ହସ୍‌ପିଟାଲରେ ଗଣ୍ଡଗୋଳ, ଭଙ୍ଗାରୁଜା ଘଟଣା ୬ ଗିରଫ, ୪ ଡାକ୍ତରଙ୍କୁ ବଦଳି

ଜଳେଶ୍ୱର, ୧୯ା୮-ଜଳେଶ୍ୱର ଜି.କେ. ଭଟ୍ଟର ହସ୍‌ପିଟାଲରେ ଗଣ୍ଡଗୋଳ, ଭଙ୍ଗାରୁଜା ଓ ଡାକ୍ତରଙ୍କୁ ମାଡ ଘଟଣାରେ ବାଲେଶ୍ୱର ସିଡିଏମଓ ଡା.କମଳାକାନ୍ତ ନାୟକ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ସେହିପରି ପୋଲିସ ପକ୍ଷରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୬ ଜଣଙ୍କୁ ଗିରଫ କରାଯାଇଛି। ସିଡିଏମଓ ଡା.କମଳାକାନ୍ତ ନାୟକଙ୍କ ପଦକ୍ଷେପ ଅନୁଯାୟୀ, ଡା. ଗଣେଶ ଚନ୍ଦ୍ର ପାଳଙ୍କୁ ଭୋଗରାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବଦଳି କରାଯାଇଥିବା ବେଳେ ସେଠାରୁ ଡା. ଉତ୍ତମ ଦଣ୍ଡପାଟଙ୍କୁ ଭଟ୍ଟର ହସପିଟାଲକୁ ବଦଳି କରାଯାଇଛି। ସେହିପରି ଭଟ୍ଟର ହସପିଟାଲର ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ଡା. ଦିଲୀପ ପାତ୍ରଙ୍କୁ ହାତୀଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ, ହାତୀଗଡ ସ୍ବାସ୍ଥ୍ୟକେନ୍ଦ୍ରର ଡା. ଅଜୟ କୁମାର ସାହୁଙ୍କୁ ଭଟ୍ଟର ହସପିଟାଲକୁ ବଦଳି କରାଯାଇଛି। ଭଟ୍ଟର ହସପିଟାଲର ଡା. ବିନୟ କୁମାର ପ୍ରଧାନ ଓ ଡା. ସସ୍ମିତା ସିଂଙ୍କୁ କମର୍ଦ୍ଦା ଡାକ୍ତରଖାନାକୁ ବଦଳି କରାଯାଇଛି। ସେହିପରି କମର୍ଦ୍ଦା ଡାକ୍ତରଖାନାର କାର୍ଯ୍ୟରତ ୨ଜଣ ଡାକ୍ତରଙ୍କୁ ବଦଳି କରାଯାଇଛି। ମାତ୍ର ସେମାନେ ଭଟ୍ଟର ହସ୍‌ପିଟାଲରେ କାର୍ଯ୍ୟରେ ଯୋଗ ଦେଇ ନ ଥିବା ଜଣାଯାଇଛି। ଅନ୍ୟପକ୍ଷେ ପୋଲିସ୍‌ ଗିରଫ ୬ଜଣଙ୍କୁ ରବିବାର କୋର୍ଟଚାଲାଣ କରିଛି। ସେମାନଙ୍କ ଜାମିନ ନାମଞ୍ଜୁର ହେବାରୁ ଜଳେଶ୍ୱର ଉପ କାରାଗାରକୁ ପଠାଯାଇଛି। ଗିରଫ ଯୁବକମାନେ ହେଲେ ଶାସନବାଡ ଗ୍ରାମର ସେକ ଗଫିର(୩୩), ସେକ ହନିଫ (୩୫), ରାଜପୁର ଗ୍ରାମର ସେକ ଜାହାଙ୍ଗିର(୨୬), ସେକ ରାଜା(୧୯), ରାଜପୁର ଗ୍ରାମର ଅବଦୁଲ ସବିର ଖାଁ(୨୧) ଓ ପଥରପୁରା ଗ୍ରାମର ମୀର ସାମସେର (୨୨)। ପୋଲିସ ସିସିଟିଭି, ଭିଡିଓ ଫୁଟେଜ ଓ ମୋବାଇଲ ଦ୍ୱାରା ଉତ୍ତେଳିତ ଚିତ୍ରକୁ ଭିତ୍ତି କରି ଅନ୍ୟମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି। ଏହି ଘଟଣାରେ ପ୍ରାୟ ୧୫୦ଜଣ ବ୍ୟକ୍ତିଙ୍କର ସମ୍ପୃକ୍ତି ଥିବା ସନ୍ଦେହ କରି ପୋଲିସ ଏକ ତାଲିକା ପ୍ରସ୍ତୁତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri