ହୋମଗାର୍ଡ ମାନସଙ୍କ ମାନବିକତା: ପାଇଥିବା ମନିପର୍ସ ଫେରାଇଲେ

ତାଳଚେର,୧୬ା୧୦(ନି.ପ୍ର.)-ବ୍ୟସ୍ତବହୁଳ ଜୀବନରେ ତରବରିଆ ଥିବା ମଣିଷ ବେଳେ ବେଳେ ନିଜ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ହଜାଇ ଦେଇଥାନ୍ତି। କିଏ ନିଜ ଜରୁରୀ କାଗଜପତ୍ର ଗାଡ଼ିରେ ଛାଡ଼ି ଦେଇଥାନ୍ତି ତ ଆଉ କିଏ ପକେଟରୁ ପର୍ସ ଖସି ପଡ଼ିଲେ ବି ଜାଣି ନ ପାରି ଗନ୍ତବ୍ୟ ପଥରେ ଚାଲିଯାଇଥାନ୍ତି। ହେଲେ ଅଜାଣତରେ ହୋଇଯାଇଥିବା ଉକ୍ତ ତ୍ରୁଟି ସମ୍ପର୍କରେ ଅବଗତ ହୋଇଥିବା ମଣିଷର ମନ କିପରି ବ୍ୟାକୁଳ ହେଉଥିବ ସେ ସମ୍ପର୍କରେ ଅନେକେ ହୁଏତ ଚିନ୍ତା ମଧ୍ୟ କରି ନ ଥାନ୍ତି। କେହି କେହି ପାଇଥିବା ଅର୍ଥକୁ ଈଶ୍ୱରଙ୍କ ଆଶିଷ ବୋଲି ଗ୍ରହଣ ବି କରିନେଇଥାନ୍ତି। କିନ୍ତୁ ଏପରି ଏକ ଘଟଣାରେ ନିଜ ନିଆରା ହୃଦୟର ପରିଚୟ ଦେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଅନୁଗୋଳ ଜିଲା ତାଳଚେର ଡିଆଇଜିଙ୍କ କାର୍ଯ୍ୟାଳୟର ହୋମଗାର୍ଡ ମାନସ ରଞ୍ଜନ ମହାପାତ୍ର।
ତାଳଚେର କଙ୍କିଳି ଗ୍ରାମର ମାନସ ସୋମବାର ପୂର୍ବାହ୍ନ ୮ଟା ୩୦ରେ ଅଫିସ ଯାଉଥିବା ବେଳେ ଟିଟିପିଏସ୍‌-ବହ୍ଲର ରାସ୍ତାରୁ ଏକ ମନିପର୍ସ ପାଇଥିଲେ। ସେଥିରେ କିଛି ଟଙ୍କା ସହ ଆଧାର କାର୍ଡ, ଭୋଟର ପରିଚୟପତ୍ର ଆଦି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିଲା। ଏ ସମ୍ପର୍କରେ ମାନସ ତୁରନ୍ତ ଡିଆଇଜିଙ୍କ ବ୍ୟକ୍ତିଗତ ସଚିବ ଶିବୁ ହାଂସଦାଙ୍କୁ ଜଣାଇଥିଲେ। ଶିବୁ କାଗଜପତ୍ରରୁ ଉକ୍ତ ପର୍ସ ତୁମୁସିଂହା ଗ୍ରାମର ଅମରୀଶ ନାୟକଙ୍କର ବୋଲି ଜାଣିବା ସହ ତୁମୁସିଂହା ଥାନା ଓ ଆଇଆଇସିଙ୍କୁ ଯୋଗାଯୋଗ କରିଥିଲେ। ତୁମୁସିଂହା ଆଇଆଇସି ଅମରୀଶଙ୍କୁ ତାଳଚେର ଯାଇ ହଜିଯାଇଥିବା ପର୍ସ ଆଣିବା ନିମନ୍ତେ ଖବର ଦେବା ପରେ ଅମରୀଶ ଆନନ୍ଦରେ ଅଧୀର ହୋଇପଡ଼ିଥିଲେ। ସେ ତୁରନ୍ତ ତାଳଚେର ଡିଆଇଜିଙ୍କ ଅଫିସରେ ପହଞ୍ଚି ବ୍ୟକ୍ତିଗତ ସଚିବ ଶିବୁ ହାଂସଦାଙ୍କ ଉପସ୍ଥିତିରେ ହୋମଗାର୍ଡ ମାନସଙ୍କ ଠାରୁ ନିଜର ହଜି ଯାଇଥିବା ପର୍ସ ଓ କାଗଜପତ୍ର ଫେରି ପାଇଥିଲେ। ମାନସଙ୍କ ଏଭଳି ମାନବିକତା ପାଇଁ ଅମୀରଶ ତାଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ମଧ୍ୟ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri