ହସ୍‌ପିଟାଲରେ ଗଣ୍ଡଗୋଳ, ଭଙ୍ଗାରୁଜା ଘଟଣା ୬ ଗିରଫ, ୪ ଡାକ୍ତରଙ୍କୁ ବଦଳି

ଜଳେଶ୍ୱର, ୧୯ା୮-ଜଳେଶ୍ୱର ଜି.କେ. ଭଟ୍ଟର ହସ୍‌ପିଟାଲରେ ଗଣ୍ଡଗୋଳ, ଭଙ୍ଗାରୁଜା ଓ ଡାକ୍ତରଙ୍କୁ ମାଡ ଘଟଣାରେ ବାଲେଶ୍ୱର ସିଡିଏମଓ ଡା.କମଳାକାନ୍ତ ନାୟକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ସେହିପରି ପୋଲିସ ପକ୍ଷରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୬ ଜଣଙ୍କୁ ଗିରଫ କରାଯାଇଛି। ସିଡିଏମଓ ଡା.କମଳାକାନ୍ତ ନାୟକଙ୍କ ପଦକ୍ଷେପ ଅନୁଯାୟୀ, ଡା. ଗଣେଶ ଚନ୍ଦ୍ର ପାଳଙ୍କୁ ଭୋଗରାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବଦଳି କରାଯାଇଥିବା ବେଳେ ସେଠାରୁ ଡା. ଉତ୍ତମ ଦଣ୍ଡପାଟଙ୍କୁ ଭଟ୍ଟର ହସପିଟାଲକୁ ବଦଳି କରାଯାଇଛି। ସେହିପରି ଭଟ୍ଟର ହସପିଟାଲର ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡା. ଦିଲୀପ ପାତ୍ରଙ୍କୁ ହାତୀଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ, ହାତୀଗଡ ସ୍ବାସ୍ଥ୍ୟକେନ୍ଦ୍ରର ଡା. ଅଜୟ କୁମାର ସାହୁଙ୍କୁ ଭଟ୍ଟର ହସପିଟାଲକୁ ବଦଳି କରାଯାଇଛି। ଭଟ୍ଟର ହସପିଟାଲର ଡା. ବିନୟ କୁମାର ପ୍ରଧାନ ଓ ଡା. ସସ୍ମିତା ସିଂଙ୍କୁ କମର୍ଦ୍ଦା ଡାକ୍ତରଖାନାକୁ ବଦଳି କରାଯାଇଛି। ସେହିପରି କମର୍ଦ୍ଦା ଡାକ୍ତରଖାନାର କାର୍ଯ୍ୟରତ ୨ଜଣ ଡାକ୍ତରଙ୍କୁ ବଦଳି କରାଯାଇଛି। ମାତ୍ର ସେମାନେ ଭଟ୍ଟର ହସ୍‌ପିଟାଲରେ କାର୍ଯ୍ୟରେ ଯୋଗ ଦେଇ ନ ଥିବା ଜଣାଯାଇଛି। ଅନ୍ୟପକ୍ଷେ ପୋଲିସ୍‌ ଗିରଫ ୬ଜଣଙ୍କୁ ରବିବାର କୋର୍ଟଚାଲାଣ କରିଛି। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜଳେଶ୍ୱର ଉପ କାରାଗାରକୁ ପଠାଯାଇଛି। ଗିରଫ ଯୁବକମାନେ ହେଲେ ଶାସନବାଡ ଗ୍ରାମର ସେକ ଗଫିର(୩୩), ସେକ ହନିଫ (୩୫), ରାଜପୁର ଗ୍ରାମର ସେକ ଜାହାଙ୍ଗିର(୨୬), ସେକ ରାଜା(୧୯), ରାଜପୁର ଗ୍ରାମର ଅବଦୁଲ ସବିର ଖାଁ(୨୧) ଓ ପଥରପୁରା ଗ୍ରାମର ମୀର ସାମସେର (୨୨)। ପୋଲିସ ସିସିଟିଭି, ଭିଡିଓ ଫୁଟେଜ ଓ ମୋବାଇଲ ଦ୍ୱାରା ଉତ୍ତେଳିତ ଚିତ୍ରକୁ ଭିତ୍ତି କରି ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି। ଏହି ଘଟଣାରେ ପ୍ରାୟ ୧୫୦ଜଣ ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବା ସନ୍ଦେହ କରି ପୋଲିସ ଏକ ତାଲିକା ପ୍ରସ୍ତୁତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମରିଗଲା ଭାବି କୂଅରେ ଫିଙ୍ଗିଦେଇଥିଲେ ଦୁର୍ବୃତ୍ତ, ୪ ଦିନ ପରେ ଜୀବନ୍ତ ଅବସ୍ଥାରେ ଯୁବକ ଉଦ୍ଧାର

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ସମଲେଇପଦର ନର୍ସରୀ ପରିସରରେ ରହିଥିବା ଏକ ପରିତ୍ୟକ୍ତ କୂଅରୁ ଗୁରୁବାର ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି ।…

ଆଳୁ ଖୋଳୁଖୋଳୁ ମହାଦେବ…ବାଇକ୍-ମୋବାଇଲ୍ ବନ୍ଧକ ରଖି କରୁଥିଲେ ସୁଧ କାରବାର, ଘରୁ ଯାହା ବାହାରିଲା ପୋଲିସ ଦେଖି…

ମୋହନା,୧୧।୬(ମନ୍ମଥ ମିଶ୍ର): ବାଇକ, ଘର ପଟା ଓ ମୋବାଇଲ୍ ବନ୍ଧକ୍ ରଖି ବେଆଇନ୍ ରୁଣ କାରବାର ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ଅଡବା ପୋଲିସ ।…

ଗେଦେ ବଂଶର ତୃତୀୟତମ ସମ୍ମିଳନୀ, ନିଜ ବଂଶଧର ଲୋକଙ୍କୁ ଚିହ୍ନିବା ପାଇଁ….

ଦାରିଙ୍ଗବାଡି,୧୧।୬(ଅରୁଣ ସାହୁ): ନିଜ ବଂଶଧର ଲୋକଙ୍କ ସହ ଯୋଡି ହେବା ସେମାନଙ୍କୁ ଚିହ୍ନିବା ଓ ଜାଣିବା ପାଇଁ ଏକ ପ୍ରୟାସ କରୁଛି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

କଣ୍ଟାବାଞ୍ଜିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହର ମାଛ ବଜାର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ବାଇକ୍‌କୁ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲା ଆମ ଆଦମୀ ପାର୍ଟି, ବଲାଙ୍ଗୀର ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗୀର,୧୧।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଆମ ଆଦମୀ ପାର୍ଟି ଜିଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଆଶିଷ ପାଣ୍ଡେଙ୍କ ନେତୃତ୍ୱରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର…

ଭଞ୍ଜନଗରରେ ରଜ ମହୋତ୍ସବ ପାଳିତ, ଋତୁସ୍ରାବକୁ ନେଇ ସଚେତନ କରାଇଲେ ସିଡିପିଓ

ଭଞ୍ଜନଗର,୧୧।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବନ ବିହାର ପରିସରରେ ଗୁରୁବାର ରଜ ମହୋତ୍ସବ ପାଳିତ ହୋଇଯାଇଛି । ଆଇନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଋତୁସ୍ରାବ…

ସ୍ଲିପର ବସ୍ ମାଲିକଙ୍କୁ ବଡ଼ ଝଟ୍‌କା! ବେଆଇନ ଡ୍ରାଇଭର ପାର୍ଟିସନ ଡୋର୍ ଉପରେ ଚାଲିଲା ‘ସ୍ପେଶାଲ ଡ୍ରାଇଭ୍’, ୭ ଦିନରେ ୩୮୯ଟି ଗାଡ଼ିକୁ ଚାଲାଣ

କଟକ,୧୧।୬(କାର୍ତ୍ତିକ ସାହୁ): ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ…

ନାବାଳିକା ଗର୍ଭଧାରଣ ଘଟଣାରେ ପୋଲିସର ବଡ଼ ଆକ୍ସନ! ଯୁବକ ଗିରଫ

ବଞ୍ଚୋ,୧୧।୬(ପ୍ରଦୋଷ ବିଶ୍ୱାଳ ): କେନ୍ଦୁଝର ଜିଲାର ସୋସୋ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକା ଗର୍ଭବତୀ ହେବା ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri