Posted inଖେଳ

ହାର୍ଟ ଅପରେଶନ କରିବେ ଲେହମ୍ୟାନ

ସିଡ୍‌ନୀ, ୫।୨ (ଏଏଫ୍‌ପି): ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର୍‌ ତଥା କୋଚ୍‌ ଡାରେନ ଲେହମ୍ୟାନ ହାର୍ଟ ବାଇପାସ ଅପରେସନ କରିବେ। ବୁଧବାର ଛାତିରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଷ୍ଟ୍ରେଲିଆର ଏହି ଲୋକପ୍ରିୟ କ୍ରିକେଟର୍‌ଙ୍କ ବୁଧବାର ୫୦ତମ ଜନ୍ମଦିବସ ଥିଲା। ଏହି ଅବସରରେ ସେ ଗୋଲ୍ଡ କୋଷ୍ଟରେ ଉପସ୍ଥିତ ରହି ପୁଅର କ୍ରିକେଟ୍‌ ମ୍ୟାଚ୍‌ ଉପଭୋଗ କରୁଥିଲେ। ତେବେ ଏହି ସମୟରେ ତାଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥିଲା। ହସ୍ପିଟାଲରେ ଲେହମ୍ୟାନଙ୍କୁ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ କରିଥିବାବେଳେ ଆସନ୍ତା ଶନିବାର ତାଙ୍କର ହାର୍ଟ ଅପରେସନ ହେବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ କୁହାଯାଇଛି। ‘ମୋତେ ସବୁଠୁ ଭଲ ଚିକିତ୍ସା ସେବା ମିଳିଛି। ସେଥିପାଇଁ ପୁରା ଅଷ୍ଟ୍ରେଲିଆ କ୍ରିକେଟ୍‌ ପରିବାକୁ ଧନ୍ୟବାଦ ଦେବାକୁ ଚାହିଁବି। ବହୁତ୍‌ ଶୀଘ୍ର ମୁଁ ସୁସ୍ଥ ହୋଇଯିବା ନେଇ ବିଶ୍ୱାସ ରହିଛି’ ବୋଲି ଏହି ପୂର୍ବତନ ବାମହାତୀ ଅଲ୍‌ରାଉଣ୍ଡର କହିଛନ୍ତି। ଲେହମ୍ୟାନ ଅଷ୍ଟ୍ରେଲିଆ ପକ୍ଷରୁ ୧୧୭ ଦିନିକିଆ, ୨୭ ଟେଷ୍ଟ ଓ ୧୭ ଟି୨୦ ମ୍ୟାଚ୍‌ ଖେଳିଥିଲେ। କ୍ରିକେଟ୍‌ରୁ ଅବସର ପରେ ସେ ଜାତୀୟ ଦଳର ପ୍ରଶିକ୍ଷଣ ଦାୟିତ୍ୱ ତୁଲାଇଥିଲେ। କିନ୍ତୁ ବହୁଚର୍ଚ୍ଚିତ ବିବାଦୀୟ ବଲ୍‌ ଟ୍ୟାମ୍ପରିଂ ମାମଲା ପରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ତେବେ ନିକଟରେ ଘରୋଇ ଟି୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍‌ରେ ସେ ବ୍ରିସବେନ ହିଟ୍ସର କୋଚିଂ ଭାର ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଜାଣନ୍ତୁ କାହିଁକି…

ଗଞ୍ଜାମ,୧୪।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆ ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର ଓ ଅଭିଭାବକ। ଦୀର୍ଘ ଦିନ ଧରି ଏହି…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri