ହୋମଗାର୍ଡ ମାନସଙ୍କ ମାନବିକତା: ପାଇଥିବା ମନିପର୍ସ ଫେରାଇଲେ

ତାଳଚେର,୧୬ା୧୦(ନି.ପ୍ର.)-ବ୍ୟସ୍ତବହୁଳ ଜୀବନରେ ତରବରିଆ ଥିବା ମଣିଷ ବେଳେ ବେଳେ ନିଜ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ହଜାଇ ଦେଇଥାନ୍ତି। କିଏ ନିଜ ଜରୁରୀ କାଗଜପତ୍ର ଗାଡ଼ିରେ ଛାଡ଼ି ଦେଇଥାନ୍ତି ତ ଆଉ କିଏ ପକେଟରୁ ପର୍ସ ଖସି ପଡ଼ିଲେ ବି ଜାଣି ନ ପାରି ଗନ୍ତବ୍ୟ ପଥରେ ଚାଲିଯାଇଥାନ୍ତି। ହେଲେ ଅଜାଣତରେ ହୋଇଯାଇଥିବା ଉକ୍ତ ତ୍ରୁଟି ସମ୍ପର୍କରେ ଅବଗତ ହୋଇଥିବା ମଣିଷର ମନ କିପରି ବ୍ୟାକୁଳ ହେଉଥିବ ସେ ସମ୍ପର୍କରେ ଅନେକେ ହୁଏତ ଚିନ୍ତା ମଧ୍ୟ କରି ନ ଥାନ୍ତି। କେହି କେହି ପାଇଥିବା ଅର୍ଥକୁ ଈଶ୍ୱରଙ୍କ ଆଶିଷ ବୋଲି ଗ୍ରହଣ ବି କରିନେଇଥାନ୍ତି। କିନ୍ତୁ ଏପରି ଏକ ଘଟଣାରେ ନିଜ ନିଆରା ହୃଦୟର ପରିଚୟ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଅନୁଗୋଳ ଜିଲା ତାଳଚେର ଡିଆଇଜିଙ୍କ କାର୍ଯ୍ୟାଳୟର ହୋମଗାର୍ଡ ମାନସ ରଞ୍ଜନ ମହାପାତ୍ର।
ତାଳଚେର କଙ୍କିଳି ଗ୍ରାମର ମାନସ ସୋମବାର ପୂର୍ବାହ୍ନ ୮ଟା ୩୦ରେ ଅଫିସ ଯାଉଥିବା ବେଳେ ଟିଟିପିଏସ୍‌-ବହ୍ଲର ରାସ୍ତାରୁ ଏକ ମନିପର୍ସ ପାଇଥିଲେ। ସେଥିରେ କିଛି ଟଙ୍କା ସହ ଆଧାର କାର୍ଡ, ଭୋଟର ପରିଚୟପତ୍ର ଆଦି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା। ଏ ସମ୍ପର୍କରେ ମାନସ ତୁରନ୍ତ ଡିଆଇଜିଙ୍କ ବ୍ୟକ୍ତିଗତ ସଚିବ ଶିବୁ ହାଂସଦାଙ୍କୁ ଜଣାଇଥିଲେ। ଶିବୁ କାଗଜପତ୍ରରୁ ଉକ୍ତ ପର୍ସ ତୁମୁସିଂହା ଗ୍ରାମର ଅମରୀଶ ନାୟକଙ୍କର ବୋଲି ଜାଣିବା ସହ ତୁମୁସିଂହା ଥାନା ଓ ଆଇଆଇସିଙ୍କୁ ଯୋଗାଯୋଗ କରିଥିଲେ। ତୁମୁସିଂହା ଆଇଆଇସି ଅମରୀଶଙ୍କୁ ତାଳଚେର ଯାଇ ହଜିଯାଇଥିବା ପର୍ସ ଆଣିବା ନିମନ୍ତେ ଖବର ଦେବା ପରେ ଅମରୀଶ ଆନନ୍ଦରେ ଅଧୀର ହୋଇପଡ଼ିଥିଲେ। ସେ ତୁରନ୍ତ ତାଳଚେର ଡିଆଇଜିଙ୍କ ଅଫିସରେ ପହଞ୍ଚି ବ୍ୟକ୍ତିଗତ ସଚିବ ଶିବୁ ହାଂସଦାଙ୍କ ଉପସ୍ଥିତିରେ ହୋମଗାର୍ଡ ମାନସଙ୍କ ଠାରୁ ନିଜର ହଜି ଯାଇଥିବା ପର୍ସ ଓ କାଗଜପତ୍ର ଫେରି ପାଇଥିଲେ। ମାନସଙ୍କ ଏଭଳି ମାନବିକତା ପାଇଁ ଅମୀରଶ ତାଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ମଧ୍ୟ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ବ ପ୍ରସିଦ୍ଧ ରଥଯାତ୍ରା; ସରକାରଙ୍କ ବଡ଼ ଘୋଷଣା, ପିପିଲି ଟୋଲ୍‌ ଗେଟ୍‌ରେ ଏହି ଗାଡ଼ିକୁ ଦେବାକୁ ପଡ଼ିବନି ଫି

ଭୁବନେଶ୍ବର,୨୪।୬: ଜୁଲାଇ ୧୬ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଆଉ ମାତ୍ର ଦିନ କେଇଟା ବାକି ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି ।…

ପୂରଣ ହେବାକୁ ଯାଉଛି ହରିଜନ ସାହି ବାସିନ୍ଦାଙ୍କ ସ୍ବପ୍ନ, ବିଧାୟକ କଲେ….

ଗଞ୍ଜାମ,୨୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ କୁଶପଲ୍ଲୀ ହରିଜନ ସାହିରେ ନିର୍ମାଣ ହେବ ମା ଠାକୁରାଣୀଙ୍କ ମନ୍ଦିର । ଏଥିପାଇଁ ବୁଧବାର ଛତ୍ରପୁର…

ରାଜ୍ୟ ସରକାରକୁ ୨ ବର୍ଷ ପୂର୍ତ୍ତି; କେସିଙ୍ଗାରେ ବିକାଶ ଧାରା,ଓଡିଶା ସାରା

କେସିଙ୍ଗା,୨୪।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନଏସି ପକ୍ଷରୁ ଏକ ଭିଡିଓ କନଫରେନ୍ସ ଦ୍ଵାରା ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ଧାରା, ଓଡିଶା…

ବୈଭବଙ୍କୁ ଟପିଯିବେ ସାନ ଭାଇ ଆଶୀର୍ବାଦ! ପୁଣି ମାରିଲେ ବିସ୍ଫୋରକ ଶତକ, ଚୌକା-ଛକା ବର୍ଷା ଦେଖି… 

ନୂଆଦିଲ୍ଲୀ,୨୪।୬: କ୍ରିକେଟଜଗତରେ ଏବେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ତର୍ଜାତୀୟ ଡେବ୍ୟୁକୁ ନେଇ ଉତ୍ସାହ ବଢ଼ୁଛି। ସେ କେବେ ନୀଳ ଜର୍ସିି ପିନ୍ଧି ମଇଦାନକୁ ଓହ୍ଲାଇବେ ସେଦିନକୁ…

ଜମିରେ କରୁଥିଲେ କାମ, ବଜ୍ରପାତରେ ଚାଲିଗଲା ମହିଳାଙ୍କ ଜୀବନ

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମାଗୁର ଆମ୍ବଠା  ଗ୍ରାମ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଚାଷ ଜମିରେ କାମ…

ଦଶମ ପରୀକ୍ଷାଫଳ, ସାନଖେମୁଣ୍ଡି ବ୍ଲକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,୨୪।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଖୋଲଡ଼ି ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରୀ ଇସିତା ସାହୁଙ୍କୁ ସମ୍ବର୍ଦ୍ଧିତ…

ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଣୀ ଭାବେ ଦାୟିତ୍ଵ ଗ୍ରହଣ କଲେ ସୁଚିତ୍ରା ପାଣିଗ୍ରାହୀ, କହିଦେଲେ ବଡ଼ କଥା

ଛତ୍ରପୁର,୨୪।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ନୂତନ ଶିକ୍ଷା ଅଧିକାରୀଣୀ (ବି.ଇ.ଓ.) ଭାବେ ସୁଚିତ୍ରା କୁମାରୀ ପାଣିଗ୍ରାହୀ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ୨୦୨୧ ବ୍ୟାଚର…

ଦୁଇ ମାସ ନପୂରୁଣୁ ଭାଙ୍ଗିଲା ଗାଡୱାଲ, ରାସ୍ତା ଦବିବାକୁ ନେଇ ଅସନ୍ତୋଷ ଲୋକେ

ଗଞ୍ଜାମ,୨୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହରର ଅଧିକାଂଶ ୱାର୍ଡ ବା ସାହିରେ ନିର୍ମାଣ ହୋଇଛି ଫେବର ବ୍ଲକ ରାସ୍ତା । ଆଉ କିଛି ସାହିରେ ବର୍ତ୍ତମାନ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri