ନ୍ୟୁୟର୍କ, ୨୬ା୮(ଏପି):ୟୁକ୍ରେନରେ ମାନବିକ ସହାୟତା ପାଇଁ ପାଣ୍ଠି ସହାୟତା ଉଦ୍ଦେଶ୍ୟରେ ୟୁଏସ୍ ଓପନ୍ ପୂର୍ବରୁ ଟେନିସ ଷ୍ଟାରମାନଙ୍କୁ ନେଇ ଏକ ପ୍ରଦର୍ଶନୀ ଇଭେଣ୍ଟର ଆୟୋଜନ କରାଯାଇଥିଲା। ଏଥିରେ ଭାଗନେଇଥିବା ଖେଳାଳିମାନଙ୍କ ମଧ୍ୟରେ ରାଫାଲ ନାଡାଲ ଓ ଇଗା ସ୍ବିଟେକ ରହିଛନ୍ତି। କୋକୋ ଗଫ୍ ଏଥିରେ ଯେଉଁ ଜୋତା ବ୍ୟବହାର କରିଥିଲେ ସେଥିରେ ‘ପ୍ଲେ ଫର୍ ପିିସ୍’ ବାର୍ତ୍ତା ସ୍ଥାନ ପାଇଥିଲା। ଏହି ଇଭେଣ୍ଟରୁ ସଂଗୃହୀତ ୧ ନିୟୁତ ଡଲାରରୁ ଊର୍ଦ୍ଧ୍ୱ ପାଣ୍ଠି ଏକ ଅନ୍ତର୍ଜାତୀୟ ଅଣଲାଭକାରୀ ସଂସ୍ଥାକୁ ଦିଆଯାଇଛି। ଏଥିରେ ଗଫ୍ ଓ ତାଙ୍କ ପାର୍ଟନର ଜନ୍ ମ୍ୟାକ୍ନୋର ମିକ୍ସଡ ଡବଲ୍ସ ନାଡାଲ ଓ ସ୍ବିଟେକ୍ଙ୍କ ବିପକ୍ଷରେ ଖେଳିଥିଲେ। ଲୁଇସ୍ ଆର୍ମଷ୍ଟ୍ରଙ୍ଗ ଷ୍ଟାଡିୟମରେ ‘ଟେନିସ ପ୍ଲେଜ୍ ଫର୍ ପିସ୍’ ପ୍ରଦର୍ଶନୀ ଟେନିସ ଇଭେଣ୍ଟର ଶତ ପ୍ରତିଶତ ଟିକେଟ ବିକ୍ରି ହୋଇଥିବା ୟୁଏସ୍ ଟେନିସ ଆସୋସିଏଶନ କହିଛି। ଏଥିରେ ଅଂଶଗ୍ରହଣ କରିଥିବା ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ରହିଛନ୍ତି ଡାୟାନା ୟାସ୍ତ୍ରେମ୍ସ୍କା ଓ କାଟାରିନା ଜାଭାଟିସ୍କା, ୨୦୨୧ ୟୁଏସ୍ ଓପନ ଫିନାଲିଷ୍ଟ ଲିଲା ଫର୍ନାଣ୍ଡେଜ, କାର୍ଲୋସ ଆଲ୍କାରେଜ୍, ମାରିଆ ସାକାରି, ଷ୍ଟିଫାନସ ସିତ୍ସିପାସ୍ ଓ ଜେସିକା ପେଗୁଲା। ଟୁର୍ନାମେଣ୍ଟ ନିର୍ଦ୍ଦେଶକ ଷ୍ଟାସି ଆଲାଷ୍ଟର ଇଭେଣ୍ଟରୁ ଟିକେଟ ବିକ୍ରି ବାଦରେ ଅତି କମ୍ରେ ୨ ନିୟୁତ ଡଲାର ଆୟ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ଏଥିରୁ ୧.୨ ନିୟୁତ ଡଲାର ମିଳିଥିଲା।
ଗ୍ୟାସ୍ ପାଇପ୍ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା…
କଟକ,୧୩।୧୦(ପ୍ରଭୁକଲ୍ୟାଣ ପାଲ୍): ଗ୍ୟାସ୍ ପାଇପ୍ ଫାଟି କଟକରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମାଟି ତଳେ ଯାଇଥିବା ଘରୋଇ ଗ୍ୟାସ ପାଇପ ଲାଇନ ଲିକ୍ ହେବା ଫଳରେ…
ବିଶ୍ୱବ୍ୟାଙ୍କ ରିପୋର୍ଟରେ ବଡ଼ ଖୁଲାସା, ଧନୀ ଦେଶର ଗରିବଙ୍କ ଆୟ ବି ଭାରତର ଧନୀଙ୍କଠୁ ଅଧିକ!
ନୂଆଦିଲ୍ଲୀ,୧୩।୧୦: ବିଶ୍ୱର ବିକଶିତ ଓ ଉନ୍ନତ ଆର୍ଥିକ ବ୍ୟବସ୍ଥା ଥିବା ଧନୀ ଦେଶଗୁଡ଼ିକର ସବୁଠାରୁ ଗରିବ ୧୦ ପ୍ରତିଶତ ଲୋକଙ୍କ ଆୟ ଭାରତର ସବୁଠାରୁ ଧନୀ ୧୦…
୨୨ ଭାରତୀୟ ଥିବା ଜାହାଜ ଉପରେ ଆକ୍ରମଣ
ନୂଆଦିଲ୍ଲୀ, ୧୩।୧୦: ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ୨୨ ଜଣ ଭାରତୀୟ କର୍ମଚାରୀଙ୍କୁ ନେଇ ଯାଉଥିବା ୨ଟି ବାଣଜି୍ୟକ ଜାହାଜ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାକୁ ଭାରତ…
ଠକି ପାରିବନି ହସ୍ପିଟାଲ! ଲାଗିବ ରେଟ୍ ଚାର୍ଟ
ନୂଆଦିଲ୍ଲୀ,୧୩।୧୦: ସ୍ବଚ୍ଛ, ଉତ୍ତରଦାୟୀ ଏବଂ ରୋଗୀ କୈନ୍ଦ୍ରିକ ସ୍ବାସ୍ଥ୍ୟସେବା ପ୍ରଦାନକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ସ୍ବରୂପ ହସ୍ପିଟାଲଗୁଡ଼ିକରେ ସ୍ବାସ୍ଥ୍ୟସେବା ଦର ସ୍ପଷ୍ଟ ଭାବେ…
ସ୍ବଚ୍ଛତାକୁ ଜଳସମ୍ପଦ ବିଭାଗର ଗୁରୁତ୍ୱ, ପ୍ରକଳ୍ପର ବାସ୍ତବତା ନିରୀକ୍ଷଣ କରିବ ‘ଡ୍ରୋନ୍’
ଭୁବନେଶ୍ୱର,୧୩।୧୦(ରବିନାରାୟଣ ଜେନା): ଜଳସେଚନ ପ୍ରକଳ୍ପର କାର୍ଯ୍ୟାନ୍ବୟନରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ସହ କାମର ଅଗ୍ରଗତି ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଆଗାମୀ ଦିନରେ ଡ୍ରୋନ୍…
ପାନାମାରେ ଶକ୍ତିଶାଳୀ ଭୂକମ୍ପ, ଭାଙ୍ଗିଲା ୯୦୦ରୁ ଅଧିକ ଘର
ପାନାମା ସିଟି,୧୩।୧୦: ଶୁକ୍ରବାର ପାନାମାର ଦକ୍ଷିଣ ଉପକୂଳ ନିକଟରେ ଦୁଇଟି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ, ସୋମବାର ୬ ତୀବ୍ରତା ବିଶିଷ୍ଟ ଆଉ ଏକ ଭୂକମ୍ପ…
ନିର୍ମାଣ ହୋଇ ୭ବର୍ଷ ବିତିଗଲାଣି, କାର୍ଯ୍ୟକ୍ଷମ ହୋଇପାରୁନି ଆଦିବାସୀ ହଷ୍ଟେଲ
କେସିଙ୍ଗା,୧୩।୧୦(ତୁମେଶ୍ୱର ସାହୁ): ଗରିବ ଆଦିବାସୀ ହରିଜନ ଛାତ୍ରୀଛାତ୍ରଙ୍କୁ ରହିବା ଖାଇବା ଠାରୁ ମାଗଣାରେ ପାଠ ପଢିବା ପାଇଁ ପୂର୍ବର ବିଜେଡି ସରକାର କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର…
ଜନ୍ମ ହେଲା ୮ ଗୋଡ଼ ଥିବା ମଇଁଷି: ଦେଖିବାକୁ ଲୋକଙ୍କ ଭିଡ଼
ଭୋପାଳ,୧୨।୧୦: ମଧ୍ୟପ୍ରଦେଶର ଡିଣ୍ଡୋରୀ ଜିଲାରୁ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ମଇଁଷି ଆଠଟି ଗୋଡ଼ ଥିବା ଛୁଆକୁ ଜନ୍ମ ଦେଇଛି। ଏହି ଖବର…

