜିତ ଥିବା ଶ୍ରମିକମାନେ ଯୁଦ୍ଧ କାରଖାନାରେ କାମ କରିବାକୁ ଚାଲି ଯାଇଥିଲେ। ୧୯୪୫ରେ ଯୁଦ୍ଧ ତ ସରିଲା। ହେଲେ ସେତେବେଳକୁ ଏହି ହୋଟେଲ ଉପରୁ ସମସ୍ତଙ୍କର ଧ୍ୟାନ ହଟି ଯାଇଥିଲା। ଏବେ ଏହା ନଷ୍ଟ ହେବାରେ ଲାଗିଛି। କୁହାଯାଏ ଯଦି ଏହି ହୋଟେଲ ସମ୍ପୂର୍ଣ୍ଣ ଭାବେ ନିର୍ମାଣ କରାଯାଇ ଥାଆନ୍ତା ତେବେ ଏହା ବିଶ୍ୱର ସବୁଠାରୁ ବଡ ଓ ବିଳାସପୂର୍ଣ୍ଣ ହୋଟେଲ ହୋଇଥାଆନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

୪ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ପଦଯାତ୍ରାରେ ଯିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨ା୮(ପି.ଟି.): ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ସପିଂ ସେଣ୍ଟରରେ ଆଖିବୁଜା ଗୁଳି ଚାଳନା, ୩ ମୃତ

ଓ୍ବାଶିଂଟନ,୨।୮: ଆମେରିକାରେ ଗୁଳିକାଣ୍ଡ ଘଟଣା ବଢ଼ିବାରେ ଲାଗିଛି। ସଦ୍ୟତମ ଘଟଣାଟି ଆଇଡାହୋର ଟ୍ବିନ ଫଲ୍ସ ସହରରେ ଘଟିଛି, ଯେଉଁଠାରେ ଶନିବାର ଅପରାହ୍ନରେ ଜଣେ ଆକ୍ରମଣକାରୀ ଏକ ସପିଂ…

ଏଇ ଭାରତରେ

ବେଙ୍ଗାଲୁରୁର ସୂର୍ଯ୍ୟ ଉତ୍କର୍ଷ ସଡ଼କ ସୁରକ୍ଷା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି। ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ଅନେକ ଦିନର ଚିକିତ୍ସା ପରେ ସୁସ୍ଥ ହୋଇ…

ଡାହାଣୀ ହୋଇ ଲାଗିବେ

ମୋର ଜଣେ ଆରକ୍ଷୀ ବନ୍ଧୁ ତାଙ୍କ ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ନିଶା ନିବାରଣ ପାଇଁ ପୋଲିସ ବିଭାଗ ସହ ହାତ ମିଳାଇ କାମ କରିବା ପାଇଁ ତାଙ୍କର ସାଙ୍ଗସାଥୀ…

୨୦ ବର୍ଷ ପରେ କୋଲକାତା ଫେରିଲେ ତସଲିମା ନାସରିନ; ହେଲେ ପରିସ୍ଥିତି ହେଲା ଅଶାନ୍ତ, କାହିଁକି ଜାଣନ୍ତୁ

କୋଲକାତା,୨।୮: ପ୍ରାୟ ଦୁଇ ଦଶନ୍ଧି ପରେ ତସଲିମା ନାସରିନ ପୁଣି ଥରେ କୋଲକାତାରେ ପହଞ୍ଚିଛନ୍ତି। ସେ ମନ୍ତବ୍ୟ ଦେଇଥିଲେ ଯେ ତାଙ୍କର ପ୍ରତ୍ୟାବର୍ତ୍ତନ ପ୍ରମାଣ କରେ ଯେ…

ୟୁରୋପରେ ଗ୍ରୀଷ୍ମ ତାଣ୍ଡବ

ଶୀତପ୍ରଧାନ ମହାଦେଶ ୟୁରୋପରେ ଅତ୍ୟଧିକ ଉତ୍ତାପଜନିତ ବିପର୍ଯ୍ୟୟ ଯେ କେତେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି କରିପାରେ, ଏହା ଅବିଶ୍ୱସନୀୟ ହେଲେ ମଧ୍ୟ ୨୦୨୬ ମସିହା ଗ୍ରୀଷ୍ମଋତୁ ତାହାର…

ସମୟର ସଙ୍କେତ

ମଦର ଅଫ୍‌ ଡେମୋକ୍ରାସି ବା ଗଣତନ୍ତ୍ରର ଜନନୀ ହେଉଛି ଭାରତ। ଏହା ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଏକ ଅସ୍ଥାୟୀ ନିର୍ବାଚିତ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛି।…

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri