ହରିଚନ୍ଦନଙ୍କୁ ବାଲେଶ୍ୱରରେ ଭବ୍ୟ ‘ନାଗରିକ ସମ୍ବର୍ଦ୍ଧନା’: ‘ବରପୁତ୍ରଙ୍କୁ ସମ୍ମାନ ଦେବାର ବେଳ ଆସିଛି’

ବାଲେଶ୍ୱର ଅଫିସ, ୧୧।୧-ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଶୁକ୍ରବାର ବାଲେଶ୍ୱର ପ୍ରତିଭା ବିକାଶ ମଞ୍ଚ ତରଫରୁ ଆୟୋଜିତ ସଭାରେ ‘ନାଗରିକ ସମ୍ବର୍ଦ୍ଧନା’ ପ୍ରଦାନ କରାଯାଇଛି। ସ୍ଥାନୀୟ ଟାଉନହଲ ପରିସରରେ ଅନୁଷ୍ଠିତ ଏକ ସମାରୋହରେ ସ୍ବାଗତ କମିଟି ଅଧ୍ୟକ୍ଷ ହରେକୃଷ୍ଣ ଦାସ ସଭାପତିତ୍ୱ କରିଥିଲେ। ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ହରିଚନ୍ଦନ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
ସମ୍ବର୍ଦ୍ଧନାର ଉତ୍ତର ଦେଇ ହରିଚନ୍ଦନ କହିଥିଲେ, ବାଲେଶ୍ୱର ମାଟିର ଐତିହ୍ୟ ଗୌରବାବହ। ଏ ମାଟିରେ ଜନ୍ମ ନେଇଥିବା ବ୍ୟାସକବି ଫକୀରମୋହନ ସେନାପତିଙ୍କୁ ସ୍ମରଣ କରି ସ୍ବାଧୀନତା ଆନ୍ଦୋଳନ ସମେତ ଭାଷା ସାହିତ୍ୟ ସୁରକ୍ଷା ଆନ୍ଦୋଳନ କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ଓଡ଼ିଶା ମାଟିର ଐତିହ୍ୟ ଓ ସଂସ୍କୃତିର ପଟାନ୍ତର ନାହିଁ। ବକ୍ସି ଜଗବନ୍ଧୁ, ଜୟୀରାଜଗୁରୁଙ୍କ ନେତୃତ୍ୱରେ ଇଂରେଜ ଶାସନ ବିରୋଧରେ ହୋଇଥିବା ପାଇକ ବିଦ୍ରୋହକୁ କେନ୍ଦ୍ରସରକାର ଜାତୀୟ ମାନ୍ୟତା ଦେଇଛନ୍ତି। ଏହି ମାଟି ମା’ର ବର ଓ ବୀର ପୁତ୍ରମାନଙ୍କୁ ସମ୍ମାନ ଦେବାର ସମୟ ଆସିଛି। ଏହି ଅବସରରେ ସେ ବାଲେଶ୍ୱର ମାଟିର ଐତିହ୍ୟ ଓ ବ୍ୟାସକବି ଫକୀରମୋହନ ସେନାପତିଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ସେ ଜିଇ ଥିବା ଯାଏଁ ମାଟି-ମା’-ମଣିଷଙ୍କ ସେବା କରିବା ସହିତ ଐତିହ୍ୟ, ସଂସ୍କୃତିର ଉନ୍ନତି କରିବା ପାଇଁ ସଦାସର୍ବଦା ଚେଷ୍ଟିତ ରହିବେ ବୋଲି କହିଥିଲେ। ମାଟି ମା’ ଉପରେ କେହି ଆକ୍ରମଣ କଲେ ଜାତି, ଧର୍ମ, ରାଜନୀତି ଉର୍ଦ୍ଧ୍ୱରେ ରହି ତାହାର ସୁରକ୍ଷା କରିବା ନେଇ ସମସ୍ତେ ପ୍ରତିବଦ୍ଧ ହେବାକୁ ଆହ୍ବାନ ଦେଇଥିଲେ।
ମଞ୍ଚର ବରିଷ୍ଠ ସଦସ୍ୟ କିଶୋର ଦାସ ସଭା ପରିଚାଳନା କରିଥିଲେ। ଆଇନଜୀବୀ ଅରବିନ୍ଦ ବାରିକ ସ୍ବାଗତ ଭାଷଣ ଦେଇଥିଲେ। ସମ୍ପାଦକ ଉପେନ୍ଦ୍ର ପାତ୍ର ବାର୍ଷିକ ବିବରଣୀ ପାଠ କରି ବିକାଶ ମଞ୍ଚ ଗଠନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ସତ୍ୟସାଇ ଇଞ୍ଜିନିୟରିଂ କଲେଜ ପକ୍ଷରୁ ଡ. ବେଣୁମାଧବ ପଣ୍ଡା, ଲାୟନ୍ସ କ୍ଲବର ପ୍ରଶାନ୍ତ ପଣ୍ଡା, ଚାନ୍ଦିପୁର ବିକାଶ ମଞ୍ଚର ଗୟାଧର ଦାସ, ରାଷ୍ଟ୍ରାୟତ୍ତ ସାଧାରଣ ବୀମା କର୍ମଚାରୀ ସଂଘ ଯଶୋଦା ନନ୍ଦନ ଆଶ, ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କାଞ୍ଚନବାଳା ପାତ୍ର, ନାଗରିକ ସୁରକ୍ଷା ମଞ୍ଚର ଦୀପ୍ତିକାନ୍ତ ମିଶ୍ର, ସ୍ବଦେଶୀ ଜାଗରଣ ମଞ୍ଚର ବିଭୂତି ଭୂଷଣ ବିଶ୍ୱାଳ, ରାଧାନାଥ ସାହିତ୍ୟ ପରିଷଦର ପ୍ରଭାକର ଦାସ, ଜିଲା ମେଡ଼ିକାଲ କ୍ରିୟାନୁଷ୍ଠାନ କମିଟି ପ୍ରଫେସର ଅନନ୍ତ ପ୍ରଧାନ ଓ ପ୍ରଭାକର ସାହୁ, ମୋହରିର ସଂଘ ନିରାକର ରାଉତ, ବାର୍‌ ଆସୋସିଏଶନ, ଆଇନ୍‌ ମହାବିଦ୍ୟାଳୟ, ମହାଲକ୍ଷ୍ମୀ ବ୍ୟବସାୟୀ ସଂଘ ସମେତ ୫୦ରୁ ଉର୍ଦ୍ଧ୍ୱ ବ୍ୟକ୍ତିବିଶେଷ ରାଜ୍ୟପାଳଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଶିଳ୍ପୀ କେଶୁ ଦାସଙ୍କ ପକ୍ଷରୁ ଜଉକଣ୍ଢେଇ ଏବଂ ବାଲେଶ୍ୱର ପ୍ରତିଭା ବିକାଶ ମଞ୍ଚ ପକ୍ଷରୁ ରାଜ୍ୟପାଳ ହରିଚନ୍ଦନଙ୍କୁ ତୈଳଚିତ୍ର ପ୍ରଦାନ କରାଯାଇଥିଲା। ଶିଳ୍ପପତି ହିମାଂଶୁ ଦାସ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ମଞ୍ଚର ସଭାପତି ଡ. ସୁଧାଂଶୁ ପରିଡ଼ା, ବୈଦ୍ୟନାଥ ଷଡ଼ଙ୍ଗୀ, ଡ. ପ୍ରହ୍ଲାଦ ଚରଣ ମହାନ୍ତି, ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ଆଇନଜୀବୀ ରଘୁନାଥ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରଦୀପ କୁମାର ପତି, ଭାବଗ୍ରାହୀ ମହାନ୍ତି, ଅରବିନ୍ଦ ପାଲ, ନବକୃଷ୍ଣ ପୋଥାଳ, ପ୍ରଶାନ୍ତ କୁମାର ପଣ୍ଡା, ଲମ୍ବୋଧର ନାୟକ, ଜ୍ୟୋତିର୍ମୟ ସାଲ, ପ୍ରଦୀପ୍ତ କୁମାର ପଣ୍ଡା, ଆରତୀ ଦାସ, ସବିତା ପାଣିଗ୍ରାହୀ, ସମରେନ୍ଦ୍ର ଦାସ, ଜୟନ୍ତୀ ଦାସ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ ଉପରେ ପଡ଼ିଲା କ୍ରେନ୍‌

ବାଲେଶ୍ୱର/ନୀଳଗିରି,୨୮।୫(ବାଞ୍ଛାନିଧି ଦେ/ପ୍ରଶାନ୍ତ ବିଶ୍ୱାଳ): ନୀଳଗିରି-ଗୋପୀନାଥପୁର ରେଲ ଷ୍ଟେଶନରେ ଏକ ଅଘଟଣ ଘଟିଛି। ଅନ୍‌ ଲୋଡିଂ ବେଳେ କ୍ରେନ୍‌ ଭାଙ୍ଗି ୨ଟି ମାଲବାହୀ ଟ୍ରେନ ଉପରେ ପଡ଼ିଥିଲା। ଫଳରେ…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ଭାଇ-ଭାଇ ବିବାଦ ଯୋଗୁଁ ମା’ର କଲେନି ଅନ୍ତିମସଂସ୍କାର, ପୋଲିସ ଆସି କାନ୍ଧେଇଲା ଶବ

ବାଲେଶ୍ୱର,୨୭ା୫( ବାଞ୍ଛାନିଧି ଦେ): ଦୁଇ ପୁଅ ମଧ୍ଯରେ ବିବାଦ ପାଇଁ ବଳି ପଡିଲେ ମା’ । ଏମିତି କି ମା’ର ଶବସତ୍କାର କଲେନି ଦୁଇ ପୁଅ ।…

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ତ୍ରିକୋଣ ପ୍ରେମର କରୁଣ ପରିଣତି: ବିଚ୍‌ ରାସ୍ତାରେ ଦ୍ୱିତୀୟ ପ୍ରେମିକଙ୍କ ମାଆ-ମାମୁଁଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ପ୍ରଥମ ପ୍ରେମିକ

ବାଲେଶ୍ୱର, ୨୩।୫( ବାଞ୍ଛାନିଧି ଦେ) : ରାଜଧାନୀରୁ ଆରମ୍ଭ କରି ସବୁଠି ଏବେ ପ୍ରେମକୁ ନେଇ ଘଟୁଛି ତୁମୁଳକାଣ୍ଡ । ଏଭଳି ଏକ ସାଙ୍ଘାତିକ ଘଟଣା ସାମ୍ନାକୁ…

କୋର୍ଟ ଆଗରେ ବାପାଙ୍କୁ ହାଣିଲେ ୨ ପୁଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସୋର, ୨୩ା୫(ଜନ୍ମେଜୟ ମିଶ୍ର):ଜମିବାଡ଼ି ବିବାଦକୁ କେନ୍ଦ୍ର କରି ବାପାଙ୍କୁ ଗୋଡେଇ ଗୋଡେଇ ହାଣିଛନ୍ତି ୨ ପୁଅ। ତାହା ପୁଣି ସୋର କୋର୍ଟ ସମ୍ମୁଖରେ। ସ୍ଥାନୀୟ ଲୋକେ ଗୁରୁତର…

ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର,୨୨ା୫( ବାଞ୍ଛାନିଧି ଦେ): ବାଲେଶ୍ୱର ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଛି । ଭ୍ରାମ୍ୟମାଣ ସ୍କ୍ୱାର୍ଡ ନିରୀକ୍ଷକ…

ଘରୋଇ ହଷ୍ଟେଲର ୩ ମହଲା ଛାତରୁ ପଡି ସ୍କୁଲ ଛାତ୍ର ଗୁରୁତର, କଟକ ମେଡିକାଲରେ ଭର୍ତ୍ତିି

ନୀଳଗିରି, ୨୧।୫(ପ୍ରଶାନ୍ତ କୁମାର ବିଶ୍ବାଳ): ଘରୋଇ ମେସର ୩ ମହଲା ଛାତରୁ ଖସି ଛାତ୍ର ଗୁରୁତର ହୋଇ କଟକ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଛାତତ୍ର ଜଣଙ୍କ ନୀଳଗିରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri